Advertisment

OPSC Recruitment 2024: ଓଡ଼ିଶାରେ ସରକାରୀ ଚାକିରି; ସୁଯୋଗ ନେବେ ସାମ୍ବାଦିକ ପ୍ରାର୍ଥୀ

ଓଡ଼ିଶାରେ ସରକାରୀ ଚାକିରି କରିବାର ସ୍ୱପ୍ନ ଦେଖୁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ୍। ଆପଣଙ୍କର ଯଦି ଏମିତି ସ୍ୱପ୍ନ ଥାଏ ତେବେ ଏହି ସୁଯୋଗ ହାତଛଡା କରନ୍ତୁ ନାହିଁ। ଓଡିଶା ଜନସେବା ଆୟୋଗ (OPSC) ଏହି ସୁଯୋଗ ନେଇ ଆସିଛି।

ଅଦ୍ୟତନ ହୋଇଛି
OPSC SDIPRO Recruitment 2024

OPSC SDIPRO Recruitment

Advertisment

ଓଡ଼ିଶାରେ ସରକାରୀ ଚାକିରି କରିବାର ସ୍ୱପ୍ନ ଦେଖୁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ୍। ଆପଣଙ୍କର ଯଦି ଏମିତି ସ୍ୱପ୍ନ ଥାଏ ତେବେ ଏହି ସୁଯୋଗ ହାତଛଡା କରନ୍ତୁ ନାହିଁ। ଓଡିଶା ଜନସେବା ଆୟୋଗ (OPSC) ଏହି ସୁଯୋଗ ନେଇ ଆସିଛି। ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ।

Advertisment

ଏହି ନିଯୁକ୍ତି ମାଧ୍ୟମରେ OPSCରେ SDIPRO ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏହି ନିଯୁକ୍ତି ମାଧ୍ୟମରେ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏନେଇ ୩୯ ପଦବୀ ପୂରଣ ହେବ। ବିଶେଷକରି ସାମ୍ବାଦିକ ପ୍ରାର୍ଥୀ ଏହାର ସୁଯୋଗ ନେବେ।

ଅଧିକ ପଢ଼ନ୍ତୁ: RRC WR Recruitment 2024: ରେଳବାଇରେ ପୁଣି ନିଯୁକ୍ତି ସୁଯୋଗ; ପୂରଣ ହେବ ୫ ହଜାରରୁ ଅଧିକ ପଦବୀ

Advertisment

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ OPSCର ଅଫିସିଆଲ୍ ୱେବ୍‌ସାଇଟ୍‌ www.opsc.gov.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ୱେବ୍‌ସାଇଟ୍‌ କୁ ଯାଇ What's New ତାଲିକାରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୩୦ ସେପ୍ଟେମ୍ବର ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୩୦ ଅକ୍ଟୋବର ୨୦୨୪
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
Advertisment

ଖାଲି ପଦବୀ:

  • UR – ୨୧ ଟି ପୋଷ୍ଟ୍‌
  • SEBC – ୦୩ ଟି ପୋଷ୍ଟ୍‌
  • SC – ୦୬ ଟି ପୋଷ୍ଟ୍‌
  • ST – ୦୯ ଟି ପୋଷ୍ଟ୍‌
  • ମୋଟ୍ – ୩୯ଟି ପୋଷ୍ଟ୍
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଯୋଗ୍ୟତା:

  • ପ୍ରାର୍ଥୀମାନେ ବ୍ୟାଚ୍‌ଲର୍‌ ଡିଗ୍ରୀ ସହିତ ସାମ୍ବାଦିକତା ଏବଂ ମାସ୍‌ କମ୍ୟୁନିକେସନ୍‌ରେ ଏକ ବର୍ଷର ପୋଷ୍ଟ ଗ୍ରାଜୁଏଟ୍ ଡିପ୍ଲୋମା କିମ୍ବା ସାମ୍ବାଦିକତା ଏବଂ ମାସ୍‌ କମ୍ୟୁନିକେସନ୍‌ରେ ଡିଗ୍ରୀ ହାସଲ କରିବା ଆବଶ୍ୟକ।
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୨୮ବର୍ଷ
  • ସର୍ବାଧିକ ବୟସ – ୩୮ବର୍ଷ
  • ବୟସ ଗଣନା ୦୧।୦୧।୨୦୨୪ ଅନୁସାରେ ହେବ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା
  • ସାକ୍ଷାତକାର
  • ଡକ୍ୟୁମେଣ୍ଟ୍ ଯାଞ୍ଚ

ଅଧିକ ପଢ଼ନ୍ତୁ: Indian Coast Guard Recruitment 2024: ଭାରତୀୟ ତଟରକ୍ଷୀ ବାହିନୀରେ ଚାକିରି; ୫୬ବର୍ଷରେ କରିପାରିବେ ଆବେଦନ

କିପରି କରିବେ ଆବେଦନ:

  • ଅଫିସିଆଲ୍ ୱେବ୍‌ସାଇଟ୍‌ www.opsc.gov.in କୁ ଯାଆନ୍ତୁ
  • "Apply" ଲିଙ୍କ୍‌ରେ କ୍ଲିକ୍ କରନ୍ତୁ
  • ଆବେଦନ ଫର୍ମ ସଠିକ୍ ଭାବରେ ପୂରଣ କରନ୍ତୁ
  • ଫଟୋ ଏବଂ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ
  • Submit’ ବଟନ୍‌ରେ କ୍ଲିକ୍ କରନ୍ତୁ
  • ଭବିଷ୍ୟତ ପ୍ରମାଣ ପାଇଁ ଦାଖଲ ହୋଇଥିବା ଆବେଦନର ଏକ କପି ପ୍ରିଣ୍ଟ୍ କରି ରଖନ୍ତୁ
OPSC Govt Jobs Job Search OPSC Recruitment Job Seekers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ