Advertisment

RRC SCR Apprentice Recruitment: ଦଶମ ପାସ୍ କରିଥିଲେ ରେଳବାଇରେ ଚାକିରି; ପୂରଣ ହେବ ୪୨୦୦ରୁ ଅଧିକ ପଦବୀ

ସାଉଥ୍ ରେଲୱେ ଆପଣଙ୍କ ପାଇଁ ନେଇଆସିଛି ଚାକିରି ସୁଯୋଗ। RRC ରେ ଆପ୍ରେଣ୍ଟିସ୍ ପଦବୀ ପୂରଣ ହେବ। ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

ଅଦ୍ୟତନ ହୋଇଛି
RRC SCR Apprentice Recruitment

RRC SCR Apprentice Recruitment

Advertisment

ଭାରତୀୟ ରେଳବାଇରେ ଚାକିରି କରିବା ଅନେକଙ୍କ ସ୍ୱପ୍ନ ଥାଏ। ଆପଣ ଯଦି ଏମାନଙ୍କ ମଧ୍ୟରୁ ଜଣେ ତେବେ ଏହି ଖବର ଆପଣଙ୍କ ପାଇଁ। ସାଉଥ୍ ରେଲୱେ(RRC SCR) ଆପଣଙ୍କ ପାଇଁ ଏହି ସୁବର୍ଣ୍ଣ ସୁଯୋଗ ଆଣିଛି। ଏନେଇ RRC ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

Advertisment

ଏହି ନିଯୁକ୍ତି ମାଧ୍ୟମରେ RRC ରେ ଆପ୍ରେଣ୍ଟିସ୍ ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏନେଇ ଉଭୟ ମହିଳା ଓ ପୁରୁଷ ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ୪୨୦୦ରୁ ଅଧିକ ପଦବୀ ପୂରଣ ହେବ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ RRC ର ଅଫିସିଆଲ୍ ୱେବ୍‌ସାଇଟ୍‌ scr.indianrailways.gov.in କୁ ଯାଇ ଆବେଦନ କରିପାରିବେ। 

Advertisment

ଅଧିକ ପଢ଼ନ୍ତୁ: ଭାରତୀୟ ସେନାରେ ଚାକିରି ସୁଯୋଗ: ଦରମା ୨ଲ‍କ୍ଷ ୫୦ହଜାର

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଶେଷ – ୨୮ ଡିସେମ୍ବର ୨୦୨୪
  • ହାର୍ଡ କପି ଆବେଦନ ଶେଷ – ୨୭ ଜାନୁଆରୀ ୨୦୨୫
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଖାଲି ପଦବୀ:

  • ମେକାନିକ୍ – ୧୪୩ଟି ପୋଷ୍ଟ୍‌
  • ଏୟାର କଣ୍ଡିସନିଙ୍ଗ୍ – ୩୨ଟି ପୋଷ୍ଟ୍‌
  • କାର୍ପେଣ୍ଟର – ୪୨ଟି ପୋଷ୍ଟ୍‌
  • ଡିଜେଲ ମେକାନିକ – ୧୪୨ଟି ପୋଷ୍ଟ୍‌
  • ଇଲେକ୍ଟ୍ରୋନିକ୍ ମେକାନିକ୍ – ୮୫ଟି ପୋଷ୍ଟ୍‌
  • ଇଣ୍ଡଷ୍ଟ୍ରିଆଲ୍ ଇଲେକ୍ଟ୍ରୋନିକ୍ସ – ୧୦ଟି ପୋଷ୍ଟ୍‌
  • ଇଲେକ୍ଟ୍ରିକାଲ୍ – ୧୦୫୩ଟି ପୋଷ୍ଟ୍‌
  • ଇଲେକ୍ଟ୍ରିକାଲ୍ (S&T) (ଇଲେକ୍ଟ୍ରିସିଆନ୍) – ୧୦ଟି ପୋଷ୍ଟ୍‌
  • ପାୱାର୍ ମେଣ୍ଟେନାନ୍ସ(ଇଲେକ୍ଟ୍ରିସିଆନ୍) –୩୪ଟି ପୋଷ୍ଟ୍‌
  • ଟ୍ରେନ୍ ଲାଇନିଂ(ଇଲେକ୍ଟ୍ରିସିଆନ୍) – ୩୪ଟି ପୋଷ୍ଟ୍‌
  • ଫିଟର – ୧୭୪୨ଟି ପୋଷ୍ଟ୍‌
  • ମୋଟର ମେକାନିକ୍ (MMV) – ୦୮ଟି ପୋଷ୍ଟ୍‌
  • ମେସିନିଷ୍ଟ୍ – ୧୦୦ଟି ପୋଷ୍ଟ୍‌
  • ମେକାନିକ୍ ମେସିନ୍ ଟୁଲ୍ ମେଣ୍ଟେନାନ୍ସ (MMTM) – ୧୦ଟି ପୋଷ୍ଟ୍‌
  • ପେଣ୍ଟର୍ – ୭୪ଟି ପୋଷ୍ଟ୍‌
  • ୱେଲଡର – ୭୧୩ଟି ପୋଷ୍ଟ୍‌
  • ମୋଟ ପ୍ରାର୍ଥୀ – ୪୨୩୨ଟି ପୋଷ୍ଟ୍‌
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
Advertisment

ଯୋଗ୍ୟତା:

  • ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ସର୍ବନିମ୍ନ ୫୦ ପ୍ରତିଶତ ମାର୍କ ସହିତ ଦଶମ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ
  • ଏହା ବ୍ୟତୀତ ସମ୍ବନ୍ଧୀତ ଟ୍ରେଡରେ ITI ସାର୍ଟିଫିକେଟ୍
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଅଧିକ ପଢ଼ନ୍ତୁ: ପ୍ରଥମ ଚେଷ୍ଟାରେ ସାକ୍ଷାତକାରରେ ପାସ୍ ହେବାକୁ ଚାହୁଁଛନ୍ତି କି… ଆପଣଙ୍କ ପାଇଁ ୫ଟି ଟିପ୍ସ

ବୟସ ସୀମା:

  • ସର୍ବନିମ୍ନ ବୟସ –୧୫ ବର୍ଷ
  • ସର୍ବାଧିକ ବୟସ – ୨୪ ବର୍ଷ
  • ବୟସ ଗଣନା ୨୮ ଡିସେମ୍ବର ୨୦୨୪ ଅନୁସାରେ ହେବ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଦରମା:

  • ସର୍ବନିମ୍ନ ଦରମା – ୭, ୭୦୦ ଟଙ୍କା
  • ସର୍ବାଧିକ ଦରମା – ୨୦, ୨୦୦ ଟଙ୍କା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ/OBC/EWS – ୧୦୦ ଟଙ୍କା
  • SC/ST/PwBD/ମହିଳା – ଦେୟମୁକ୍ତ
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ମେରିଟ୍ ଲିଷ୍ଟ୍
  • ଲିଖିତ ପରୀକ୍ଷା
  • ମେଡିକାଲ୍ ଟେଷ୍ଟ୍
  • ଡକ୍ୟୁମେଣ୍ଟ୍ ଯାଞ୍ଚ

ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍:

  • ଦଶମ ଶ୍ରେଣୀ ମାର୍କ ସିଟ୍
  • ଆଧାର କାର୍ଡ
  • ITI ଡିପ୍ଲୋମା
  • ପାସପୋର୍ଟ ଆକାର ଫଟୋ

ଅଧିକ ପଢ଼ନ୍ତୁ: ଦ୍ୱାଦଶ ପରେ କ’ଣ କରିବେ ଚିନ୍ତାରେ ଅଛନ୍ତି କି… କରନ୍ତୁ ଏହି କୋର୍ସ, ସାଙ୍ଗେ ସାଙ୍ଗେ ମିଳିବ ଚାକିରି

Indian Railways Govt Jobs Job Search Job Seekers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ