Advertisment

ସୁବର୍ଣ୍ଣ ସୁଯୋଗ: ୫୦୦ କମ୍ପାନୀରେ ମିଳିବ ୧ କୋଟି ଯୁବକଙ୍କୁ ଇର୍ଣ୍ଟନ୍‌ସିପ୍ ସୁଯୋଗ; ମିଳିବ ଏତିକି ଟଙ୍କା...

୫ ବର୍ଷରେ ୧ କୋଟି ଯୁବକଙ୍କୁ ମିଳିବ ଇର୍ଣ୍ଟନ୍‌ସିପ୍ ସୁଯୋଗ । ସାଧାରଣ ବଜେଟରେ ଘୋଷିତ ପିଏମ୍ ଇର୍ଣ୍ଟନ୍‌ସିପ୍ ସ୍କିମର ପାଇଲଟ୍ ଯୋଜନା ଗୁରୁବାର ଠାରୁ ଆରମ୍ଭ ହୋଇଛି ।

ଅଦ୍ୟତନ ହୋଇଛି
PM Internship Scheme Begins

PM Internship Scheme

Advertisment

PM Internship Yojana 2024 Apply Date: ଯୁବକଙ୍କ ପାଇଁ ଖୁସି ଖବର । ଆସିଲା ସୁବର୍ଣ୍ଣ ସୁଯୋଗ । ଦେଶର ଶ୍ରେଷ୍ଠ ୫୦୦ କମ୍ପାନୀରେ ମିଳିବ ୧ ବର୍ଷ ପାଇଁ ଇର୍ଣ୍ଟନ୍‌ସିପ୍ ସୁଯୋଗ । ୫ ବର୍ଷରେ ୧ କୋଟି ଯୁବକଙ୍କୁ ମିଳିବ ଇର୍ଣ୍ଟନ୍‌ସିପ୍ ସୁଯୋଗ । ସାଧାରଣ ବଜେଟରେ ଘୋଷିତ ପିଏମ୍ ଇର୍ଣ୍ଟନ୍‌ସିପ୍ ସ୍କିମର ପାଇଲଟ୍ ଯୋଜନା ଗୁରୁବାର ଠାରୁ ଆରମ୍ଭ ହୋଇଛି । ଏହି ଯୋଜନାରେ ୨୧ରୁ ୨୪ ବର୍ଷ ବୟସର ଯୁବକଙ୍କୁ ମିଳିବ ସୁଯୋଗ। www.pminternship.mci.gov.in ପୋର୍ଟାଲ୍‌ରେ ୧୨ରୁ ୨୫ ଅକ୍ଟୋବର ଭିତରେ କରିପାରିବେ ଆବେଦନ । ଯେଉଁମାନେ ଦଶମ ଏବଂ ତଦୁର୍ଦ୍ଧ୍ୱ ପାସ୍‌ କରିଛନ୍ତି ସେମାନଙ୍କୁ ମିଳିବ ସୁଯୋଗ।

Advertisment

ଅଧିକ ପଢ଼ନ୍ତୁ: NABARD Recruitment 2024: ନାବାର୍ଡରେ ପୂରଣ ହେବ ଗ୍ରୁପ୍ 'C' ଅଫିସ୍ ଆଟେଣ୍ଡାଣ୍ଟ୍‌ ପଦବୀ; ଓଡ଼ିଶାରେ ଏତେ ଖାଲି

ପିଏମ୍‌ ଇର୍ଣ୍ଟନ୍‌ସିପ୍ ସ୍କିମ୍: ସଂରକ୍ଷଣ ପ୍ରଯୁଜ୍ୟ ହେବ...

କେନ୍ଦ୍ର ସରକାରଙ୍କ ସଂରକ୍ଷଣ ନୀତି ୨୦୨୫ ଆର୍ଥିକ ବର୍ଷରେ ଏକ ଲକ୍ଷ ୨୫ ହଜାର ଯୁବକଙ୍କୁ ଇର୍ଣ୍ଟନ୍‌ସିପ୍ ଯୋଗାଇଦେବା ଲକ୍ଷ୍ୟରେ ଏହି ଯୋଜନାରେ କାର୍ଯ୍ୟକାରୀ ହେବ। ଏହି ଯୋଜନାରେ ମନୋନୀତ ପ୍ରାର୍ଥୀଙ୍କୁ କେନ୍ଦ୍ର ସରକାର ୬୦୦୦ ଟଙ୍କା ପ୍ରଦାନ କରିବେ। ଏହା ପରେ, ପ୍ରତ୍ୟେକ ମାସ ଗୋଟିଏ ବର୍ଷ ପାଇଁ ସେମାନେ କେନ୍ଦ୍ରରୁ ୪୫୦୦ ଟଙ୍କା ଏବଂ କମ୍ପାନୀରୁ ୫୦୦ ଟଙ୍କା ପାଇବେ । ଏହି ଟଙ୍କା ସିଧାସଳଖ ପ୍ରାର୍ଥୀଙ୍କ ଆକାଉଣ୍ଟକୁ ଯିବ । ମନୋନୀତ ପ୍ରାର୍ଥୀମାନେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଓ ପ୍ରଧାନମନ୍ତ୍ରୀ ସୁରକ୍ଷ ବୀମା ଯୋଜନା ଅଧୀନରେ ବୀମା କଭର ମଧ୍ୟ ପାଇବେ, ଯାହାର ପ୍ରିମିୟମ କେନ୍ଦ୍ର ସରକାର ବହନ କରିବେ।

Advertisment

PM Internship Date:କେବେ ଓ କିପରି କରିବେ ଆବେଦନ ?

  • ଅକ୍ଟୋବର ୧୨ରେ ଖୋଲିବ ପୋର୍ଟାଲ୍‌ ।
  • ପ୍ରଥମ ପର୍ଯ୍ୟାୟରେ ପ୍ରାର୍ଥୀମାନେ ଅକ୍ଟୋବର ୧୨ରୁ ୨୫ ପର୍ଯ୍ୟନ୍ତ ଆବେଦନ କରିବାର ସୁଯୋଗ ପାଇବେ । ସେମାନେ ସର୍ବାଧିକ ୫ଟି ସୁଯୋଗ ପାଇଁ ଆବେଦନ କରିବାକୁ ସମର୍ଥ ହେବେ ।
  • ଏହା ପରେ ମନ୍ତ୍ରଣାଳୟର ଏକ ଟିମ୍ ଏହି ଯୋଜନାର ନିର୍ଦ୍ଦିଷ୍ଟ ପାରାମିଟର ଉପରେ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ କରିବେ ଏବଂ ସେହି ତାଲିକା ୨୬ ଅକ୍ଟୋବରରେ କମ୍ପାନୀମାନଙ୍କୁ ଦିଆଯିବ।
  • ଏହା ପରେ, କମ୍ପାନୀଗୁଡିକ ୨୭ ଅକ୍ଟୋବରରୁ ୭ ନଭେମ୍ବର ପର୍ଯ୍ୟନ୍ତ ସେମାନଙ୍କର ଆବଶ୍ୟକତା ଉପରେ ଆଧାର କରି ପ୍ରାର୍ଥୀ ଚୟନ କରିବେ ଏବଂ ତା’ପରେ ସେମାନଙ୍କୁ ଇଣ୍ଟର୍ନସିପ୍ କରିବାକୁ ଚାହୁଁଥିବା ସ୍ଥାନ ପ୍ରଦାନ କରିବେ । 
  • ମନୋନୀତ ପ୍ରାର୍ଥୀମାନେ ଏହି ଅଫର ଗ୍ରହଣ କରିବାକୁ ନଭେମ୍ବର ୮ରୁ ନଭେମ୍ବର ୧୫ ପର୍ଯ୍ୟନ୍ତ ସମୟ ପାଇବେ। ଯଦି ସେମାନେ ଏହି ଅଫରକୁ ପସନ୍ଦ କରନ୍ତି ନାହିଁ, ତେବେ ଦ୍ୱିତୀୟ ଏବଂ ତୃତୀୟ ଅଫର୍ ଦିଆଯିବ । ଏହା ଜରୁରୀ ନୁହେଁ ଯେ ପ୍ରଥମ ଅଫର୍ ଦେଇଥିବା କମ୍ପାନୀ ମଧ୍ୟ ଦ୍ୱିତୀୟ ଏବଂ ତୃତୀୟ ଅଫର୍ ଦେବା ଉଚିତ୍ । ତେବେ କୌଣସି ପ୍ରାର୍ଥୀଙ୍କୁ ସର୍ବାଧିକ ୩ଟି ଅଫର ଦିଆଯିବ ।

PM Internship Yojana: କେଉଁ କମ୍ପାନୀରେ ଆପଣ ଇର୍ଣ୍ଟନ୍‌ସିପ୍ ପାଇବେ ?

୩ରୁ ୧୨ ଅକ୍ଟୋବର ପର୍ଯ୍ୟନ୍ତ ପୋର୍ଟାଲ କେବଳ କମ୍ପାନୀଗୁଡିକ ପାଇଁ ଖୋଲା ରହିବ। କମ୍ପାନୀଗୁଡିକ କହିବେ ସେ କେତେ ଲୋକ ଚାହୁଁଛନ୍ତି, କେଉଁ ସ୍ଥାନରେ ଇର୍ଣ୍ଟନ୍‌ସିପ୍ ଓ କେଉଁ ଶିକ୍ଷାଗତ ଯୋଗ୍ୟତା ପାଇଁ ସେ ଆଶା କରୁଛନ୍ତି ।  ଗତ ୩ ବର୍ଷ ମଧ୍ୟରେ CSR ଖର୍ଚ୍ଚ ଆଧାରରେ ଶ୍ରେଷ୍ଠ ୫୦୦ କମ୍ପାନୀ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବେ । ୨ ଡିସେମ୍ବରରୁ ପ୍ରାୟ ୧ ଲକ୍ଷ ଯୁବକଙ୍କର ଇର୍ଣ୍ଟନ୍‌ସିପ୍ ଆରମ୍ଭ ହେବ । 

Advertisment

ଅଧିକ ପଢ଼ନ୍ତୁ: Assam Rifles Recruitment: ଆସାମ ରାଇଫଲ୍ସରେ ପୂରଣ ହେବ ରାଇଫଲ୍‌ମେନ୍‌/ଓମେନ୍

PM Narendra Modi Job Vacancy Prime Minister
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ