Advertisment

ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗରେ ଖାଲି ପଡ଼ିଥିବା ୩୮୫ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପାଇଁ ଜାରି ହେଲା ବିଜ୍ଞପ୍ତି

ଉଚ୍ଚଶିକ୍ଷା ବିଭାଗ ଅଧୀନ ସରକାରୀ ଟିଚର୍ସ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟରେ ଖାଲି ପଡିଥିବା ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପୂରଣ ହେବ। ଏ ନେଇ ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (OPSC) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଅଦ୍ୟତନ ହୋଇଛି
ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗରେ ଖାଲି ପଡ଼ିଥିବା ୩୮୫ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପାଇଁ ଜାରି ହେଲା ବିଜ୍ଞପ୍ତି

Odisha Teachers Training Institutes

Advertisment

ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗ ଅଧୀନ ସରକାରୀ ଟିଚର୍ସ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟରେ ଖାଲି ପଡିଥିବା ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପୂରଣ ହେବ। ଏ ନେଇ ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (OPSC) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

Advertisment

ରିକ୍ରୁଇଟମେଣ୍ଟ ପରୀକ୍ଷା ମାଧ୍ୟମରେ ପ୍ରାୟ ୩୮୫ ଆସିଷ୍ଟାଣ୍ଟ ପ୍ରଫେସର (Teacher Education) ପଦବୀ ପ୍ରାରମ୍ଭିକ ପର୍ଯ୍ୟାୟରେ ପୂରଣ କରାଯିବ। ଅନ୍‌ଲାଇନ ପଞ୍ଜୀକରଣ ଏବଂ ପେମେଣ୍ଟ ପାଇଁ OPSCର ଅଫିସିଆଲ ୱେବ ସାଇଟ୍‌ www.opsc.gov.inରେ ଲିଙ୍କ ଦିଆଯିବ। ଅଗଷ୍ଟ ୨୫ରୁ ସେପ୍ଟେମ୍ବର ୨୪ ପର୍ଯ୍ୟନ୍ତ ଏହି ଲିଙ୍କ ଉପଲବ୍ଧ ହେବ। ଆବେଦନ ପତ୍ର ଦାଖଲର ଶେଷ ତାରିଖ ଅକ୍ଟୋବର ୧ ତାରିଖ । 

ଦରମା

ଏହି ପଦବୀ ପାଇଁ ଲେଭଲ୍‌-୧୦ ସେଲ୍‌-୧ ସ୍କେଲ ରହଛି। ଏଥିସହିତ ସରକାରୀ ନିୟମ ଅନୁଯାୟୀ DA ଏବଂ ଅନ୍ୟାନ୍ୟ ଭତ୍ତା ରହିଛି। 

Advertisment

ଶିକ୍ଷାଗତ ଯୋଗ୍ୟତା

ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଥିବା ବ୍ୟକ୍ତି ନିଶ୍ଚିତ ଭାବେ ଯେ କୌଣସି ଭାରତୀୟ ୟୁନିଭର୍ସିଟିରୁ ମାଷ୍ଟର ଡିଗ୍ରୀ କିମ୍ବା ଡୁଆଲ ମାଷ୍ଟର ଡିଗ୍ରୀ କରିଥିବେ। ନଚେତ ଫରେନ ବିଶ୍ୱବିଦ୍ୟାଳୟରୁ ସମାନ ଡିଗ୍ରୀ ହାସଲ କରିଥିବେ।  ଏଥିସହିତ ନାଶନାଲ କାଉନ୍‌ସିଲ ଫର ଏଡୁକେଶନ ନିୟମ ଅନୁଯାୟୀ, ପ୍ରାର୍ଥୀ ଅତିକମ୍‌ରେ ମାଷ୍ଟର ଡିଗ୍ରୀରେ ସଂପୃକ୍ତ ବିଷୟରେ ୫୫ ପ୍ରତିଶତ ନମ୍ବର ରଖିଥିବେ। 

Advertisment

ତେବେ SC, ST, SEBC ତଥା ଶାରୀରିକ ଭିନ୍ନକ୍ଷମ ଶ୍ରେଣୀର ପ୍ରାର୍ଥୀଙ୍କ ୫ ପ୍ରତିଶତ ମାର୍କ କୋହଳ କରାଯାଇଛି। ଅର୍ଥାତ୍‌ ୫୫ % ପରିବର୍ତ୍ତେ ଏମାନଙ୍କ ପାଇଁ ୫୦% ରଖାଯାଇଛି। ଏଥିସହିତ ନାଶନାଲ ଏଲିଜିବିଲିଟ ଟେଷ୍ଟ କ୍ଲିୟର କରିଥିବେ । ନଚେତ୍‌ ଭାରତୀୟ ୟୁନିଭର୍ସିଟି କିମ୍ବା ଫରେନ ୟୁନିଭର୍ସିଟିରୁ ପିଏଚଡି ଡିଗ୍ରୀ ହାସଲ କରିଥିବେ। ନଚେତ୍‌ ଏଡୁକେଶନରେ ନେଟ କିମ୍ବା ଏଡୁକେଶନରେ ପିଏଚ୍‌ଡି କରିଥିବେ। 
ତେବେ ପ୍ରାର୍ଥୀଙ୍କ ଯୋଗ୍ୟତା ବିଷୟରେ ସମସ୍ତ ତଥ୍ୟ ଇଚ୍ଛୁକ ପ୍ରାର୍ଥୀ  ବିଜ୍ଞାପନ.୫- Annexure —Aରୁ ପାଇପାରିବେ। 

ବୟସ ସୀମା

ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ  ଆବେଦନର ଶେଷ ତାରିଖ ସୁଦ୍ଧା ୪୫ ବର୍ଷରୁ ଅଧିକ ହୋଇ ନ ଥିବ କିମ୍ବା ୨୧ ବର୍ଷରୁ କମ୍‌ ହୋଇ ନ ଥିବ। ପ୍ରାର୍ଥୀ ୨-୧୦-୧୯୭୬ ପୂର୍ବରୁ କିମ୍ବା ୧-୧୦-୨୦୦୦ ପରେ ଜନ୍ମ ହୋଇ ନ ଥିବେ। ତେବେ SC/ST/SEBC/ ମହିଳା ତଥା ୪୦ ପ୍ରତିଶତରୁ ଅଧିକ ଶାରୀରିକ ଭିନ୍ନକ୍ଷମଙ୍କ ପାଇଁ ୫ ବର୍ଷ କୋହଳ କରାଯାଇଛି। 
ଆବେଦନ ରାଶି
ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କୁ ୪୦୦ ଟଙ୍କା (ଯାହା ଫେରସ୍ତ ନୁହେଁ) ଦେବାକୁ ପଡ଼ିବ। SC/ST ଏବଂ ୪୦ ପ୍ରତିଶତରୁ ଅଧିକ ଶାରୀରିକ ଭିନ୍ନକ୍ଷମଙ୍କ ପାଇଁ ଫି ଛାଡ କରାଯାଇଛି। 

କେମିତି ଆବେଦନ କରିବେ

ଆଗ୍ରହୀ ପ୍ରାର୍ଥୀ OPSC ୱେବସାଇଟ୍‌ରେ ଉପଲବ୍ଧ ବିଜ୍ଞାପନ ଭଲ ଭାବେ ପଢି ଅନ୍‌ଲାଇନ୍‌ରେ ଆବେଦନ କରିବେ। OPSCର ସରକାରୀ ୱେବସାଇଟ୍‌ httn://opsc.gov.in.। ଅନ୍ୟ କୌଣସି ମାଧ୍ୟମରେ ଆସିଥିବା ଆବେଦନପତ୍ର ଗ୍ରହଣୀୟ ନୁହେଁ। 

OPSC Odisha Teachers Training Institutes
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ