OSSC Recruitment
ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନର ପକ୍ଷରୁ ପ୍ରକାଶ ପାଇଥିବା ବିଭିନ୍ନ ପଦବୀ ପାଇଁ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ଏନେଇ ପୂର୍ବତନ ଡିଜିପି ତଥା ଷ୍ଟାଫ୍ ସିଲେକ୍ସନ କମିଶନର ଚେୟାରମ୍ୟାନ୍ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଦିଆଯାଇଥିବା ସୂଚନା ଅନୁସାରେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନର ପକ୍ଷରୁ ପ୍ରକାଶ ପାଇଥିବା ବିଭିନ୍ନ ପଦବୀ ପାଇଁ ସମସ୍ତ ପରୀକ୍ଷା ଚଳିତ ଫେବ୍ରୁଆରୀରେ କରାଯିବ । ହେଲେ ସମସ୍ତ ପଦବୀ ଗୁଡ଼ିକ ପାଇଁ ଅଲଗା ଅଲଗା ପରୀକ୍ଷା ତାରିଖ ଧାର୍ଯ୍ୟ କରାଯାଇଛି ।
Junior Stenographer, Junior Grade Typist, Junior Typist, Junior clerk-Typist, Typist-Copyist, Data Entry Operator ପାଇଁ ଆସନ୍ତା ଫେବ୍ରୁଆରୀ ୪ ତାରିଖରେ ପ୍ରିଲିମିନାରୀ ପରୀକ୍ଷା କରାଯିବ । ଏଥିପାଇଁ ନଭେମ୍ବର ୧୦ ତାରିଖ ୨୦୨୩ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।
ସ୍ପେଶାଲିଷ୍ଟ ପୋଷ୍ଟ/ସର୍ଭିସେସ୍, Accounts assistant, Assistant Fodder Development Officer & senior Laboratory Assistant ପାଇଁ ଆସନ୍ତା ଫେବ୍ରୁଆରୀ ୧୩ ତାରିଖରେ ମେନ୍ ପରୀକ୍ଷା କରାଯିବ । ଏଥିପାଇଁ ଡିସେମ୍ବର ୧୬ ତାରିଖ ୨୦୨୩ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।
ସେହିପରି ସ୍ପେଶାଲିଷ୍ଟ ପୋଷ୍ଟ/ସର୍ଭିସେସ୍, Market Intelligence Inspector ପାଇଁ ଆସନ୍ତା ଫେବ୍ରୁଆରୀ ୧୫ ତାରିଖରେ ମେନ୍ ପରୀକ୍ଷା କରାଯିବ । ଏହି ପଦବୀ ପାଇଁ ଡିସେମ୍ବର ୧୬ ତାରିଖ ୨୦୨୩ରେ ବିଜ୍ଞପ୍ତି ପ୍ରକାଶ କରିଥିଲେ ରାଜ୍ୟ ସରକାର ।
Senior economic Investigator ପାଇଁ ଆସନ୍ତା ଫେବ୍ରୁଆରୀ ୨୩ ତାରିଖରେ ମେନ୍ ପରୀକ୍ଷା କରାଯିବ । ଏଥିପାଇଁ ଡିସେମ୍ବର ୧୬ ତାରିଖ ୨୦୨୩ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।
Vital statistics assistant under the directorate of heath intelligence & vital statistics ପାଇଁ ମଧ୍ୟ ଫେବ୍ରୁଆରୀ ଏବଂ ମାର୍ଚ୍ଚରେ ପ୍ରିଲିମିନାରୀ ପରୀକ୍ଷା କରାଯିବ ।
ସେହିପରି Pharmacist ପଦବୀ ପାଇଁ ଯେଉଁମାନେ ଆଶାୟୀ ରହିଛନ୍ତି ସେମାନଙ୍କ ସାର୍ଟିଫିକେଟ ଭେରିଫିକେସନ୍ କରାଯିବ ବୋଲି କୁହାଯାଇଛି । ତାହାସହିତ ଅନ୍ୟାନ୍ୟ କିଛି ପଦବୀ ପାଇଁ ଫେବ୍ରୁଆରୀ ଓ ମାର୍ଚ୍ଚ ମାସରେ ସାର୍ଟିଫିକେଟ୍ ଭେରିଫିକସନ୍ କରାଯିବ ବୋଲି ସୂଚନା ଦିଆଯାଇଛି । ଏ ସମ୍ପର୍କରେ ଯଦି ଆପଣ ଅଧିକ ତଥ୍ୟ ଜାଣିବା ପାଇଁ ଚାହୁଁଛନ୍ତି ତେବେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନର ୱେବ୍ସାଇଟ୍ ଭିଜିଟ୍ କରି ସବିଶେଷ ତଥ୍ୟ ପାଇପାରିବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1706888317.jpg)