Advertisment

RBIରେ ନିଯୁକ୍ତି, ତୁରନ୍ତ କରନ୍ତୁ ଆବେଦନ

ଆପଣ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ରେ ଚାକିରି କରିବାକୁ ଚାହୁଁଛନ୍ତି କି ? ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ପକ୍ଷରୁ ସ୍ପେଶାଲିଷ୍ଟ ଅଫିସର ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ଏନେଇ ଆବେଦନ କରିପାରିବେ ।

ଅଦ୍ୟତନ ହୋଇଛି
rbi

rbi

Advertisment

ବ୍ୟାଙ୍କରେ ଚାକିରି ଖୋଜୁଥିବା ଯୁବକ ଓ ଯୁବତୀଙ୍କ ପାଇଁ ଖୁସି ଖବର । ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ପକ୍ଷରୁ ସ୍ପେଶାଲିଷ୍ଟ ଅଫିସର ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିନା ପରୀକ୍ଷାରେ (RBI)ରେ ନିଯୁକ୍ତି ମିଳୁଛି । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ମାନେ ଏହି ପଦବୀରେ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ ଆରବିଆଇର ଅଧିକାରକ ୱେବସାଇଟ୍ rbi.org.in କୁ ଯାଇ ଆବେଦନ କରିପାରିବେ।

Advertisment

ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ପାଖରେ ମେଡିକାଲ କାଉନସିଲ ଅଫ୍‌ ଇଣ୍ଡିଆ ଦ୍ୱାରା ମାନ୍ୟତାପ୍ରାପ୍ତ ଏଲୋପାଥିକ ସିଷ୍ଟମ ଅଫ ମେଡିସିନରେ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଅତିକମରେ ଏମବିବିଏସରେ ଡିଗ୍ରୀ କରିଥିବା ଜରୁରୀ। ଏହାଛଡା କୌଣସି ହସପିଟାଲ କିମ୍ବା କ୍ଲିନିକରେ ଅତିକମରେ ଦୁଇବର୍ଷରୁ ଅଭିଜ୍ଞତା ଥିବା ଜରୁରୀ। ଆବେଦନ କରିବାର ତାରିଖ ୧୫ ମାର୍ଚ୍ଚ ୨୦୨୨ରୁ ଆରମ୍ଭ ହୋଇଥିବା ବେଳେ୫ ଏପ୍ରିଲ ୨୦୨୨ରେ ହେବ।

ପଦବୀ ପାଇଁ ଯୋଗ୍ୟତା:

  • ପ୍ରାର୍ଥୀଙ୍କ ଚୟନ ଇଣ୍ଟରଭ୍ୟୁ ଆଧାରରେ କରାଯିବ।
  • ଇଣ୍ଟରଭ୍ୟୁ ପରେ ସର୍ଟଲିଷ୍ଟ ହୋଇଥିବା ଆବେଦନକାରୀ ବ୍ୟାଙ୍କର ମେଡିକାଲ କନସଲଣ୍ଟେଣ୍ଟ ଭାବେ ନିଯୁକ୍ତି ମିଳିବ।
  • ପ୍ରଥମେ ମେଡିକାଲ ପରୀକ୍ଷା, ଦସ୍ତାବିଜ ଦାଖଲ କରିବାକୁ ପଡିବ।
Advertisment

ଶିକ୍ଷାଗତ ଯୋଗ୍ୟତା:

ପ୍ରାର୍ଥୀଙ୍କ ପାଖରେ ମେଡିକାଲ କାଉନସିଲ ଅଫ୍‌ ଇଣ୍ଡିଆ ଦ୍ୱାରା ମାନ୍ୟତାପ୍ରାପ୍ତ ଏଲୋପାଥିକ ସିଷ୍ଟମ ଅଫ ମେଡିସିନରେ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଅତିକମରେ ଏମବିବିଏସରେ ଡିଗ୍ରୀ କରିଥିବା ଜରୁରୀ। ଏହାଛଡା କୌଣସି ହସପିଟାଲ କିମ୍ବା କ୍ଲିନିକରେ ଅତିକମରେ ଦୁଇବର୍ଷରୁ ଅଭିଜ୍ଞତା ଥିବା ଜରୁରୀ।

RBI Recruitment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ