/odishatv-khabar/media/post_attachments/uploadimage/library/16_9/16_9_0/IMAGE_1663069893.jpg)
Railway jobs 12th pass jobs for sports quota
ସରକାରୀ ଚାକିରିକୁ ନେଇ ଆଜିକାଲି ଦେଶର ଯୁବକମାନଙ୍କ ମଧ୍ୟରେ ଅନେକ ଆକର୍ଷଣ ରହିଛି। ଏନେଇ ଚାକିରି ପାଇଁ ସରକାରୀ ବିଜ୍ଞପ୍ତିଟିଏ ଦେଖିଦେଲେ ସେମାନେ ଉତ୍ସାହିତ ହୋଇପଡନ୍ତି। ପ୍ରତିବର୍ଷ ଲକ୍ଷ ଲକ୍ଷ ଯୁବକ ସରକାରୀ ଚାକିରି ପାଇଁ ନିଯୁକ୍ତି ବିଜ୍ଞପ୍ତି ଦେଖି ଆବେଦନ କରନ୍ତି। ଯଦି ଆପଣ ଦ୍ୱାଦଶ ପାସ୍ କିମ୍ବା ସ୍ନାତକ କରିଛନ୍ତି ତେବେ ଆପଣ ରେଳବାଇ ଦ୍ୱାରା ବାହାରିଥିବା ନିଯୁକ୍ତିରେ ଆବେଦନ କରିପାରିବେ।
ପଶ୍ଚିମ ରେଳବାଇ (WR) ର ନିଯୁକ୍ତି ସେଲ୍ (RRC) ବିଭିନ୍ନ ପଦବୀ ପାଇଁ ରୋଜଗାର ସମାଚାର ପତ୍ରରେ ବିଜ୍ଞପ୍ତି ଜାରି କରିଛି। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଅକ୍ଟୋବର ୦୪ କିମ୍ବା ତା’ ପୂର୍ବରୁ ଆବେଦନ କରିପାରିବେ। ଏହି ନିଯୁକ୍ତି କ୍ରୀଡା କୋଟା ଆଧାରରେ କରାଯିବ।
ଯୋଗ୍ୟତା:
ରେଳ ନିଯୁକ୍ତି ବିଜ୍ଞପ୍ତିରେ ଦିଆଯାଇଥିବା ସୂଚନା ଅନୁଯାୟୀ ପ୍ରାର୍ଥୀ ଦ୍ୱାଦଶ ପାସ୍ / ସ୍ନାତକ ହେବା ବାଧ୍ୟତାମୂଳକ। ଯେଉଁ ଖେଳାଳିମାନେ ୧/୪/୨୦୨୦ ରୁ ୩୦/୮/୨୦୨୨ ମଧ୍ୟରେ ଚାମ୍ପିଅନସିପ୍ରେ କ୍ରୀଡ଼ା ସଫଳତା ଯୋଗ୍ୟତା ମାନଦଣ୍ଡ ହାସଲ କରିଥିବେ ଏବଂ ସକ୍ରିୟ ଥିବେ ସେମାନେ ହିଁ ଏହି ଚାକିରି ପାଇଁ ଆବେଦନ କରିପାରିବେ। ଏହି ନିଯୁକ୍ତି କ୍ରୀଡା କୋଟା ଅଧୀନରେ କରାଯିବ।
କାହାକୁ ଦିଆଯିବ ପ୍ରାଥମିକତା:
ଏହି ନିଯୁକ୍ତି କୁସ୍ତି, ପାୱାର୍ଲିଫ୍ଟ, ଶୁଟିଂ, କବାଡି, ଜିମ୍ନାଷ୍ଟିକ୍, କ୍ରିକେଟ୍, ବ୍ୟାଡ୍ମିଣ୍ଟନ୍ ଏବଂ ହକି ଖେଳାଳିଙ୍କ ପାଇଁ। ଯେଉଁ ପ୍ରାର୍ଥୀମାନେ କୌଣସି ବିଷୟରେ ସ୍ନାତକ କିମ୍ବା ଦ୍ୱାଦଶ ପାଶ୍ କରିଥିବେ ସେମାନେ ଏହି ଆବେଦନ କରିପାରିବେ। ଏହି ପ୍ରାର୍ଥୀମାନଙ୍କର ଉପରୋକ୍ତ କ୍ଷେତ୍ରରେ କ୍ରୀଡା ସଫଳତା ରହିବା ଉଚିତ।
ବୟସ:
- ପ୍ରାର୍ଥୀଙ୍କ ବୟସ ସର୍ବନିମ୍ନ ୧୮ ବର୍ଷ ଏବଂ ସର୍ବାଧିକ ୨୫ ବର୍ଷ ହେବା ଉଚିତ
କିପରି କରିବେ ଆବେଦନ:
ଏହି ଚାକିରିରେ ଆଗ୍ରହୀ ପ୍ରାର୍ଥୀମାନେ RRC- https://www.rrcwr.com ର ଅଫିସିଆଲ୍ ୱେବ୍ସାଇଟ୍କୁ ଯାଇ ଅନ୍ଲାଇନ୍ରେ ଆବେଦନ କରିପାରିବେ। ପଞ୍ଜୀକରଣ ସମୟରେ ପ୍ରାର୍ଥୀଙ୍କ ପାଖରେ ଆଧାର କାର୍ଡ ରହିବା ଜରୁରୀ। ଯେଉଁ ପ୍ରାର୍ଥୀଙ୍କ ପାଖରେ ଆଧାର ନମ୍ବର ନାହିଁ କିନ୍ତୁ ସେମାନେ ଯଦି ଆଧାର ପାଇଁ ନାମାଙ୍କନ କରିଛନ୍ତି ତେବେ ସେମାନେ ଆଧାର ନାମାଙ୍କନ ସ୍ଲିପ୍ରେ ଦିଆଯାଇଥିବା ଆଧାର ID କୁ ଦେଇପାରିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)