Advertisment

SBI PO Recruitment 2024: ପୂରଣ ହେବ ପ୍ରୋବେସନାରୀ ଅଫିସର ପଦବୀ; ଜାଣନ୍ତୁ କେଉଁମାନେ କରିବେ ଆବେଦନ

SBI ରେ ପ୍ରୋବେସନାରୀ ଅଫିସର (PO) ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

ଅଦ୍ୟତନ ହୋଇଛି
SBI PO Recruitment 2024 apply for 600 post

SBI PO Recruitment 2024 apply for 600 post

Advertisment

ଅନେକ ଯୁବକ ବ୍ୟାଙ୍କରେ ଚାକିରି କରିବାର ସ୍ୱପ୍ନ ଦେଖନ୍ତି। ଯେଉଁମାନେ ବ୍ୟାଙ୍କରେ ଚାକିରି କରିବାକୁ ଚାହାନ୍ତି ସେମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏହି ସୁଯୋଗ ନେଇଆସିଛି ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ(SBI)। ଏନେଇ SBI ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

Advertisment

ଏହି ନିଯୁକ୍ତି ମାଧ୍ୟମରେ SBI ରେ ପ୍ରୋବେସନାରୀ ଅଫିସର (PO) ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏହି ନିଯୁକ୍ତି ମାଧ୍ୟମରେ ୬୦୦ ପଦବୀ ପୂରଣ ହେବ। ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏହି ନିଯୁକ୍ତି ସ୍ନାତକ ପ୍ରାର୍ଥୀଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ।

ଅଧିକ ପଢ଼ନ୍ତୁ: ଗ୍ରାଜୁଏସନ୍ କରିଥିଲେ BOBରେ ପୂରଣ ହେବ SO ପଦବୀ; ଦରମା ୧.୩୫ ଲ‍କ୍ଷ

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ SBI ର ଅଫିସିଆଲ୍ ୱେବ୍‌ସାଇଟ୍‌ sbi.co.in. କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ SBI PO Recruitment 2024 apply for 600 post Notification ରେ କ୍ଲିକ୍ କରି ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୨୭ ଡିସେମ୍ବର ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୧୬ ଜାନୁଆରୀ ୨୦୨୪
  • ପ୍ରାରମ୍ଭିକ ପରୀକ୍ଷା – ୮ ମାର୍ଚ୍ଚ ଓ ୧୫ ମାର୍ଚ୍ଚ ୨୦୨୫(ସମ୍ଭାବନା)
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଖାଲି ପଦବୀ:

  • UR – ୨୪୦ ପୋଷ୍ଟ୍‌
  • EWS – ୫୮ଟି ପୋଷ୍ଟ୍‌
  • OBC – ୧୫୮ ପୋଷ୍ଟ୍‌
  • ST – ୪୩ ଟି ପୋଷ୍ଟ୍‌
  • SC – ୮୭ଟି ପୋଷ୍ଟ୍‌
  • ଅନ୍ୟାନ୍ୟ – ୧୪ଟି ପୋଷ୍ଟ୍‌
  • ମୋଟ ପ୍ରାର୍ଥୀ – ୬୦୦ଟି ପୋଷ୍ଟ୍‌
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
Advertisment

ଯୋଗ୍ୟତା:

  • ସ୍ୱୀକୃତିପ୍ରାପ୍ତ ଅନୁଷ୍ଟାନରୁ ଯେକୌଣସି ବିଷୟରେ ସ୍ନାତକ ଡିଗ୍ରୀ
  • ଅନ୍ତିମ ବର୍ଷ / ସେମିଷ୍ଟାର ଛାତ୍ରମାନେ ମଧ୍ୟ ସର୍ତ୍ତ ଅନୁଯାୟୀ ଆବେଦନ କରିପାରିବେ
  • ତେବେ ସେମାନେ ୩୦ ଏପ୍ରିଲ ୨୦୨୫ କିମ୍ବା ପୂର୍ବରୁ ସ୍ନାତକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାର ପ୍ରମାଣପତ୍ର ଉପସ୍ଥାପନ କରିବେ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଅଧିକ ପଢ଼ନ୍ତୁ: ଗ୍ରାଜୁଏସନ୍ କରିଥିଲେ ଓଡ଼ିଶା ପୋଲିସ୍‌ରେ ଚାକିରି; ଦରମା ୧ ଲ‍କ୍ଷରୁ ଅଧିକ

ବୟସ ସୀମା:

  • ସର୍ବନିମ୍ନ ବୟସ – ୨୧ ବର୍ଷ
  • ସର୍ବାଧିକ ବୟସ – ୩୦ ବର୍ଷ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଦରମା:

  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • SC/ST/PWD – ଦେୟମୁକ୍ତ
  • ସାଧାରଣ ବର୍ଗ/ OBC/ EWS – ୭୫୦ ଟଙ୍କା
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ପ୍ରାରମ୍ଭିକ ପରୀକ୍ଷା
  • ମୁଖ୍ୟ ପରୀକ୍ଷା
  • ସାକ୍ଷାତକାର
  • ଡକ୍ୟୁମେଣ୍ଟ୍ ଯାଞ୍ଚ

କିପରି କରିବେ ଆବେଦନ:

  • ଅଫିସିଆଲ୍ ୱେବସାଇଟ୍ sbi.co.in. କୁ ଯାଆନ୍ତୁ
  • Online Apply ଟ୍ୟାପ୍ ଉପରେ କ୍ଲିକ୍ କରନ୍ତୁ
  • ଏହା ପରେ ଆବେଦନ ଫର୍ମ ପୂରଣ କରନ୍ତୁ
  • ଫଟୋ ଏବଂ ଡକ୍ୟୁମେଣ୍ଟ୍ ଅପ୍‌ଲୋଡ୍ କରନ୍ତୁ
  • ଆବେଦନ ଶୁଳ୍କ ଦିଅନ୍ତୁ
  • ‘Submit’ ବଟନ୍‌ରେ କ୍ଲିକ୍ କରନ୍ତୁ
  • ଭବିଷ୍ୟତ ପ୍ରମାଣ ପାଇଁ ଦାଖଲ ହୋଇଥିବା ଆବେଦନର ଏକ କପି ପ୍ରିଣ୍ଟ୍ କରି ରଖନ୍ତୁ

ଅଧିକ ପଢ଼ନ୍ତୁ: ରେଳବାଇରେ ପୂରଣ ହେବ ୧୦୦୦ରୁ ଅଧିକ ପଦବୀ; ଜାଣନ୍ତୁ କେଉଁମାନେ କରିବେ ଆବେଦନ

SBI Government Jobs Govt Jobs Job Search Job Seekers SBI Jobs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ