SBI Recruitment 2023: Application for 1438 posts
SBI ରେ ବାହାରିଥିବା ୧୪୩୮ ପୋଷ୍ଟ୍ ପାଇଁ ଚାଲିଥିବା ଆବେଦନ ପ୍ରକ୍ରିୟା ଖୁବ୍ ଶୀଘ୍ର ଶେଷ ହେବାକୁ ଯାଉଛି। ଆସନ୍ତା ସପ୍ତାହରେ ଏହି ଆବେଦନ ପ୍ରକ୍ରିୟା ଶେଷ ହେବ। ଏଯାଏ ଆପଣ ଯଦି ଏହି ଆବେଦନ କରି ନାହାନ୍ତି ତେବେ ଶୀଘ୍ର କରି ନିଅନ୍ତୁ।
SBI ତରଫରୁ ଅବସରପ୍ରାପ୍ତ ଅଧିକାରୀ ଏବଂ କର୍ମଚାରୀଙ୍କ ପାଇଁ ଏହି ଚାକିରି ବାହାରିଛି। SBI ର e-ABs ର ପୂର୍ବତନ କର୍ମଚାରୀମାନେ ଏହି ନିଯୁକ୍ତି ପାଇଁ ଆବେଦନ କରିପାରିବେ। ଏହି ଚାକିରି ପାଇଁ ଆଗ୍ରହୀ ପ୍ରାର୍ଥୀଙ୍କୁ SBIର ଅଫିସିଆଲ୍ ୱେବସାଇଟ୍ sbi.co.in କୁ ଯାଇ ଅନଲାଇନରେ ଆବେଦନ କରିବାକୁ ପଡିବ। ଏହି ଚାକିରିଗୁଡ଼ିକ ଚୁକ୍ତିଭିତ୍ତିରେ ହେବ।
ଗୁରୁତ୍ୱପୂର୍ଣ୍ଣ ତାରିଖ:
- ଆବେଦନ ପ୍ରକ୍ରିୟା ୨୨ ଡିସେମ୍ବରରୁ ଆରମ୍ଭ ହୋଇଛି
- ଏହି ପ୍ରକ୍ତିୟା ୧୦ ଜାନୁୟାରୀ ୨୦୨୩ ପର୍ଯ୍ୟନ୍ତ ଚାଲିବ
ପ୍ରାର୍ଥୀମାନେ ଅହମ୍ମଦାବାଦ, ଚଣ୍ଡିଗଡ଼, ହାଇଦ୍ରାବାଦ, ଜୟପୁର, ପାଟନା, ମହାରାଷ୍ଟ୍ର, ଚେନ୍ନାଇ, ନୂଆଦିଲ୍ଲୀ ସମେତ ଅନେକ ରାଜ୍ୟର ସର୍କଲରେ ଚାକିରି କରିପାରିବେ।
ଅଧିକ ପଢ଼ନ୍ତୁ: ସୁବର୍ଣ୍ଣ ସୁଯୋଗ; ବିନା ପରୀକ୍ଷାରେ NHAI ରେ ମ୍ୟାନେଜର୍
ମୋଟ୍ ପଦବୀ:
- ସାଧାରଣ ବର୍ଗ – ୬୮୦ଟି ପୋଷ୍ଟ
- EWS – ୧୨୫ଟି ପୋଷ୍ଟ୍
- OBC – ୩୧୪ଟି ପୋଷ୍ଟ୍
- SC – ୧୯୬ଟି ପୋଷ୍ଟ୍
- ST – ୧୨୧ଟି ପୋଷ୍ଟ୍
- ମୋଟ୍ – ୧୪୩୮ଟି ପୋଷ୍ଟ୍
ଦରମା:
- କ୍ଲରିକାଲ୍ - ୨୫,୦୦୦ ଟଙ୍କା
- JMGS-I - ୩୫,୦୦୦ ଟଙ୍କା
- MMGS-II & MMGS-III - ୪୦,୦୦୦ ଟଙ୍କା
କେଉଁମାନେ କରିବେ ଆବେଦନ:
- କେବଳ ଅବସରପ୍ରାପ୍ତ ଅଧିକାରୀ କିମ୍ବା କର୍ମଚାରୀ ଏହି ଚାକିରି ପାଇଁ ଆବେଦନ କରିପାରିବେ
- ୨୨ ଡିସେମ୍ବର ୨୦୨୨ ସୁଦ୍ଧା ପ୍ରାର୍ଥୀଙ୍କ ବୟସ ୬୩ ବର୍ଷରୁ ଅଧିକ ହେବା ଉଚିତ ନୁହେଁ
- ଚାକିରି ସମୟରେ ଏକ ଭଲ ଟ୍ରାକ୍ ରେକର୍ଡ ରହିବା ଜରୁରୀ
କିପରି ହେବ ନିଯୁକ୍ତି:
- ଆବେଦନକାରୀଙ୍କୁ କୌଣସି ଲିଖିତ ପରୀକ୍ଷା ଦେବାକୁ ପଡ଼ିବ ନାହିଁ
- ସର୍ଟଲିଷ୍ଟ ହୋଇଥିବା ଆବେଦନକାରୀଙ୍କୁ ସାକ୍ଷାତକାର ରାଉଣ୍ଡ୍ ପାଇଁ ଡକାଯିବ
- ପରେ ମେରିଟ୍ ତାଲିକା ପ୍ରସ୍ତୁତ ହେବ
କିପରି କରିବେ ଆବେଦନ:
- ପ୍ରଥମେ SBIର ଅଫିସିଆଲ୍ ୱେବସାଇଟ୍ sbi.co.in/web/careersର କ୍ୟାରିଅର୍ ପେଜ୍କୁ ଯାଆନ୍ତୁ
- ““ENGAGEMENT OF RETIRED BANK OFFICERS/STAFF OF SBI & e-ABs ON CONTRACT BASIS”” ଉପରେ କ୍ଲିକ୍ କରନ୍ତୁ
- “Apply Online” ଲିଙ୍କ୍ରେ କ୍ଲିକ୍ କରନ୍ତୁ
- ପଞ୍ଜୀକରଣ ଏବଂ ଆବେଦନ ପ୍ରକ୍ରିୟା ସହିତ ଆଗନ୍ତୁ ଯାଆନ୍ତୁ
- ଫର୍ମ ପୂରଣ କରନ୍ତୁ, ଡକ୍ୟୁମେଣ୍ଟ ଅପଲୋଡ୍ କରନ୍ତୁ ଏବଂ ଦାଖଲ କରନ୍ତୁ
- ଭବିଷ୍ୟତ ପ୍ରମାଣ ପାଇଁ ଏକ ପ୍ରିଣ୍ଟଆଉଟ୍ କାଢନ୍ତୁ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1672670868.jpg)