OPSC recruitment
OPSC ନିଯୁକ୍ତି: ଓଡ଼ିଶା ଲୋକ ସେବା ଆୟୋଗ (OPSC) ପକ୍ଷରୁ ସହାୟକ କୃଷି ଅଧିକାରୀ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ ଓଡିଶା ଲୋକ ସେବା ଆୟୋଗର ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ।
ଓଡିଶା ଲୋକ ସେବା ଆୟୋଗ ପକ୍ଷରୁ ଆବେଦନ ପାଇଁ ୨୮ ଜାନୁଆରୀରୁ ଆରମ୍ଭ ହେବ, ଯାହା ୨୮ ଫେବୃଆରୀ ୨୦୨୨ ପର୍ଯ୍ୟନ୍ତ ଚାଲିବ। OPSC ପକ୍ଷରୁ ମୋଟ୍ ୧୪୫ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ପଦବୀ ମଧ୍ୟରୁ ଅଣସରଂକ୍ଷିତଙ୍କ ପାଇଁ ୬୨ଟି ଓବିସିଙ୍କ ପାଇଁ ୧୪ଟି, ଅନୁସୂଚିତ ଜାତିଙ୍କ ପାଇଁ ୨୦ଟି ଓ ଅନୁସୂଚିତ ଜନଜାତି ପାଇଁ ୨୭ଟି ପଦବୀ ରହିଛି ।
କିପରି କରିବେ ଆବେଦନ:
- ସହାୟକ କୃଷି ଅଧିକାରା (AAO) ପଦବୀରେ ଆବେଦନ କରିବା ପାଇଁ ପ୍ରଥମେ opsc.gov.in କୁ ଯାଆନ୍ତୁ।
- ସେଠାରେ ଆବେଦନ ଲିଙ୍କକୁ ୨୮ ଜାନୁଆରୀରୁ ଆକ୍ଟିଭ କରାଯିବ।
- ଏହି ଲିଙ୍କ ଖୋଲି ଆପଣ ଆବେଦନ ପତ୍ର ଜମା କରିପାରିବେ।
- ଆବେଦନ କରିବାର ଶେଷ ତାରିଖ ୨୮ ଫେବୃଆରୀ ରହିଛି।
ବୟସ ସୀମା ଓ ଶିକ୍ଷାଗତ ଯୋଗ୍ୟତା:
ଆବେଦନକାରୀଙ୍କ ବୟସ ସୀମା ସର୍ବନିମ୍ନ ୨୧ ବର୍ଷ ଏବଂ ସର୍ବାଧିକ ୩୮ ବର୍ଷ ହେବା ଜରୁରୀ। ଆସିଷ୍ଟାଣ୍ଟ ସହାୟକ ଅଫିସର(AAO) ପଦବୀ ପାଇଁ ଆବେଦନକାରୀଙ୍କ ପାଖରେ କୃଷି/ହର୍ଟିକଲ୍ଚର ବିଜ୍ଞାନରେ ସ୍ନାତକ କରିଥିବା ଜରୁରୀ ଅଟେ ।
ପଦବୀ ଆବେଦନ ପାଇଁ ଶୁଳ୍କ:
ସାଧାରଣ ଓ ଓବିସି ପାଇଁ ୫୦୦ ଟଙ୍କା ଆବେଦନ ଶୁଳ୍କ ରହିଥିବା ବେଳେ ଅନୁସୂଚିତ ଜାତି ଏବଂ ଜନଜାତିଙ୍କ ପାଇଁ ଅଳ୍ପ ରିହାତି ରହିଛି।
ଚୟନ ପ୍ରକ୍ରିୟା:
OPSCର ସହାୟକ କୃଷି ଅଧିକାରୀ ପଦବୀ ଚୟନ ପାଇଁ ଲିଖିତ ପରୀକ୍ଷା ଏବଂ ସାକ୍ଷାତକାର ଆଧାରରେ କରାଯିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1643104203.jpg)