ବାହାରିଲା SBI PO, ଦରମା ୬୩ ହଜାରରୁ ଅଧିକ ! ତୁରନ୍ତ କରନ୍ତୁ ଆବେଦନ

ଇଚ୍ଛୁକ ପ୍ରାର୍ଥୀମାନେ SBI PO ପାଇଁ ଆବେଦନ କରିବାର ଥିଲେ, ଏହାର ଅଫିସିଆଲ ୱେବ୍‌ସାଇଟ୍‌ sbi.co.in କୁ ଯାଇ ଆବେଦନ କରିପାରିବେ ।

SBI PO

ଷ୍ଟେଟ୍ ବ୍ୟାଙ୍କରେ ବାହାରିଲା ଚାକିରି । ଶହେ କି ଦୁଇ ଶହ ନୁହେଁ ଏକାଥରକେ ୨ ହଜାର ଚାକିରି ବାହାରିଛି । SBI ପକ୍ଷରୁ ବହାରିଛି PO ପବଦୀ । ଏନେଇ ସଂସ୍ଥା ପକ୍ଷରୁ ବିଦ୍ଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରାଯାଇଛି । ଆସନ୍ତା ସେପ୍ଟେମ୍ବର ୭ ତାରିଖରୁ ଏହି ପଦବୀ ପାଇଁ ରେଜିଷ୍ଟ୍ରେସନ୍‌ ବା ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହେବ । ଇଚ୍ଛୁକ ପ୍ରାର୍ଥୀମାନେ SBI PO ପାଇଁ ଆବେଦନ କରିବାର ଥିଲେ ଏହାର ଅଫିସିଆଲ ୱେବ୍‌ସାଇଟ୍‌ sbi.co.in କୁ ଯାଇ ଆବେଦନ କରିପାରିବେ ।

ଖାଲି ପଡ଼ିଥିବା ପଦବୀ ସଂଖ୍ୟା

- ମୋଟ ୨୦୦୦ PO ପଦବୀ ପାଇଁ ବାହାରିଛି ବିଜ୍ଞପ୍ତି

-ଏହାର ପେ’ ସ୍କେଲ ରହିଛି: Rs. 36000-1490/7-46430-1740/2-49910-1990/7-63840

ଅଧିକ ପଢ଼ନ୍ତୁ: ONGCରେ ପୂରଣ ହେବ ୨,୫୦୦ ପଦବୀ

ଯୋଗ୍ୟତା:

ଆବେଦନକାରୀ ଅତିକମ୍‌ରେ ଗ୍ରାଜୁଏସନ୍ ପାସ୍‌ କରିଥିବା ଜରୁରୀ । ସରକାରୀ ସ୍ୱିକୃତୀ ପ୍ରାପ୍ତ ଯେକୌଣସି କଲେଜ କିମ୍ବା ବିଶ୍ୱବିଦ୍ୟାଳୟରୁ ସେ ସାର୍ଟିଫିକେଟ ପ୍ରାପ୍ତ କରିଥିବା ଆବଶ୍ୟକ ।

ଆବେଦନକାରୀଙ୍କ ବୟସ ଏପ୍ରିଲ ୧, ୨୦୨୩ ସୁଦ୍ଧା ଅନ୍ୟୁନ ୨୧ରୁ ୩୦ ମଧ୍ୟରେ ହୋଇଥିବା ଆବଶ୍ୟକ ।

ପଞ୍ଜିକରଣ ଦେୟ: General/ EWS/ OBC ବର୍ଗଙ୍କ ପାଇଁ ୭୫୦ ଟଙ୍କା ରହିଥିବା ବେଳେ, SC/ ST/ PwBD ବର୍ଗଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ।

ଅବଧି

-୨୦୨୩ ସେପ୍ଟେମ୍ବର ୭ରୁ ଆରମ୍ଭ ହେବ ପଞ୍ଜିକରଣ ପ୍ରକ୍ରିୟା

-ପଞ୍ଚିକରଣର ଶେଷ ତାରିଖ ୨୦୨୩ ସେପ୍ଟେମ୍ବର ୨୭ ତାରିଖ

-ଅକ୍ଟୋବର ଦ୍ୱିତୀୟ ସପ୍ତାହ ପରେ SBI PO ପ୍ରିଲିମ୍ ଆଡମିଟ୍ କାର୍ଡ ଡାଉନଲୋଡ କରିହେବ ।

- ନଭେମ୍ବରରୁ ଆରମ୍ଭ ହେବ SBI PO ପ୍ରିଲିମ ପରୀକ୍ଷା

-ନଭେମ୍ବର ଓ ଡିସେମ୍ବରରେ ବାହାରିବ ପ୍ରଥମ ପର୍ଯ୍ୟାୟ ରେଜଲ୍ଟ

କେମିତି କରିବେ ଆବେଦନ ?

-sbi.co.in. ଅଫିସିଆଲ ୱେବ୍‌ସାଇଟ୍‌କୁ ଯାଆନ୍ତୁ

-କ୍ୟାରିୟର ଅପ୍‌ସନ୍‌ ଖୋଜନ୍ତୁ

-ତାପରେ PO - କ୍ଲର୍କ ଉପରେ କ୍ଲିକ୍‌ କରନ୍ତୁ

-ଏହାପରେ ନିଜର ସମ୍ପୂର୍ଣ୍ଣ ବିବରଣୀ ଦେଇ ନାଁ ପଞ୍ଜିକରଣ କରନ୍ତୁ

-ପରେ ନିଜ ଆଇଡି ଲଗ୍‌ଇନ୍‌ କରନ୍ତୁ

-ଲଗ୍‌ଇନ୍‌ ପରେ ଆପ୍ଲିକେସନ୍‌ ଫର୍ମକୁ ଫିଲ୍‌ଅପ୍‌ କରନ୍ତୁ

-ତାପରେ ପେମେଣ୍ଟ ଅପ୍‌ସନ୍‌କୁ କ୍ଲିକ୍‌ କରି ପେମେଣ୍ଟ କରନ୍ତୁ

-ଶେଷରେ ପେଜ୍‌ ସବ୍‌ମିଟ୍‌ କରି ଏହାକୁ ଡାଉନ୍‌ଲୋଡ୍‌ କରନ୍ତୁ ।

ଅଧିକ ପଢ଼ନ୍ତୁ: ଇଣ୍ଡିଆନ୍ କୋଷ୍ଟଗାର୍ଡରେ ପୂରଣ ହେବ ୩୫୦ଟି ପଦବୀ