Advertisment

ସୁବର୍ଣ୍ଣ ସୁଯୋଗ : OPTCL ରେ ନିଯୁକ୍ତି; ୨୫୦ ପଦବୀ ଖାଲି

OPTCL ରେ ନିଯୁକ୍ତି ସୁଯୋଗ। ଖାଲି ପଡିଛି ୨୫୦ ପଦବୀ । ତୁରନ୍ତ କରନ୍ତୁ ଆବେଦନ

author-image
Pramod Behera
ଅଦ୍ୟତନ ହୋଇଛି
OPTCL recruitment, apply for 250 apprentice posts

OPTCL recruitment, apply for 250 apprentice posts

ସ୍ନାତକ (ଡିଗ୍ରୀ) ଇଞ୍ଜିନିୟରିଂ, ଡିପ୍ଲୋମା (ଟେକ୍ନିସିଆନ୍) ଇଞ୍ଜିନିୟରିଂ ଏବଂ ଅଣ-ଇଞ୍ଜିନିୟରିଂ ବାଣିଜ୍ୟ ଆପ୍ରେଣ୍ଟିସ ପାଇଁ ଓଡିଶା ପାୱାର୍ ଟ୍ରାନ୍ସମିସନ୍ କର୍ପୋରେସନ୍ ଲିମିଟେଡ୍ (ଓପିଟିସିଏଲ୍) ପ୍ରାର୍ଥୀମାନଙ୍କ ଠାରୁ ଦରଖାସ୍ତ ଆହ୍ୱାନ କରିଛି। ପ୍ରାର୍ଥୀମାନେ ଓଡିଶାର ଓପିଟିସିଏଲ୍ କାର୍ଯ୍ୟାଳୟରେ ଏକ ବର୍ଷ ପାଇଁ ନିଯୁକ୍ତି ପାଇବେ।

Advertisment

ମୋଟ ସ୍ନାତକ (ଡିଗ୍ରୀ) ଇଞ୍ଜିନିୟରିଂ ଓ ଡିପ୍ଲୋମା (ଟେକ୍ନିସିଆନ୍) ଇଞ୍ଜିନିୟରିଂ ପାଇଁ ୨୩୨ ପଦବୀ ଖାଲି ଥିବାବେଳେ ଅଣ-ଇଞ୍ଜିନିୟରିଂ ଆପ୍ରେଣ୍ଟିସ୍ ପଦବୀ ପାଇଁ ୧୮ଟି ପଦବୀ ଖାଲି ଅଛି।

ଯୋଗ୍ୟତା:

ସ୍ନାତକ, ଡିପ୍ଲୋମା ଇଞ୍ଜିନିୟରିଂ ଆପ୍ରେଣ୍ଟିସ୍ ପାଇଁ ସର୍ବନିମ୍ନ ଯୋଗ୍ୟତା ଡିପ୍ଲୋମା, ଡିଗ୍ରୀ (ଇଞ୍ଜିନିୟରିଂ) ଥିବାବେଳେ ଅଣ ଇଞ୍ଜିନିୟରିଂ ବାଣିଜ୍ୟ ଆପ୍ରେଣ୍ଟିସ୍ ପାଇଁ ଡିଗ୍ରୀ ବା ପିଜିର ଆବଶ୍ୟକତା ରହିଛି । ପ୍ରାର୍ଥୀ ଭାରତୀୟ ନାଗରିକ ହୋଇଥିବେ ଓ ଓଡିଶାର ବାସିନ୍ଦା ହୋଇଥିବେ ।  ଏହି ଯୋଗ୍ୟତା ଥିଲେ ପ୍ରାର୍ଥୀମାନେ ଆବେଦନ କରିବାକୁ ଯୋଗ୍ୟ ଅଟନ୍ତି ।

Advertisment

ବୟସ ସୀମା:

ଡିସେମ୍ବର ୩୧, ୨୦୨୧ ସୁଦ୍ଧା ପ୍ରାର୍ଥୀମାନେ ୧୮ ବର୍ଷରୁ କମ୍ ହୋଇ ନଥିବା ଉଚିତ।

ଟ୍ରେନିଂ ଅବଧି:

ଆପ୍ରେଣ୍ଟିସିପ୍ ଟ୍ରେନିଂର ଅବଧି ଏକ ବର୍ଷ ହେବ। ଆପ୍ରେଣ୍ଟିସିପ୍ ଟ୍ରେନିଂର ଅନ୍‌ଲାଇନ୍ ଚୁକ୍ତିନାମା ତାରିଖରୁ ଟ୍ରେନିଂ ଆରମ୍ଭ ହେବ ଏବଂ ଏହା ଏକ ବର୍ଷ ପାଇଁ ଚାଲିବ ଏବଂ ସନ୍ତୋଷଜନକ କାର୍ଯ୍ୟଦକ୍ଷତା ଅନୁଯାୟୀ ଆପ୍ରେଣ୍ଟିସ୍ ଅନ୍‌ଲାଇନ୍ ଚୁକ୍ତିନାମା ତାରିଖ ଠାରୁ ଷ୍ଟାଇପେଣ୍ଡ ମଧ୍ୟ ପ୍ରଦାନ କରାଯିବ।

ମାସିକ ଷ୍ଟାଇପେଣ୍ଡ୍‌:

ସ୍ନାତକ (ଡିଗ୍ରୀ) ଇଞ୍ଜିନିୟରିଂ ଏବଂ ଅଣ-ଇଞ୍ଜିନିୟରିଂ ପାଇଁ ମାସିକ ଷ୍ଟାଇପେଣ୍ଡ ୯,୦୦୦ ଟଙ୍କା ହୋଇଥିବା ବେଳେ ଡିପ୍ଲୋମା (ଟେକ୍ନିସିଆନ) ଇଞ୍ଜିନିୟରିଂ ପାଇଁ ୮,୦୦୦ ଟଙ୍କା ଷ୍ଟାଇପେଣ୍ଡ୍‌ ରହିଛି।

କିପରି କରିବେ ଆବେଦନ:

ଯୋଗ୍ୟତା ମାନଦଣ୍ଡ ପୂରଣ କରୁଥିବା ଆଗ୍ରହୀ ପ୍ରାର୍ଥୀମାନଙ୍କୁ ୱେବ୍‌ସାଇଟ୍ https://portal.mhrdnats.gov.in ରେ ନିଜ ନାମକୁ ପଞ୍ଜିକରଣ କରିବାକୁ ହେବ। ଏବଂ ଏହା ପରେ ସେମାନେ ଓପିଟିସିଏଲ୍ ୱେବ୍‌ସାଇଟ୍ www.optcl.co.in ମାଧ୍ୟମରେ ଆବେଦନପତ୍ର ଦାଖଲ କରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

ଅନ୍‌ଲାଇନ୍ ଆବେଦନ ଆରମ୍ଭ: ଜାନୁଆରୀ ୫, ୨୦୨୨(ଦିନ ୧୧)

ଅନ୍‌ଲାଇନ୍ ଆବେଦନ ଶେଷ: ଜାନୁଆରୀ ୨୫, ୨୦୨୨(ସନ୍ଧ୍ୟା ୫)

OPTCL Jobs
Advertisment
Advertisment