Advertisment

SBI PO Recruitment 2025: ଆପଣ ଗ୍ରାଜୁଏସନ କରିଛନ୍ତି କି... SBIରେ ଅଫିସର୍ ହେବାର ସୁବର୍ଣ୍ଣ ସୁଯୋଗ

SBIରେ ଚାକିରି ସୁଯୋଗ। ଏନେଇ ବିଭାଗ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

ଅଦ୍ୟତନ ହୋଇଛି
SBI PO Recruitment 2025

SBI PO Recruitment 2025

Advertisment

ଆପଣ ଯଦି କୌଣସି ବ୍ୟାକିଂ ସେକ୍ଟରରେ କ୍ୟାରିଅର୍ କରିବା ଲକ୍ଷରେ ଅଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ। ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ (SBI) ଆପଣଙ୍କ ପାଇଁ ଏହି ସୁଯୋଗ ନେଇଆସିଛି। ଏନେଇ SBI ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

Advertisment

ଏହି ନିଯୁକ୍ତି ମାଧ୍ୟମରେ ପ୍ରୋବେସନାରୀ ଅଫିସର୍ ପଦବୀ ପୂରଣ ହେବ। ଏନେଇ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୫୪୦ରୁ ଅଧିକ ପଦବୀ ପୂରଣ ହେବ। ଗ୍ରାଜୁଏସନ୍ କରିଥିବା ପ୍ରାର୍ଥୀ ଏହାର ସୁଯୋଗ ନେବେ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ SBIର ଅଫିସିଆଲ୍ ୱେବ୍‌ସାଇଟ୍‌ sbi.co.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ SBI PO Recruitment 2025 apply for 541 post Notificationରେ କ୍ଲିକ୍ କରି ଦେଖିପାରିବେ।

Advertisment

ଅଧିକ ପଢ଼ନ୍ତୁ: ଚାକିରି ହରାଇ ଚାପରେ ଅଛନ୍ତି କି… ଏହି ସମୟରେ କ’ଣ କରିବେ ଜାଣନ୍ତୁ

​ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୨୪ ଜୁନ୍ ୨୦୨୫
  • ଅନ୍‌ଲାଇନ୍ ଆବେଦନ ଶେଷ – ୧୪ ଜୁଲାଇ ୨୦୨୫
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଖାଲି ପଦବୀ:

  • ସାଧାରଣ ବର୍ଗ – ୨୦୩ଟି ପୋଷ୍ଟ୍‌
  • OBC – ୧୩୫ଟି ପୋଷ୍ଟ୍‌
  • SC – ୩୭ଟି ପୋଷ୍ଟ୍‌
  • ST – ୭୫ଟି ପୋଷ୍ଟ୍‌
  • EWS – ୫୦ଟି ପୋଷ୍ଟ୍‌
  • ବ୍ୟାକ୍‌ଲକ୍ ଭ୍ୟାକାନ୍ସୀ – ୪୧ଟି ପୋଷ୍ଟ୍‌
  • ମୋଟ୍ – ୫୪୧ଟି ପୋଷ୍ଟ୍‌
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
Advertisment

ଯୋଗ୍ୟତା:

  • ଯେକୌଣସି ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଯେକୌଣସି ବିଷୟରେ ଗ୍ରାଜୁଏସନ୍ ପାଶ
  • ଏହା ସହିତ, ଯେଉଁ ଛାତ୍ରଛାତ୍ରୀମାନେ ସେମାନଙ୍କର ଶେଷ ବର୍ଷରେ ଅଛନ୍ତି ଏବଂ ଯାହାଙ୍କର ଫଳାଫଳ ୩୧ ଡିସେମ୍ବର ୨୦୨୫ ସୁଦ୍ଧା ଘୋଷଣା କରାଯିବ, ସେମାନେ ମଧ୍ୟ ଏହି ନିଯୁକ୍ତି ପାଇଁ ଆବେଦନ କରିପାରିବେ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୨୧ବର୍ଷ
  • ସର୍ବାଧିକ ବୟସ – ୩୦ ବର୍ଷ
  • ବୟସ ଗଣନା ୦୧ ଏପ୍ରିଲ୍ ୨୦୨୫ ଅନୁସାରେ ହେବ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଦରମା:

  • ସର୍ବନିମ୍ନ ଦରମା – ୪୮,୪୮୦ ଟଙ୍କା
  • ସର୍ବାଧିକ ଦରମା – ୮୫,୯୨୦ ଟଙ୍କା
  • ଅନ୍ୟାନ୍ୟ ଭତ୍ତା ଅଛି
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ/OBC/EWS – ୭୫୦ଟଙ୍କା
  • SC/ST/PwBD/ମହିଳା – ଦେୟମୁକ୍ତ
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା
  • ସାକ୍ଷାତକାର
  • ଡକ୍ୟୁମେଣ୍ଟ୍ ଯାଞ୍ଚ

କିପରି କରିବେ ଆବେଦନ:

  • ଅଫିସିଆଲ୍ ୱେବସାଇଟ୍ sbi.co.in କୁ ଯାଆନ୍ତୁ
  • ହୋମ୍‌ପେଜ୍‌ରେ Career ଟ୍ୟାବ୍‌ରେ କ୍ଲିକ୍ କରନ୍ତୁ
  • Current Opening ଖୋଲନ୍ତୁ ଏବଂ SBI PO 2025 Recruitment ଲିଙ୍କ୍‌ କ୍ଲିକ୍ କରନ୍ତୁ
  • ନିଜକୁ ପଞ୍ଜିକରଣ କରାନ୍ତୁ
  • ଏହା ପରେ ଆବେଦନ ଫର୍ମ ପୂରଣ କରନ୍ତୁ
  • ଫଟୋ ଏବଂ ଡକ୍ୟୁମେଣ୍ଟ୍ ଅପ୍‌ଲୋଡ୍ କରନ୍ତୁ
  • ଆବେଦନ ଫିସ୍ ଦିଅନ୍ତୁ
  • ‘Submit’ ବଟନ୍‌ରେ କ୍ଲିକ୍ କରନ୍ତୁ
  • ଭବିଷ୍ୟତ ପ୍ରମାଣ ପାଇଁ ଦାଖଲ ହୋଇଥିବା ଆବେଦନର ଏକ କପି ପ୍ରିଣ୍ଟ୍ କରି ରଖନ୍ତୁ

ଅଧିକ ପଢ଼ନ୍ତୁ: ଚାକିରି ହୋଇଯିବ ପକ୍କା, ଯଦି ଏହି ଗୋଟିଏ ପ୍ରଶ୍ନର ଠିକ୍ ଉତ୍ତର ଦେଇଦେବେ

SBI Govt Jobs Job Search Job Seekers SBI Jobs Job Opportunities
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ