• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କେନ୍ଦ୍ର ମନ୍ତ୍ରଣାଳୟରେ ଚାକିରି ସୁଯୋଗ । SSC ଦ୍ୱାରା ଆୟୋଜିତ ହେବାକୁ ଥିବା Combined Higher Secondary (10 + 2) ସ୍ତରୀୟ ପରୀକ୍ଷା ପାଇଁ ପ୍ରଥମ ପର୍ଯ୍ୟାୟ ଟିୟର୍ -୧ ପରୀକ୍ଷା ହେବ । ଏହା କମ୍ପ୍ୟୁଟର ଆଧାରିତ ପରୀକ୍ଷା ହେବ । ପରୀକ୍ଷାରେ ସମୁଦାୟ ଚାରୋଟି ବିଭାଗ ରହିବ । ପ୍ରଥମ ପେପରରେ ଇଂରାଜୀ ଭାଷା (ମୌଳିକ ଜ୍ଞାନ) ପରୀକ୍ଷା ହେବ, ଯେଉଁଥିରେ ସମୁଦାୟ ୨୫ଟି ପ୍ରଶ୍ନ ପଚରାଯିବ । ପ୍ରତ୍ୟେକ ପ୍ରଶ୍ନ ଦୁଇଟି ମାର୍କର ରହିବ ।

ଦ୍ୱିତୀୟ ପେପରରେ ପିଲାଙ୍କ ଜେନେରାଲ ଇଣ୍ଟେଲିଜେନ୍ସର ପରୀକ୍ଷା ନିଆଯିବ । ଏହି ପେପରରେ ମଧ୍ୟ ଦୁ ମାର୍କ ଯୁକ୍ତ ୨୫ଟି ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ । Basic Arithmetic Skill ଉପରେ ତୃତୀୟ ପେପର ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ତୃତୀୟ ପେପରରେ ବି ଦୁଇ ମାର୍କର ୨୫ଟି ପ୍ରଶ୍ନ ଆସିବ । ସେହିଭରି ଟିୟର୍ -୧ ପେପରେ General Awareness ଉପରେ ପରୀକ୍ଷା କରାଯିବ, ଯେଉଁଥିରେ ସାଧାରଣ ଜ୍ଞାନ ସମ୍ବନ୍ଧୀୟ ମୋଟ ୨୫ଟି ପ୍ରଶ୍ନ ପଚରାଯିବ । ପ୍ରଥମ ପର୍ଯ୍ୟାୟର ୧୦୦ଟି ପ୍ରଶ୍ନ ସହ ସମୁଦାୟ ୨୦୦ ମାର୍କର ପରୀକ୍ଷା ହେବ ।

ସମସ୍ତ ପ୍ରଶ୍ନ ଅବଜେକ୍ଟିଭ୍ ସହ ମଲ୍ଟିପଲ୍ ଚୟସ୍ ଆସିବ । ପରୀକ୍ଷାର ଉତ୍ତର ଦେବାକୁ ଏକ ଘଣ୍ଟା ପାଇବେ ଛାତ୍ରଛାତ୍ରୀ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲେ ପରୀକ୍ଷାରେ ନେଗେଟିଭ୍‌ ମାର୍କି ରହିଛି । ଗୋଟିଏ ଭୁଲ ଉତ୍ତର ପାଇଁ ଅଧା ମାର୍କ (0.50) କାଟି ଦିଆଯିବ ।

Combined Higher Secondary (10+2) Level Examination-2022

ପୋଷ୍ଟ ଗୁଡିକର ନାମ: ଲୋୟର ଡିଭିଜନାଲ କ୍ଲର୍କ / ଜୁନିଅର ସେକ୍ରେଟାରିଏଟ୍ ଆସିଷ୍ଟାଣ୍ଟ, ଡାକ ସହାୟକ / ସର୍ଟିଂ ସହାୟକ ଏବଂ ଡାଟା ଏଣ୍ଟ୍ରି ଅପରେଟର ଇତ୍ୟାଦି ।

ଶିକ୍ଷାଗତ ଯୋଗ୍ୟତା : ଯେକୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦ୍ୱାଦଶ କିମ୍ବା ଏହାର ସମକକ୍ଷ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଆବଶ୍ୟକ । ଏକାସଙ୍ଗରେ ଡାଟା ଏଣ୍ଟ୍ରି ଅପରେଟର ପଦ ପାଇଁ ବିଜ୍ଞାନ ବିଭାଗର ଦ୍ୱାଦଶ ପାସ୍ କରିବା ଜରୁରୀ ।

ବୟସ ସୀମା: ୧ଜାନୁଆରୀ ୨୦୨୨ମଧ୍ୟରେ ପ୍ରାର୍ଥୀଙ୍କ ବୟସ ୧୮-୨୭ ବର୍ଷ ମଧ୍ୟରେ ହେବା ଉଚିତ୍ ।

ଅନଲାଇନ୍ ଆବେଦନ ପାଇଁ ଶେଷ ତାରିଖ: ମାର୍ଚ୍ଚ ୭, ୨୦୨୨

କିପରି ଆବେଦନ କରିବେ: ଉପରୋକ୍ତ ପୋଷ୍ଟଗୁଡିକ ପାଇଁ କେବଳ ଅନଲାଇନରେ ଆବେଦନ କରିପାରିବେ । ବିସ୍ତୃତ ଆବେଦନ ସୂଚନା ପାଇଁ https://ssc.nic.in ଭିଜିଟ୍ କରନ୍ତୁ ।