Oil Indiaରେ ନିଯୁକ୍ତି, ତୁରନ୍ତ କରନ୍ତୁ ଆବେଦନ

Oil India ରେ ନିଯୁକ୍ତି, ତୁରନ୍ତ କରନ୍ତୁ ଆବେଦନ । ଆପଣ Oil Indiaରେ ଚାକିରି କରିବାକୁ ଚାହୁଁଛନ୍ତି କି ? Oil India ଆଣି ଦେଇଛି ନିଯୁକ୍ତିର ସୁବର୍ଣ୍ଣ ସୁଯୋଗ । ଅଏଲ ଇଣ୍ଡିଆ ଗ୍ରେଡ୍‌ III/V ପଦବୀରେ ଆବେଦନ ପାଇଁ ବିଜ୍ଞପ୍ତି ଜାରି କରିଛି । ଏ ନେଇ ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ଆବେଦନ କରିପାରିବେ ।

oil india job vacancy

News Summary

Oil Indiaରେ ନିଯୁକ୍ତି, ତୁରନ୍ତ କରନ୍ତୁ ଆବେଦନ

ଅଏଲ ଇଣ୍ଡିଆ ଲିମିଟେଡ୍‌ରେ ଅଏଲ ଇଣ୍ଡିଆ ଗ୍ରେଡ୍‌ III/V ପଦବୀରେ ଆବେଦନ ଗ୍ରହଣ କରୁଛି। ଏହି ପଦବୀରେ ନିଯୁକ୍ତି ପାଇଁ ଅନଲାଇନ୍‌ ମାଧ୍ୟମରେ ଆବେଦନ କରାଯିବ। ଯେଉଁ ପ୍ରାର୍ଥୀମାନେ ଚାକିରି କରିବା ପାଇଁ ଇଛୁକ, ସେମାନେ ଅଏଲ ଇଣ୍ଡିଆ ଲିମିଟେଡର ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ ।

ଅଏଲ ଇଣ୍ଡିଆ ଲିମିଟେଡ୍‌ରେ ମୋଟ୍ ୬୨ଟି ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି ।ଗ୍ରେଡ V ପାଇଁ ୪୬ଟି ପଦବୀ ଓ ଗ୍ରେଡ III ପାଇଁ ୧୬ଟି ପଦବୀ ବିଜ୍ଞପ୍ତି ପ୍ରକାଶ ପାଇଛି । ଆବେଦନ କରିବାର ଜରୁରୀ ତାରିଖ ୧ ଫେବୃଆରୀ ୨୦୨୨ରୁ ଆରମ୍ଭ ହୋଇଥିବା ବେଳେ ଶେଷ ୨୫ ଫେବୃଆରୀ ୨୦୨୨ ହେବ।

ଶିକ୍ଷାଗତ ଯୋଗ୍ୟତା ଓ ବୟସ ସୀମା:

ଟେକ୍ନସିଆନ ଅପରେଣ୍ଟିସ ପାଇଁ କୌଣସି ମାନ୍ୟତାପ୍ରାପ୍ତ ବୋର୍ଡରୁ +୨ ପାସ୍ କିମ୍ବା ଗ୍ରାଜୁଏସନ ଡିଗ୍ରୀ ରହିଥିବା ଜରୁରୀ। ଏହାସହିତ କାର୍ଯ୍ୟ ସମ୍ବନ୍ଧୀୟ ଅନୁଭବ ହେବା ମଧ୍ୟ ଜରୁରୀ। ଭିନ୍ନ ଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ବୟସ ସୀମା ନିର୍ଦ୍ଧାରଣ କରାଯାଇଛି।

ଦରମା:

ଗ୍ରେଡ V- ୩୨,୦୦୦-୧,୨୭,୦୦୦ ଟଙ୍କା ରହିଥିବା ବେଳେ ଗ୍ରେଡ III – ୨୬,୬୦୦-୯୦,୦୦୦ ଟଙ୍କା ରହିଛି ।

ଆବେଦନ ଶୁଳ୍କ ଓ ଚୟନ ପ୍ରକ୍ରିୟା:

ସାଧାରଣ ବର୍ଗ/ ଓବିସି ବର୍ଗର ପ୍ରାର୍ଥୀ ୨୦୦ ଟଙ୍କା ଦେବାକୁ ହେବ । ସେହିପରି ଅନ୍ୟ ପ୍ରାର୍ଥୀମାନେ ନିଶୁଳ୍କ ଆବେଦନ କରିପାରିବେ। ପ୍ରାର୍ଥୀଙ୍କ ଚୟନ କମ୍ପ୍ୟୁଟର ପରୀକ୍ଷା ଆଧାରରେ କରାଯିବ।

କିପରି କରିବେ ଆବେଦନ: