Advertisment

OSSSC Teacher Recruitment 2024: ଓଡ଼ିଶାର ସରକାରୀ ସ୍କୁଲ୍‌ରେ ପୂରଣ ହେବ ଶିକ୍ଷକ ପଦବୀ; ଜାଣନ୍ତୁ କେଉଁମାନେ କରିବେ ଆବେଦନ

ଓଡ଼ିଶାର ସରକାରୀ ସ୍କୁଲ୍‌ରେ ପୂରଣ ହେବ ଶିକ୍ଷକ ପଦବୀ। ଏନେଇ OSSSC ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

ଅଦ୍ୟତନ ହୋଇଛି
OSSSC Teacher Recruitment 2024

OSSSC Teacher Recruitment 2024

Advertisment

ସରକାରୀ ସ୍କୁଲ୍‌ରେ ଚାକିରି କରିବାର ସ୍ୱପ୍ନ ଦେଖୁଛନ୍ତି କି? ଆପଣଙ୍କ ସ୍ୱପ୍ନ ଏବେ ସଫଳ ହୋଇପାରେ। ଯେଉଁମାନେ ଶିକ୍ଷକ ଚାକିରି କରିବାକୁ ଚାହାନ୍ତି ସେମାନଙ୍କ ପାଇଁ ଏହି ସୁଯୋଗ। ଏହି ସୁଯୋଗ ନେଇଆସିଛି ଓଡିଶା ସବ୍‌-ଅର୍ଡିନେଟ୍ କର୍ମଚାରୀ ଚୟନ ଆୟୋଗ (OSSSC)। ଏନେଇ OSSSC ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

Advertisment

ଏହି ନିଯୁକ୍ତି ମାଧ୍ୟମରେ ବିଦ୍ୟାଳୟରେ ଶାରୀରିକ ଶିକ୍ଷା ଶିକ୍ଷକ (PET), ଟ୍ରେନିଂ ଗ୍ରାଜୁଏଟ୍ ଶିକ୍ଷକ (TGT) - ବିଜ୍ଞାନ (PCM) ଏବଂ ସଂସ୍କୃତ ଶିକ୍ଷକ ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏହି ନିଯୁକ୍ତି ମାଧ୍ୟମରେ ୨୦୦ରୁ ଅଧିକ ପଦବୀ ପୂରଣ ହେବ। ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ OSSSC ର ଅଫିସିଆଲ୍ ୱେବ୍‌ସାଇଟ୍‌ osssc.gov.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ OSSSC Teacher Recruitment 2024 apply for 205 post Notification ରେ କ୍ଲିକ୍ କରି ଦେଖିପାରିବେ।

Advertisment

ଅଧିକ ପଢ଼ନ୍ତୁ: ପୂରଣ ହେବ ପ୍ରୋବେସନାରୀ ଅଫିସର ପଦବୀ; ଜାଣନ୍ତୁ କେଉଁମାନେ କରିବେ ଆବେଦନ

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୩୦ ଡିସେମ୍ବର ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୩୧ ଜାନୁଆରୀ ୨୦୨୫
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
Advertisment

ଖାଲି ପଦବୀ:

  • PET – ୧୦୫ଟି ପୋଷ୍ଟ୍‌
  • ସଂସ୍କୃତ ଶିକ୍ଷକ – ୭୧ଟି ପୋଷ୍ଟ୍‌
  • TGT ବିଜ୍ଞାନ – ୨୯ଟି ପୋଷ୍ଟ୍‌
  • ମୋଟ ପ୍ରାର୍ଥୀ – ୨୦୫ଟି ପୋଷ୍ଟ୍‌
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଯୋଗ୍ୟତା:

  • TGT (ବିଜ୍ଞାନ- PCM) – ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ବିଜ୍ଞାନରେ ସ୍ନାତକ ଡିଗ୍ରୀ(PCM) ସହିତ ସର୍ବନିମ୍ନ ୫୦% ସହିତ ବିଏଡ୍ ଡିଗ୍ରୀ
  • ସଂସ୍କୃତ ଶିକ୍ଷକ – ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସର୍ବନିମ୍ନ ୫୦% ସହିତ ସଂସ୍କୃତରେ ସ୍ନାତକ ଡିଗ୍ରୀ ଏବଂ ସର୍ବନିମ୍ନ ୫୦% ସହିତ ସଂସ୍କୃତରେ ସ୍ନାତକୋତ୍ତର
  • PET – ଦ୍ୱାଦଶ ଶ୍ରେଣୀ କିମ୍ବା ଏହାର ସମାନ ପରୀକ୍ଷାରେ ପାଶ୍ ଏବଂ ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡ / ବିଶ୍ୱବିଦ୍ୟାଳୟରୁ CPEd / BPed / MPEd ପରୀକ୍ଷାରେ ଉତ୍ତୀର୍ଣ୍ଣ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୨୧ ବର୍ଷ
  • ସର୍ବାଧିକ ବୟସ – ୩୮ ବର୍ଷ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଅଧିକ ପଢ଼ନ୍ତୁ: ଗ୍ରାଜୁଏସନ୍ କରିଥିଲେ BOBରେ ପୂରଣ ହେବ SO ପଦବୀ; ଦରମା ୧.୩୫ ଲ‍କ୍ଷ

ଦରମା:

  • ସର୍ବନିମ୍ନ ଦରମା – ୩୫,୪୦୦ ଟଙ୍କା
  • ସର୍ବାଧିକ ଦରମା – ୧,୧୨, ୪୦୦ ଟଙ୍କା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା
  • ସାକ୍ଷାତକାର
  • ଡକ୍ୟୁମେଣ୍ଟ୍ ଯାଞ୍ଚ

କିପରି କରିବେ ଆବେଦନ:

  • ଅଫିସିଆଲ୍ ୱେବସାଇଟ୍ osssc.gov.in କୁ ଯାଆନ୍ତୁ
  • Online Apply ଟ୍ୟାପ୍ ଉପରେ କ୍ଲିକ୍ କରନ୍ତୁ
  • ଏହା ପରେ ଆବେଦନ ଫର୍ମ ପୂରଣ କରନ୍ତୁ
  • ଫଟୋ ଏବଂ ଡକ୍ୟୁମେଣ୍ଟ୍ ଅପ୍‌ଲୋଡ୍ କରନ୍ତୁ
  • ଆବେଦନ ଶୁଳ୍କ ଦିଅନ୍ତୁ
  • ‘Submit’ ବଟନ୍‌ରେ କ୍ଲିକ୍ କରନ୍ତୁ
  • ଭବିଷ୍ୟତ ପ୍ରମାଣ ପାଇଁ ଦାଖଲ ହୋଇଥିବା ଆବେଦନର ଏକ କପି ପ୍ରିଣ୍ଟ୍ କରି ରଖନ୍ତୁ

ଅଧିକ ପଢ଼ନ୍ତୁ: ଗ୍ରାଜୁଏସନ୍ କରିଥିଲେ ଓଡ଼ିଶା ପୋଲିସ୍‌ରେ ଚାକିରି; ଦରମା ୧ ଲ‍କ୍ଷରୁ ଅଧିକ

Govt Jobs Job Search Job Seekers Govt Job Notifications Govt. Teacher Jobs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ