Advertisment

RRC SR Recruitment 2024: ସାଉଥ୍ ରେଳବାଇରେ ଚାକିରି ସୁଯୋଗ; ପୂରଣ ହେବ ୨୮୬୦ ପଦବୀ

ଆପଣ ଯଦି ରେଳବାଇରେ ଚାକିରି କରିବାକୁ ଇଚ୍ଛୁକ ତେବେ ଆପଣଙ୍କ ପାଇଁ ଏହି ଖବର। ଦକ୍ଷିଣ ରେଳ(RRC SR) ଆପ୍ରେଣ୍ଟିସ୍ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ଆପଣ ଯଦି ଦଶମ ପାଶ୍‌ କରିଛନ୍ତି ତେବେ ଏହାର ସୁଯୋଗ ନେଇପାରିବେ।

ଅଦ୍ୟତନ ହୋଇଛି
RRC SR Recruitment 2024, Check Apprentice Vacancy

RRC SR Recruitment 2024, Check Apprentice Vacancy

Advertisment

କେନ୍ଦ୍ର ସରକାରୀ ଚାକିରି ତାହା ପୁଣି ରେଳବାଇରେ, କିଏ ବା ନ ଚାହେଁ। ଆପଣ ଯଦି ଏହିଭଳି ଜଣେ ଆଶାୟୀ ତେବେ ଆପଣଙ୍କ ପାଇଁ ଏହି ଖବର। ଦକ୍ଷିଣ ରେଳ(RRC SR) ଆପ୍ରେଣ୍ଟିସ୍ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ଆପଣ ଯଦି ଦଶମ ପାଶ୍‌ କରିଛନ୍ତି ତେବେ ଏହାର ସୁଯୋଗ ନେଇପାରିବେ।

Advertisment

ଏହି ପଦବୀ ପାଇଁ ଅନ୍‌ଲାଇନ୍ ଆବେଦନ ଆରମ୍ଭ ହୋଇଯାଇଛି। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ମୋଟ୍ ୨୮୬୦ ପଦବୀ ପୂରଣ ହେବ। ତାମିଲନାଡୁ, କେରଳ, ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରେ ନିଯୁକ୍ତି ମିଳବ।

ଅଧିକ ପଢ଼ନ୍ତୁ: ସୁପ୍ରିମକୋର୍ଟରେ ନିଯୁକ୍ତି: ପୂରଣ ହେବ ୯୦ ପଦବୀ

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀ ର ଅଫିସିଆଲ୍ ୱେବସାଇଟ୍ https://sr.indianrailways.gov.in/ କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିସାଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ RRC SR Recruitment 2024, Check Apprentice Vacancy Notification ଉପରେ କ୍ଲିକ୍ କରି ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୨୯ ଜାନୁୟାରୀ ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୨୮ ଫେବୃଆରୀ ୨୦୨୪

ଖାଲି ପଦବୀ:

  • ଫ୍ରେଶର୍ ବର୍ଗ – ୧୨୩ ପୋଷ୍ଟ୍
  • Ex ITI ବର୍ଗ – ୨୭୩୭ ପୋଷ୍ଟ୍
  • ମୋଟ୍ ପଦବୀ – ୨୮୬୦ଟି ପୋଷ୍ଟ୍
Advertisment

ଆବେଦନ ଶୁଳ୍କ:

  • ସାଧାରଣ / OBC / EWS – ୧୦୦ ଟଙ୍କା
  • SC, ST, PWD, ମହିଳା - ଦେୟମୁକ୍ତ
  • ଆବେଦନ ଶୁଳ୍କ ଅନ୍‌ଲାଇନ୍‌ରେ ଦେବାକୁ ପଡିବ

ବୟସ ସୀମା:

  • ସର୍ବନିମ୍ନ ବୟସ - ୧୫ ବର୍ଷ
  • ସର୍ବାଧିକ ବୟସ – ୨୨ ବର୍ଷ
  • x-ITI ଓ MLT ପାଇଁ – ୨୪ ବର୍ଷ
  • ବୟସ ଗଣନା ୨୯ ଜାନୁଆରୀ ୨୦୨୪ ଆଧାରରେ ହେବ

ଶିକ୍ଷାଗତ ଯୋଗ୍ୟତା:

  • ପ୍ରାର୍ଥୀ ଦଶମ ପାଶ କରିଥିବା ଉଚିତ
  • ଏହା ସହିତ ସମ୍ପୃକ୍ତ ଟ୍ରେଡ୍‌ରେ ITI ଥିବା ଆବଶ୍ୟକ

ଚୟନ ପ୍ରକ୍ରିୟା:

  • ଦଶମ / ଆଇଟିଆଇ ମାର୍କ ଆଧାରରେ ସର୍ଟ ଲିଷ୍ଟ ପ୍ରସ୍ତୁତ
  • ଡକ୍ୟୁମେଣ୍ଟ୍ ଯାଞ୍ଚ
  • ଡାକ୍ତରୀ ପରୀକ୍ଷା

କିପରି କରିବେ ଆବେଦନ:

  • ଅଫିସିଆଲ୍ ୱେବସାଇଟ୍ https://sr.indianrailways.gov.in/ କୁ ଯିବାକୁ ପଡିବ
  • ଏହା ପରେ Recruitment ବିଭାଗକୁ ଯାଆନ୍ତୁ
  • ସାଉଥ୍ ରେଲୱେ ଆପ୍ରେଣ୍ଟିସ୍ ନିଯୁକ୍ତି ୨୦୨୪ ର ଅନ୍‌ଲାଇନ୍ ଲିଙ୍କ୍ ଉପରେ କ୍ଲିକ୍ କରିବାକୁ ପଡିବ
  • ଆବେଦନ ଫର୍ମରେ ପଚରାଯାଇଥିବା ସମସ୍ତ ସୂଚନା ସଠିକ୍ ଭାବରେ ପୂରଣ ହେବା ଜରୁରୀ
  • ଆବେଦନ ଶୁଳ୍କ ଦେବାକୁ ପଡିବ
  • Submit ଉପରେ କ୍ଲିକ୍ କରନ୍ତୁ
  • ଭବିଷ୍ୟତ ପ୍ରମାଣ ପାଇଁ ଏକ ପ୍ରିଣ୍ଟ ବାହାର କରନ୍ତୁ

ଅଧିକ ପଢ଼ନ୍ତୁ: ଇଞ୍ଜିନିୟରିଂରେ ଡିଗ୍ରୀ ଥିଲେ NTPC ରେ ଚାକିରି; ଅନ୍ୟାନ୍ୟ ସୁବିଧା ସହ ଦରମା ୫୫ ହଜାର

Govt Jobs Railway Recruitment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ