ଓଡ଼ିଶାରେ ସ୍ଥାୟୀ ନିଯୁକ୍ତି ସୁଯୋଗ। ରାଜ୍ୟ ସରକାର ଅଧିନରେ ଥିବା ଓଡିଶା କନଷ୍ଟ୍ରକ୍ସନ୍ କର୍ପୋରେସନ୍ ଲିମିଟେଡ୍(OCCL) ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ କ୍ଲର୍କ, ସିନିୟର ଆକାଉଣ୍ଟାଣ୍ଟ ଓ ଆକାଉଣ୍ଟ କ୍ଲର୍କ ପଦବୀ ପୂରଣ ହେବ।
ଏହି ନିଯୁକ୍ତି ପାଇଁ ଆବେଦନ ଅନଲାଇନ୍ ମୋଡ୍ରେ ହେବ। ଏଥିପାଇଁ ଉଭୟ ମହିଳା ଓ ପୁରୁଷ ଆବେଦନ କରିପାରିବେ।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ OCCLର ଅଫିସିଆଲ ୱେବ୍ସାଇଟ୍ https://odishaconstruction.com/ କୁ ଯାଇ ଆବେଦନ କରି ପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ Odisha Clerk / Senior Accountant and Accounts Clerk Posts Recruitment 2024 Notification ଉପରେ କ୍ଲିକ୍ କରି ଦେଖିପାରିବେ।
Also Read
ଅଧିକ ପଢ଼ନ୍ତୁ: ଦ୍ୱାଦଶ ପାଶ୍ କରିଥିଲେ ଭାରତୀୟ ସେନାରେ ଚାକିରି; ଦରମା ୪୦ ହଜାର
ଗୁରୁତ୍ୱପୂର୍ଣ୍ଣ ତାରିଖ:
- ଅନ୍ଲାଇନ୍ ଆବେଦନ ଆରମ୍ଭ – ୦୫ ଜାନୁଆରୀ ୨୦୨୪
- ଅନ୍ଲାଇନ୍ ଆବେଦନ ଶେଷ – ୨୫ ଜାନୁଆରୀ ୨୦୨୪
ଖାଲି ପଦବୀ:
- ସିନିୟର ଆକାଉଣ୍ଟାଣ୍ଟ – ୧୫ଟି ପୋଷ୍ଟ୍
- ଆକାଉଣ୍ଟ୍ କ୍ଲର୍କ – ୧୩ଟି ପୋଷ୍ଟ୍
- କ୍ଲର୍କ – ୦୩ଟି ପୋଷ୍ଟ୍
ଶିକ୍ଷାଗତ ଯୋଗ୍ୟତା:
- ସିନିୟର ଆକାଉଣ୍ଟାଣ୍ଟ – CA ଇଣ୍ଟର / CMA ଇଣ୍ଟର
- ଆକାଉଣ୍ଟ୍ କ୍ଲର୍କ – ଏଗ୍ରିମଗେଟ୍ରେ ସର୍ବନିମ୍ନ ୫୦% ମାର୍କ ସହିତ ବାଣିଜ୍ୟରେ ଡିଗ୍ରୀ
- କ୍ଲର୍କ – ଯେକୌଣସି ବିଷୟରେ ସର୍ବନିମ୍ନ ୫୦% ସହିର ଡିଗ୍ରୀ
ବୟସ ସୀମା:
- ସର୍ବନିମ୍ନ ବୟସ – ୨୧ ବର୍ଷ
- ର୍ବାଧିକ ବୟସ – ୩୮ ବର୍ଷ
ବୟସ କୋହଳ:
- OBC – ୦୩ ବର୍ଷ
- ST / SC / PWD / ESM – ୦୫ ବର୍ଷ
- PWD + SC / ST – ୧୫ ବର୍ଷ
ଦରମା:
- ସର୍ବନିମ୍ନ ମାସିକ ଦରମା – ୨୧,୭୦୦ଟଙ୍କା
- ସର୍ବାଧିକ ମାସିକ ଦରମା – ୩୫,୪୦୦ଟଙ୍କା
ଚୟନ ପ୍ରକ୍ରିୟା:
- କମ୍ପ୍ୟୁଟର ଆଧାରିତ ପରୀକ୍ଷା
- ଦକ୍ଷତା ପରୀକ୍ଷା
- ଡକ୍ୟୁମେଣ୍ଟ୍ ଯାଞ୍ଚ
ଆବେଦନ ଶୁଳ୍କ:
- ସାଧାରଣ ବର୍ଗ / SEBC / OBC – ୫୦୦ଟଙ୍କା
- SC / ST – ୩୦୦ଟଙ୍କା
- phd ପ୍ରାର୍ଥୀ – ଦେୟ ମୁକ୍ତ
ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍:
- ଦଶମ ସାର୍ଟିଫିକେଟ୍ ଏବଂ ମାର୍କ ସିଟ୍
- +2 ସାର୍ଟିଫିକେଟ୍ ଏବଂ ମାର୍କ ସିଟ୍
- ସ୍ନାତକ ସାର୍ଟିଫିକେଟ୍ ଏବଂ ମାର୍କ ସିଟ୍
- ଜାତି ପ୍ରମାଣପତ୍ର
- ଆଧାର କାର୍ଡ
- ବାସିନ୍ଦା ସାର୍ଟିଫିକେଟ୍
- ଦସ୍ତଖତ
- ସେଲ୍ଫ ଆଟେଷ୍ଟେଡ୍ ପାସପୋର୍ଟ ଆକାରର ଫଟୋଗ୍ରାଫ୍