SBI ରେ ଖାଲିପଡ଼ିଛି ୧୪୨୨ ପଦବୀ; ଜାଣନ୍ତୁ କେଉଁ ପଦବୀ ଓ କେମିତି କରିବେ ଆବେଦନ

SBI ରେ ଖାଲି ପଡ଼ିଛି ପଦବୀ । ନଭେମ୍ବର ୭ରେ ରହିଛି ଶେଷ ଆବେଦନ ପ୍ରକ୍ରିୟା । ତେବେ ଜାଣନ୍ତୁ କେମିତି କରିବେ ଆବେଦନ..

SBI

ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ତିଆ(SBI) ରେ ଖାଲି ପଡ଼ିଛି ପଦବୀ । ୧୪୨୨ ସର୍କଲ ବେସ୍ଡ ଅଧିକାରୀ(CBO) ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଆବେଦନ ପ୍ରକ୍ରିୟାର ଶେଷ ତାରିଖ ହେଉଛି ନଭେମ୍ବର ୭ । ଆଗ୍ରହୀ ପରୀକ୍ଷାର୍ଥୀମାନେ ଏସ୍‌ବିଆଇର ଅଫିସିଆଲ୍‌ ୱେବସାଇଟ୍‌ sbi.co.in ରେ ଯାଇ ଆବେଦନ କରିପାରିବେ । ତିନୋଟି ପର୍ଯ୍ୟାୟରେ ପରୀକ୍ଷାର୍ଥୀମାନଙ୍କୁ ଟୟନ କରାଯିବ ।

  1. ଅନଲାଇନ୍‌ ଟେଷ୍ଟ
  2. ସ୍କ୍ରିନିଂ
  3. ଇଣ୍ଟରଭ୍ୟୁ

ଅଧିକ ପଢ଼ନ୍ତୁ: ଭାରତୀୟ ସେନାରେ ନିଯୁକ୍ତି ସୁଯୋଗ ; ଦରମା ୯୨ ହଜାରରୁ ଅଧିକ

SBI CBO ନିଯୁକ୍ତି ୨୦୨୨: ପଦବୀ ବିବରଣୀ

ମୋଟ ପଦବୀ: ୧୪୦୦ଟି ପୋଷ୍ଟ 

ଜାଣନ୍ତୁ କେଉଁ ରାଜ୍ୟରେ କେତୋଟି ପଦବୀ..

ଏହି ପଦବୀ ପାଇଁ ଅକ୍ଟୋବର ୧୮ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଆବେଦନର ଶେଷ ତାରିଖ ହେଉଛି ନଭେମ୍ବର ୭ । ଡିସେମ୍ବର ୪ରେ ଏହାର ଅନ୍‌ଲାଇନ୍‌ ପରୀକ୍ଷା ରହିଛି । ଏହାପୂର୍ବରୁ ଆପଣ ନିଜର ରେଜିଷ୍ଟ୍ରେସନ ନମ୍ବର ଦ୍ୱାରା ଆଡମିଟ୍‌ କାର୍ଡ ବାହାର କରିପାରିବେ । ଏହି ପଦବୀର ବେସିକ୍‌ ଦରମା ହେଉଛି ୩୬,୦୦୦ ଟଙ୍କା ।