Advertisment

ମହିଳାଙ୍କ ପାଇଁ ନିଯୁକ୍ତି ସୁଯୋଗ: ଖାଲି ପଡ଼ିଥିବା ୨୮୪୭ ପଦବୀ ପାଇଁ ଆବେଦନ ପତ୍ର ଆହ୍ୱାନ

ମହିଳାଙ୍କ ପାଇଁ ଚାକିରୀ କରିବାର ସୁବର୍ଣ୍ଣ ସୁଯୋଗ। ଖାଲି ପଡିଥିବା ଏହି ସବୁ ପଦବୀ ପାଇଁ ଆବେଦନ କରନ୍ତୁ। ଶେଷ ତାରିଖ ରହିଛି ଅଗଷ୍ଟ ୩୧।

ଅଦ୍ୟତନ ହୋଇଛି
vacancy in indian army

vacancy in indian army

Advertisment

ନୂଆଦିଲ୍ଲୀ: କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସ (CAPF)ରେ ମହିଳାଙ୍କ ପାଇଁ ନିଯୁକ୍ତି ସୁଯୋଗ। ଏକକାଳୀନ ୨୮୪୭ ପଦବୀରେ ମହିଳାଙ୍କୁ ମିଳିବ ନିଯୁକ୍ତି। ଆଗ୍ରହୀ ପ୍ରାର୍ଥିନୀ ଅଗଷ୍ଟ ୩୧ ତାରିଖ ରାତି ସାଢେ ୧୧ଟା ସୁଦ୍ଧା ଆବେଦନ କରନ୍ତୁ। ସିଆଇଏସ୍‌ଏଫ, ବିଏସଏଫ, ଆଇଟିବିପି, ଏସ୍‌ଏସ୍‌ଏଫ, ଅସମ ରାଇଫଲ୍ସରେ ମହିଳାଙ୍କ ପାଇଁ ଖାଲି ପଡ଼ିଥିବା ପଦବୀରେ ମହିଳାଙ୍କୁ ଭର୍ତ୍ତି କରାଯିବ। ଏ ସମସ୍ତ ପଦ କନ୍‌ଷ୍ଟେବଲ୍‌ ପଦ ପାଇଁ। ଆବେଦନ ଷ୍ଟାଫ ସିଲେକ୍ସସନର ଅଫିସିଆଲ ୱେବସାଇଟ୍‌  https://www.ssc.nic.inରେ ଅନ୍‌ଲାଇନ୍‌ରେ କରିପାରିବେ।

Advertisment

କେଉଁ ବିଭାଗରେ କେତେ ପଦବୀ ଖାଲି ପଡ଼ିଛି

୧-ବିଏସଏଫ-୧୧୩୨
୨-ସିଆଇଏସଏଫ-୮୫୪
୩-ଆଇଟିବିପି-୨୧୫
୪-ଅସମ ରାଇଫଲ୍ସ-୬୦୦
୫-ଏସଏସଏଫ-୪୬
୬-ମୋଟ-୨୮୪୭

ଶିକ୍ଷାଗତ ଯୋଗ୍ୟତା-

ପ୍ରାର୍ଥିନୀ ଯେ କୌଣସି ସ୍ୱକୃତୀପ୍ରାପ୍ତ ବୋର୍ଡରୁ ୧୦ମ ପାସ୍‌ କରିଥିବେ। 

ଗୁରୁତ୍ୱପୂର୍ଣ୍ଣ ତାରିଖ-

ଆବେଦନର ଶେଷ ତାରିଖ (ଅନଲାଇନ)-ଅଗଷ୍ଟ ୩୧, ୨୦୨୧- ରାତି ୧୧.୩୦ 
ଫିସ୍‌ ଦାଖଲ କରିବାର ଶେଷ ତାରଖ(ଅନଲାଇନ)- ସେପ୍ଟେମ୍ବର ୨, ୨୦୨୧-ରାତି ୧୧.୩୦
ଚାଲାଣ ପାଇବାର ଶେଷ ତାରିଖ(ଅନଲାଇନ)-ସେପ୍ଟେମ୍ବର ୪, ୨୦୨୧-ରାତ ୧୧.୩୦
ଚାଲାଣ ମାଧ୍ୟମରେ ଫିସ୍‌ ଦାଖଲର ଶେଷ ତାରିଖ (ବ୍ୟାଙ୍କ ଦ୍ୱାରା)-ସେପ୍ଟେମ୍ବର ୭, ୨୦୨

Advertisment

ଦରମା-

ଏହି ପଦବୀରେ ନିଯୁକ୍ତ ପ୍ରାର୍ଥୀଙ୍କ ଦରମା ୨୧, ୭୦୦ରୁ ୬୯, ୧୦୦ ପର୍ଯ୍ୟନ୍ତ ରହିଛି

ବୟସ ସୀମା-

ଏହି ପଦବୀ ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କ ବୟସ ୧୮ ବର୍ଷରୁ ୨୩ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଅର୍ଥାତ୍‌ ପ୍ରାର୍ଥିନୀ ୧୯୯୮ ଅଗଷ୍ଟ ୨ରୁ ୨୦୦୩ ଅଗଷ୍ଟ ୧ ତାରିଖ ମଧ୍ୟରେ ଜନ୍ମ ହୋଇଥିବେ। 

କାହାପାଇଁ କେତେ କୋହଳ ହେବ ବୟସ -

ଏସସ୍‌/ଏସ୍‌ଟି-୫ ବର୍ଷ
ଓବିସି-୩ ବର୍ଷ
ଏକ୍ସ ସର୍ବିସମ୍ୟାନ-୩ ବର୍ଷ

Advertisment

ଏଥିସହିତ ୧୯୮୪ ଦଙ୍ଗାରେ ମୃତ ବ୍ୟଙ୍କିଙ୍କ ପିଲାଙ୍କ ବୟସ ସୀମା ମଧ୍ୟ କୋହଳ କରାଯିବ

ଅଣସଂରକ୍ଷିତ-୫ ବର୍ଷ
ଓବିସି-୮ ବର୍ଷ
ଏସ୍‌ଟି/ଏସ୍‌ସି-୧୦ ବର୍ଷ

ସେହିପରି ଗୁଜରାଟରେ ୨୦୦୨ ଦଙ୍ଗାରେ ମୃତ ବ୍ୟକ୍ତିଙ୍କ ପିଲାଙ୍କ ବୟସ ସୀମା ମଧ୍ୟ କୋହଳ କରାଯିବ।

ଅଣସଂରକ୍ଷିତ-୫ ବର୍ଷ
ଓବିସି-୮ ବର୍ଷ
ଏସ୍‌ଟି/ଏସ୍‌ସି-୧୦ ବର୍ଷ

Indian Army Indian Army Recruitment 2021
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ