NTPC ପକ୍ଷରୁ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇଛି । ଇଚ୍ଛୁକଥିବା ଯୋଗ୍ୟ ଆଶାୟୀ ପ୍ରାର୍ଥୀମାନେ NTPCର ୱେବ୍ସାଇଟ୍ careers.ntpc.co.inରେ ଆବେଦନ କରିପାରିବେ ବୋଲି କୁହାଯାଇଛି । ଆବେଦନ କରିବାର ଶେଷ ତାରିଖ ମେ’ ୫ ତାରିଖ ରହିଥିବାବେଳେ NTPC ଲିମିଟେଡ୍ ପାଇଁ ମାଇନିଂ ଓଭରମ୍ୟାନ୍, ଓଭରମ୍ୟାନ୍ ମାଗାଜିନ, ମେକାନିକାଲ୍ ସୁପରଭାଇଜର ପରି ବିଭିନ୍ନ ପଦବୀ ସୃଷ୍ଟି କରିଛି NTPC ।
ଅଧିକ ପଢ଼ନ୍ତୁ: BARCରେ ୪ହଜାରରୁ ଅଧିକ ପଦବୀ ଖାଲି; ଦରମା ୫୬ ହଜାର
Also Read
ଏହି ସମସ୍ତ ପଦବୀ ପାଇଁ ଏପ୍ରିଲ ୧୯ ତାରିଖରୁ ଆବେଦନ ଆରମ୍ଭ ହୋଇସାରିଛି । ମେ’ ୫ ତାରିଖ ଯାଏଁ ଆବେଦନ ପ୍ରକ୍ରିୟାର ଶେଷ ତାରିଖ ବୋଲି କୁହାଯାଇଛି । ତେଣୁ ଏବେଠୁ ଆପଣ ଆବେଦନ କରିପାରିବେ । ମୋଟ୍ ୧୫୨ଟି ପଦବୀରେ ନିଯୁକ୍ତି ଦେବ NTPC ।
ଜାଣନ୍ତୁ କେଉଁ ବିଭାଗରେ କେତେ ରହିଛି ପଦବୀ
- ମାଇନିଂ ଓଭରମ୍ୟାନ୍: ୮୪ଟି ପଦବୀ
- ଓଭରମ୍ୟାନ୍ ମାଗାଜିନ: 7ଟି ପଦବୀ
- ମେକାନିକାଲ୍ ସୁପରଭାଇଜର: ୨୨ଟି ପଦବୀ
- ଇଲେକ୍ଟ୍ରିକାଲ୍ ସୁପରଭାଇଜର: ୨୦ଟି ପଦବୀ
- ଧନ୍ଦାମୂଳକ ତାଲିମ ନିର୍ଦ୍ଦେଶକ: ୩ଟି ପଦବୀ
- ଖଣି ସର୍ବେକ୍ଷଣ: ୯ଟି ପଦବୀ
- ଖଣି ସିରଦାର: ୭ଟି ପଦବୀ
ଆବେଦନ କରିବାକୁ ହେଲେ ଆବଶ୍ୟକ ଯୋଗ୍ୟତା
ମାଇନିଂ ଓଭରମ୍ୟାନ୍ରେ ଆବେଦନ କରିବକୁ ଇଚ୍ଛୁକ ଥିବା ପ୍ରାର୍ଥୀମାନେ ସର୍ବନିମ୍ନ ୬୦ ପ୍ରତିଶତ ମାର୍କ ରଖିଥିବା ଆବଶ୍ୟକ। ସେହିପରି SC / ST ପ୍ରାର୍ଥୀମାନଙ୍କ ପାଇଁ ସର୍ବନିମ୍ନ ୫୦ ପ୍ରତିଶତ ମାର୍କ ରଖିଥିବା ଜରୁରୀ । ମେକାନିକାଲ୍ ଏବଂ ପ୍ରଡକ୍ସନ୍ ଇଞ୍ଜିନିୟରିଂରେ ଫୁଲ୍ ଟାଇମ୍ ଡିପ୍ଲୋମା ରହିବା ଜରୁରୀ ବୋଲି କୁହାଯାଇଛି ।
କିପରି କରିବେ ଆବେଦନ
ଇଚ୍ଛୁକ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ careers.ntpc.co.in କିମ୍ବା ntpc.co.in ମାଧ୍ୟମରେ ଆବେଦନ କରିପାରିବେ । ଆବେଦନ କରିବା ସମୟରେ ନିଜର ଶିକ୍ଷାଗତ ଯୋଗ୍ୟତା ଅପଲୋଡ୍ କରିବାକୁ ହେବ । ଏଥିପାଇଁ ହେଲ୍ପଲାଇନ୍ ମଧ୍ୟ ଜାରି କରାଯାଇଛି । ୦୬୫୧୨୭୭୧୪୯୦ରେ କଲ୍ କରିପାରିବେ । ତାହାଛଡ଼ା ntpccmhq@gmail.comରେ ଇମେଲ୍ ମଧ୍ୟ କରିହେବ ।