Advertisment

RRB NTPC Recruitment 2024 : ରେଳବାଇରେ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର; ପୂରଣ ହେବ ୧୧୫୦୦ରୁ ଅଧିକ ପଦବୀ

ଭାରତୀୟ ରେଳବାଇରେ ଚାକିରି ପାଇବା ପାଇଁ ଏହା ଏକ ସୁବର୍ଣ୍ଣ। RRB NTPC ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେଉଁ ପ୍ରାର୍ଥୀମାନେ ଆବେଦନ କରିବାକୁ ଚାହାଁନ୍ତି ସେମାନେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ।

ଅଦ୍ୟତନ ହୋଇଛି
RRB NTPC Recruitment 2024

RRB NTPC Recruitment 2024

Advertisment

ଦୀର୍ଘ ଦିନ ଧରି ଏହି ରେଳ ନିଯୁକ୍ତିକୁ ଅପେକ୍ଷା କରିଥିବା ପ୍ରାର୍ଥୀଙ୍କ ଅପେକ୍ଷା ଏବେ ଶେଷ ହୋଇଛି। ଭାରତୀୟ ରେଳବାଇରେ ଚାକିରି ପାଇବା ପାଇଁ ଏହା ଏକ ସୁବର୍ଣ୍ଣ। RRB NTPC ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେଉଁ ପ୍ରାର୍ଥୀମାନେ ଆବେଦନ କରିବାକୁ ଚାହାଁନ୍ତି ସେମାନେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ।

Advertisment

ଅଧିକ ପଢ଼ନ୍ତୁ: Union Bank Jobs: ୟୁନିଅନ୍ ବ୍ୟାଙ୍କ୍‌ରେ ପୂରଣ ହେବ ୫୦୦ ପଦବୀ; ଓଡ଼ିଶାରେ ସୁଯୋଗ ପାଇବେ ଏତେ ପିଲା

ଏହି ନିଯୁକ୍ତି ମାଧ୍ୟମରେ RRB NTPC ରେ ଟିକେଟ୍ ସୁପର୍‌ଭାଇଜର, ଷ୍ଟେସନ ମାଷ୍ଟର୍, ଟ୍ରେନ୍ସ କ୍ଲର୍କ ଆଦି ଅନେକ ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏହି ନିଯୁକ୍ତି ମାଧ୍ୟମରେ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ସବୁଠାରୁ ଖୁସିର କଥା ହେଲା ଏହି ନିଯୁକ୍ତି ମାଧ୍ୟମରେ ୧୧୫୦୦ରୁ ଅଧିକ ପଦବୀ ପୂରଣ ହେବ।

Advertisment

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ RRB ର ଅଫିସିଆଲ୍ ୱେବ୍‌ସାଇଟ୍‌ rrbapply.gov.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ RRB NTPC Recruitment 2024 Apply for 11558 posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

ଗ୍ରାଜୁଏଟ୍ ଲେବଲ୍

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୧୪ ସେପ୍ଟେମ୍ବର ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୧୩ ଅକ୍ଟୋବର ୨୦୨୪
Advertisment

ଅଣ୍ଡରଗ୍ରାଜୁଏଟ୍ ଲେବଲ୍

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୨୧ ସେପ୍ଟେମ୍ବର ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୨୦ ଅକ୍ଟୋବର ୨୦୨୪
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଅଧିକ ପଢ଼ନ୍ତୁ: AAI Recruitment 2024: ଏୟାରପୋର୍ଟରେ ଚାକିରି ପାଇବେ ଜୁନିଅର କନ୍ସଲଟାଣ୍ଟ; ଜାଣନ୍ତୁ ଓଡ଼ିଶାରେ କେଉଁଠି ହେବେ ପୋଷ୍ଟିଂ

ଖାଲି ପଦବୀ:

  • ଗ୍ରାଜୁଏଟ୍ ଲେବଲ୍ – ୮୧୧୩ଟି ପୋଷ୍ଟ୍
  • ଅଣ୍ଡରଗ୍ରାଜୁଏଟ୍ ଲେବଲ୍ – ୩୪୪୫ଟି ପୋଷ୍ଟ୍
  • ମୋଟ ପଦବୀ – ୧୧୫୫୮ଟି ପୋଷ୍ଟ୍
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଯୋଗ୍ୟତା:

  • ଗ୍ରାଜୁଏଟ୍ ଲେବଲ୍ – ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ
  • ଅଣ୍ଡରଗ୍ରାଜୁଏଟ୍ ଲେବଲ୍ – ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ୧୦ + ୨ ପାଶ୍
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୮ ବର୍ଷ
  • ସର୍ବାଧିକ ବୟସ – ୩୩/୩୬ ବର୍ଷ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ମାସିକ ଦରମା:

  • ସର୍ବନିମ୍ନ ଦରମା – ୧୯,୯୦୦ ଟଙ୍କା
  • ସର୍ବାଧିକ ଦରମା – ୩୪,୪୦୦ ଟଙ୍କା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ/OBC/EWS – ୫୦୦ ଟଙ୍କା
  • SC/ST/PWBD/ESM/ମହିଳା – ୨୫୦ ଟଙ୍କା
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • CBT ଟେଷ୍ଟ୍
  • ଟାଇପିଙ୍ଗ୍ ଟେଷ୍ଟ୍
  • ଆପ୍ଟିଟ୍ୟୁଡ୍ ଟେଷ୍ଟ୍
  • ଡକ୍ୟୁମେଣ୍ଟ୍ ଯାଞ୍ଚ
  • ମେଡିକାଲ୍ ଟେଷ୍ଟ୍

ଅଧିକ ପଢ଼ନ୍ତୁ: Railway Recruitment 2024: ଆପଣ ଯଦି ଦଶମ ପାଶ୍, ରେଳବାଇରେ ଚାକିରି କରିବାକୁ ଚାହାନ୍ତି… ପଢନ୍ତୁ ଏହି ଖବର

Indian Railways Indian Railway Jobs Govt Jobs Job Search Job Seekers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ