Advertisment

ଚାଲିଛି SBIରେ sco ପଦବୀ ପାଇଁ ଆବେଦନ; ସୁଯୋଗ ହାତ ଛଡା କରନ୍ତୁ ନାହିଁ

SBI ବିଜ୍ଞପ୍ତି ପ୍ରକାଶ କରିଛି। sco ପଦବୀରେ ନିଯୁକ୍ତି କରାଯିବ। କେବେ ଅଛି ଶେଷ ତାରିଖ, କିପରି କରିବେ ଆବେଦନ ଜାଣିବା ପାଇଁ ପଢନ୍ତୁ..

ଅଦ୍ୟତନ ହୋଇଛି
SBI SCO Recruitment 2023

SBI Recruitment 2023 apply for sco posts

Advertisment

ବ୍ୟାଙ୍କ୍‌ରେ ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର। ଏନେଇ ଷ୍ଟେଟ୍‌ ବ୍ୟାଙ୍କ ଅଫ୍ ଇଣ୍ଡିଆ(SBI) ବିଜ୍ଞପ୍ତି ପ୍ରକାଶ କରିଛି। ଯାହା ଅନୁଯାୟୀ SBI ରେ ସ୍ପେଶାଲିଷ୍ଟ କ୍ୟାଡର୍‌ ଅଫିସର୍‌(sco) ପଦବୀରେ ନିଯୁକ୍ତି କରାଯିବ। ଯେଉଁଥି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ ଅଫିସିଆଲ୍ ୱେବ୍‌ସାଇଟ୍ https://bank.sbi/careers କୁ ଯାଇ ଏହି ନିଯୁକ୍ତି ପାଇଁ ଆବେଦନ କରିପାରିବେ। ଏହି ଅଭିଯାନ ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ୦୯ ଫେବୃଆରୀ ୨୦୨୩।

Advertisment

ଷ୍ଟେଟ୍‌ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ରେ ସ୍ପେଶାଲିଷ୍ଟ୍‌ କ୍ୟାଡର୍‌ ଅଫିସର୍‌ (SCO) ର ୯ଟି ପଦ ପୂରଣ ପାଇଁ ଏହି ନିଯୁକ୍ତି ଡ୍ରାଇଭ୍ ଚାଲିଛି। ଏହି ନିଯୁକ୍ତି ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କର MBA / PGDM ଏବଂ ଅନ୍ୟାନ୍ୟ ନିର୍ଦ୍ଦିଷ୍ଟ ଯୋଗ୍ୟତା ଏବଂ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସମ୍ପୃକ୍ତ କ୍ଷେତ୍ରରେ କାର୍ଯ୍ୟ କରିବାର ଅଭିଜ୍ଞତା ଥିବା ଆବଶ୍ୟକ।

ଖାଲି ପଦବୀ:

  • ଭାଇସ୍ ପ୍ରେସିଡେଣ୍ଟ୍ – ୧ ପୋଷ୍ଟ୍
  • ପ୍ରୋଗ୍ରାମ୍ ମ୍ୟାନେଜର୍ -୪ ପୋଷ୍ଟ୍
  • ମ୍ୟାନେଜର୍ କ୍ୱାଲି୍‌ଇ ଓ ଟ୍ରେନିଙ୍ଗ୍‌ - ୧ ପୋଷ୍ଟ୍
  • କମାଣ୍ଡ ସେଣ୍ଟର୍ ମ୍ୟାନେଜର୍ – ୩ ପୋଷ୍ଟ୍
Advertisment

ଅଧିକ ପଢ଼ନ୍ତୁ: ଡାକ ବିଭାଗରେ ନିଯୁକ୍ତି ପାଇବେ ୪୦,୮୮୯ ପ୍ରାର୍ଥୀ; ଓଡିଶାରେ ୧୩୮୨

ବୟସ ସୀମା:

ପୋଷ୍ଟ ଅନୁଯାୟୀ

  • ସର୍ବନିମ୍ନ ବୟସ - ୨୫/୩୩/୩୮ ବର୍ଷ
  • ସର୍ବାଧିକ ବୟସ ୪୦/୪୫/୫୦ ବର୍ଷ

ଚୟନ ପ୍ରକ୍ରିୟା:

  • ଶିକ୍ଷାଗତ ଯୋଗ୍ୟତା ଏବଂ ଅଭିଜ୍ଞତା ଆଧାରରେ ପ୍ରାର୍ଥୀ ଚୟନ କରାଯିବ
  • ସାକ୍ଷାତକାର ପାଇଁ ସର୍ଟଲିଷ୍ଟ ପ୍ରାର୍ଥୀଙ୍କୁ ଡକାଯିବ
  • ସାକ୍ଷାତକାର ପାଇଁ ସମୁଦାୟ ୧୦୦ ମାର୍କ ଧାର୍ଯ୍ୟ କରାଯାଇଛି
  • ସାକ୍ଷାତକାରରେ ମିଳିଥିବା ମାର୍କ ଆଧାରରେ ପ୍ରାର୍ଥୀଙ୍କ ଅନ୍ତିମ ମେରିଟ୍ ତାଲିକା ପ୍ରସ୍ତୁତ ହେବ
  • ମନୋନୀତ ପ୍ରାର୍ଥୀଙ୍କ ପାଇଁ ମେଡିକାଲ୍‌ରେ ଫିଟ୍ ହେବା ବାଧ୍ୟତାମୂଳକ ହେବ

ଆବେଦନ ଶୁଳ୍କ:

  • ପ୍ରାର୍ଥୀଙ୍କୁ ଆବେଦନ ଶୁଳ୍କ ଭାବେ ୭୫୦ ଟଙ୍କା ଦେବାକୁ ପଡିବ
  • SC/ ST/ PwBD ପାଇଁ କୌଣସି ଶୁଳ୍କ ନାହିଁ
Advertisment

କିପରି କରିବେ ଆବେଦନ:

  • ପ୍ରାର୍ଥୀମାନେ ଅଫିସିଆଲ୍ ସାଇଟ୍ bank.sbi/careers କୁ ଯାଆନ୍ତୁ
  • ଏଠାରେ ଆବେଦନ ପତ୍ର ପୂରଣ କରନ୍ତୁ
  • ଇଣ୍ଟର୍‌ନେଟ୍ ବ୍ୟାଙ୍କିଙ୍ଗ୍, ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ ମାଧ୍ୟମରେ ଶୁଳ୍କ ପୈଠ କରନ୍ତୁ

ସରକାରୀ ବିଜ୍ଞପ୍ତି ଦେଖିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

Govt Jobs SBI Recruitment State Bank Of India Vacancy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ