• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଆପଣ ବ୍ୟାଙ୍କରେ ଚାକିରି କରୁଥିଲେ ଏବଂ ଅବସର ନେଇଯାଇଛନ୍ତି । ଏମିତି ପରିସ୍ଥିତିରେ ଆପଣ ପୁନର୍ବାର ଚାକିରି କରିବାକୁ ସୁଯୋଗ ଖୋଜୁଛନ୍ତି କି ? ତେବେ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁଥିରେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ମାନେ ବିଜନେସ୍ କରେସ୍‌ପଣ୍ତେଣ୍ଟ ଫାସିଲେଟର୍ ପୋଷ୍ଟ ପାଇଁ SBI ର ଅଫିସିଆଲ ୱେବସାଇଟ୍‌ sbi.co.in କୁ ଯାଇ ଆବେଦନ କରିପାରିବେ । ମୋଟ୍ ୮୬୮ ପୋଷ୍ଟ ପାଇଁ SBI ପକ୍ଷରୁ ବି‍‌ଜ୍ଞପ୍ତି ପ୍ରକାଶ କରାଯାଇଛି । ଆବେଦନ କରିବାର ଶେଷ ତାରିଖ ହେଉଛି ମାର୍ଚ୍ଚ ୩୧, ୨୦୨୩ ।

ଅଧିକ ପଢ଼ନ୍ତୁ: କ୍ୟାରିୟର୍ ବାଛିବା ପୂର୍ବରୁ ଏହି ୫ଟି କଥା ଉପରେ ନଜର ପକାନ୍ତୁ

ଶିକ୍ଷାଗତ ଯୋଗ୍ୟତା:

ଏହି ପଦବୀ ପାଇଁ କୌଣସି ଶିକ୍ଷାଗତ ଯୋଗ୍ୟତା ଆବଶ୍ୟକ ନାହିଁ, କାରଣ ଏହି ପଦବୀ ପାଇଁ ଆଶାୟୀମାନେ ହେଉଛନ୍ତି ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ।

ଅଭିଜ୍ଞତା :

ଅବସରପ୍ରାପ୍ତ କର୍ମଚାରୀ ପୂର୍ବରୁ କାର୍ଯ୍ୟ କରୁଥିବା କ୍ଷେତ୍ରରେ ଅଭିଜ୍ଞତା ରହିଥିବା ଦରକାର ।

ସ୍ୱତନ୍ତ୍ର ଦକ୍ଷତା :

ଅବସରପ୍ରାପ୍ତ କର୍ମଚାରୀ ମାନେ ଏହି ପଦବୀର ଆବଶ୍ୟକତା ଅନୁଯାୟୀ ସ୍ୱତନ୍ତ୍ର ଦକ୍ଷତା ରହିଥିବା ଉଚିତ୍ ।

ଚୟନ ପ୍ରକ୍ରିୟା :

ଆବେଦନକାରୀଙ୍କ ଯୋଗ୍ୟତା ଓ ଦକ୍ଷତା ଅନୁଯାୟୀ ତାଲିକା ପ୍ରସ୍ତୁତ କରାଯିବ ଏବଂ ଇଣ୍ଟରଭ୍ୟୁ ମାଧ୍ୟମରେ ଚୟନ କରାଯିବ । ଆଶାୟୀଙ୍କ ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ଓ ଦକ୍ଷତା ଦେଖି ଇଣ୍ଟରଭ୍ୟୁ ପାଇଁ ଚୟନ କରାଯିବ ନାହିଁ । ବିଭିନ୍ନ ଦିଗରୁ ଆଲୋଚନା ଏବଂ କାର୍ଯ୍ୟ ଦକ୍ଷତା ଦେଖି ତାଲିକା ପ୍ରସ୍ତୁତ କରାଯିବ ।

ଇଣ୍ଟରଭ୍ୟୁ :

ତାଲିକାଭୁକ୍ତ ଆଶାୟୀଙ୍କ ପାଇଁ ୧୦୦ ମାର୍କର ଇଣ୍ଟରଭ୍ୟୁ ରଖାଯିବ । ଏହାପରେ ବ୍ୟାଙ୍କର ଚୟନ କର୍ମକର୍ତ୍ତା ଆଶାୟୀଙ୍କ ନାମ ସ୍ଥିର କରିବେ ।

କେମିତି କରିବେ ଆବେଦନ ?

ଆବେଦନକାରୀ ମାନେ ଅଫିସିଆଲ୍ ୱେବସାଇଟ୍‌କୁ ଯାଇ ଆବେଦନ କରିପାରିବେ । ଚୟନ ହେଇଥିବା ଆଶାୟୀଙ୍କ ଇ-ମେଲ୍‌କୁ ଇଣ୍ଟରଭ୍ୟୁର ତାରିଖ ଏବଂ ମେରିଟ୍ ଲିଷ୍ଟ ପଠାଯିବ ।