ଭାରତୀୟ ନୌସେନାରେ ନିଯୁକ୍ତି, ଖାଲି ପଡ଼ିଛି ୩୦୦ ସେଲର ପଦବୀ

ଭାରତୀୟ ନୌସେନା(Indian Navy) ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ନୌସେନାରେ ଖାଲି ପଡ଼ିଛି ପଦବୀ । ଭାରତୀୟ ନୌସେନା ୩୦୦ ସେଲର ପଦବୀ ଭର୍ତ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ଏହି ପଦବୀ ପାଇଁ ଯୋଗ୍ୟ ଓ ଇଛୁକ ପ୍ରାର୍ଥୀ ମାନେ ୨୯ ଅକ୍ଟୋବର ୨୦୨୧ରୁ ଅନଲାଇନରେ ଆବେଦନ କରି ପାରିବେ ।

Indian Navy Recruitment

News Summary

ପଦବୀ ନିମନ୍ତେ ଆବେଦନକୁ ନିଃଶୁଳ୍କ ରଖାଯାଇଛି 

ନୂଆଦିଲ୍ଲୀ: ଭାରତୀୟ ନୌସେନା(Indian Navy) ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ନୌସେନା ବାହିନୀରେ ଖାଲି ପଡ଼ିଛି ପଦବୀ । ଭାରତୀୟ ନୌସେନା ୩୦୦ ସେଲର ପଦବୀ ଭର୍ତ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ଏଏହି ପଦବୀ ପାଇଁ ଯୋଗ୍ୟ ଓ ଇଛୁକ ପ୍ରାର୍ଥୀ ମାନେ ୨୯ ଅକ୍ଟୋବର ୨୦୨୧ରୁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ କରି ପାରିବେ । ଏନେଇ ନୌସେନା ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ତେବେ ଆବେଦନ କରିବାର ଶେଷ ତାରିଖ ନଭେମ୍ବର ୨ ତାରିଖ ରଖା ଯାଇଛି । ଯୋଗ୍ୟ ପ୍ରାର୍ଥୀ ମାନଙ୍କର ଚୟନ ଅନଲାଇନ ପରୀକ୍ଷା ଓ ଶାରୀରିକ ପରୀକ୍ଷା ଅନୁସାରେ କରାଯିବ ।

ପଦବୀ ପାଇଁ ଯୋଗ୍ୟତା:

ଭାରତୀୟ ନୌସେନାରେ ସେଲର ପଦବୀରେ ଭର୍ତ୍ତି ପାଇଁ ଆଶାୟୀମାନେ ବୋର୍ଡରୁ ଦଶମ ପରୀକ୍ଷା ପାସ୍‌ କରିଥିବା ଦରକାର । ଆଶାୟୀ ପ୍ରାର୍ଥୀ ମାନଙ୍କର ବୟସ ସୀମା ଅର୍ଥାତ୍‌ ସେମାନଙ୍କ ଜନ୍ମ ୨୦୦୨ ଏପ୍ରିଲ ୧ରୁ ୨୦୦୫ ମାର୍ଚ୍ଚ ୩୧ ଭିତରେ ହୋଇଥିବା ଦରକାର । ଏହି ପଦବୀ ନିମନ୍ତେ ସମସ୍ତ ବର୍ଗଙ୍କ ପାଇଁ ଆବେଦନକୁ ନିଃଶୁଳ୍କ ରଖାଯାଇଛି ।

ଭାରତୀୟ ନୌସେନା ଭର୍ତ୍ତି ପାଇଁ ଗୁରୁତ୍ୱପୂର୍ଣ୍ଣ ତାରିଖ ଗୁଡିକ ହେଲା...

କିପରି କରିବେ ଆବେଦନ:

ଯୋଗ୍ୟ ଏବଂ ଆଗ୍ରହୀ ପ୍ରାର୍ଥୀମାନେ ଭାରତୀୟ ନୌସେନାର ଅଫିସିଆଲ ପେଜ୍ joinindiannavy.gov.inରେ ଅନଲାଇନରେ ଆବେଦନ କରିପାରିବେ । ଯଦି ଆପଣଙ୍କର ପଞ୍ଜୀକୃତ ହୋଇନଥାଏ, ତେବେ ଆପଣଙ୍କର ଇମେଲ୍ ଆଇଡି ସହିତ ନିଜକୁ ପଞ୍ଜିକରଣ କରନ୍ତୁ ।