Opgc recruitment 2023 apply for graduate engineer trainee
ଓଡ଼ିଶା ପାୱାର ଜେନେରେସନ୍ କର୍ପୋରେସନ୍ ଲିମିଟେଡ୍ (OPGC), ଗ୍ରାଜୁଏଟ୍ ଇଞ୍ଜିନିୟର ଟ୍ରେନି (GET) ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏନେଇ ଯୁବ ସ୍ନାତକ ଇଞ୍ଜିନିୟର ପ୍ରାର୍ଥୀ ଏହାର ସୁଯୋଗ ନେଇ ପାରିବେ।
ପ୍ରଶିକ୍ଷାର୍ଥୀମାନେ GATE ୨୦୨୩ ସ୍କୋର ମାଧ୍ୟମରେ ମେକାନିକାଲ୍ / ଇଲେକ୍ଟ୍ରିକାଲ୍ / ଇନଷ୍ଟ୍ରୁମେଣ୍ଟେସନ୍ ଇଞ୍ଜିନିୟରିଂ ବିଭାଗରେ ନିୟୋଜିତ ହେବେ। ସରକାରୀ ବିଜ୍ଞାପନରେ କୁହାଯାଇଛି ଯେ ଓଡିଆ ଭାଷାର ଜ୍ଞାନ ଏକ ବୋନସ୍ ହେବ ଏବଂ ବିଜ୍ଞପ୍ତି ଅନୁଯାୟୀ ସଂରକ୍ଷଣ ଆଇନ ପ୍ରଯୁଜ୍ୟ ହେବ।
ଅଧିକ ପଢ଼ନ୍ତୁ: ୧୦ମ ପାଶ କରିଥିଲେ ଏଇଠି ଅଛି ସରକାରୀ ଚାକିରି
ଗୁରୁତ୍ୱପୂର୍ଣ୍ଣ ତାରିଖ:
- ଅନ୍ଲାଇନ୍ ରେଜିଷ୍ଟ୍ରେସନ ଆରମ୍ଭ: ମାର୍ଚ୍ଚ ୨୩, ୨୦୨୩
- ଆବେଦନ ଶୁଳ୍କ ଦେବାର ଶେଷ ତାରିଖ: ଏପ୍ରିଲ୍ ୨୨, ୨୦୨୩
- ଅନ୍ଲାଇନ୍ ଆବେଦନ ଫର୍ମ ଦାଖଲ କରିବାର ଶେଷ ତାରିଖ: ଏପ୍ରିଲ୍ ୩୦, ୨୦୨୩
ଖାଲି ପଦବୀ:
- ମେକାନିକାଲ୍ – ୧୦ଟି ପୋଷ୍ଟ୍
- ଇଲେକ୍ଟ୍ରିକାଲ୍ – ୫ଟି ପୋଷ୍ଟ୍
- ଇନଷ୍ଟ୍ରୁମେଣ୍ଟେସନ୍ – ୫ଟି ପୋଷ୍ଟ୍
- ମୋଟ୍ ପୋଷ୍ଟ୍ – ୨୦
ଦରମା:
- ମନୋନୀତ ପ୍ରାର୍ଥୀମାନେ ତାଲିମ ଅବଧିରେ ପ୍ରତି ମାସରେ ୭୦,୦୦୦ ଟଙ୍କା ପାଇବେ
- ଇ -୧ ଗ୍ରେଡ୍ (ଆସିଷ୍ଟାଣ୍ଟ ମ୍ୟାନେଜର) ରେ ନିଶ୍ଚିତ ହେବା ପରେ ସ୍ଥାୟୀ ଦରମା ବାର୍ଷିକ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ
- CTC ଭେରିଏବଲ୍ ପେ’, ଅନ୍ୟାନ୍ୟ ଭତ୍ତା ଏବଂ ସୁବିଧା ମଧ୍ୟ ସାମିଲ ହେବ
ଏହି ନିଯୁକ୍ତି ବିଷୟରେ ଅଧିକ ଜାଣିବା ପାଇଁ OPGCର ଅଫିସିଆଲ୍ ୱେବସାଇଟ୍ www.ofrac.co.in କୁ ଯାଇ ଦେଖିପାରିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1673436297.jpg)