ନେତାଜୀ ସୁବାଷ ୟୁନିଭର୍ସିଟି ଅଫ୍ ଟେକ୍ନୋଲେଜି ଫକ୍ଷରୁ ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଯୋଗ୍ୟ ପ୍ରାର୍ଥୀମାନେ ପ୍ରଫେସର ତଥା ବିଭିନ୍ନ ବିଭାଗର ଆସିଷ୍ଟାଣ୍ଡ ପ୍ରଫେସର ପଦବୀ ପାଇଁ ଆବେଦନ କରିପାରିବେ । ଏହି ପଦବୀ ପାଇଁ ଆବେଦନ ଆରମ୍ଭ ହୋଇଥିବାବେଳେ ଆଶାୟୀ ପ୍ରାର୍ଥୀମାନେ ମେ’ ମାସ ୧୩ ତାରିଖ ସୁଦ୍ଧା ନିଜ ଆବେଦନ ଫର୍ମ ଦାଖଲ କରିପାରିବେ ।
ଏହି ପଦବୀ ପାଇଁ ଇଚ୍ଛୁକ ପ୍ରାର୍ଥୀମାନେ ଆବେଦନ ଫର୍ମ ପୂରଣ କରି ମେ’ ମାସ ୩୦ ତାରିଖ ସୁଦ୍ଧା ଏହାର ଏକ ହାର୍ଡ କପି ଦାଖଲ କରିବେ ।
Also Read
NSUT ରେ ଖାଲି ପଡିଥିବା ପଦବୀ:
- ମୋଟ୍ ପଦବୀ ସଂଖ୍ୟା -୧୨୫
- ପ୍ରଫେସର - ୧୨
- ଆସିଷ୍ଟାଣ୍ଟ ପ୍ରଫେସର- ୧୦୨
- ଆସୋସିଏଟ ପ୍ରଫେସର – ୩୮
ବୟସ ସୀମା:
- ପ୍ରଫେସର – ୫୫ ବର୍ଷ
- ଆସିଷ୍ଟାଣ୍ଟ ପ୍ରଫେସର- ୫୦ ବର୍ଷ
- ଆସୋସିଏଟ ପ୍ରଫେସର – ୩୫ ବର୍ଷ
ଆବେଦନ ଶୁଳ୍କ:
ଜେନେରାଲ, OBC ଓ EWS ବର୍ଗର ପ୍ରାର୍ଥୀଙ୍କ ପାଇଁ ୨୦୦୦ ଟଙ୍କା ଆବେଦନ ଶୁଳ୍କ ରହିଥିବାବେଳେ SC/ST ଓ PwD ବର୍ଗର ପ୍ରାର୍ଥୀଙ୍କ ପାଇଁ ୧୦୦୦ ଟଙ୍କା ଆବେଦନ ଶୁଳ୍କ ରହିଛି ।
କିପରି କରିବେ ଆବେଦନ:
ଇଚ୍ଛୁକ ପ୍ରାର୍ଥୀମାନେ NSUTର ଅଫିସିଆଲ୍ ୱେବସାଇଟ୍ www.nsit.ac.in ମାଧ୍ୟମରେ ଆବେଦନ କରିପାରିବେ । ଅନ୍ଲାଇନ୍ ଆବେଦନ ପରେ ପ୍ରାର୍ଥୀମାନେ NSUTର ଠିକଣା ମାଧ୍ୟମରେ ଆବେଦନ ଫର୍ମର ହାର୍ଡ କପି ପଠାଇବାକୁ ପଡିବ ।
ଠିକଣା -(Netaji Subhas University of Technology,Azad Hind Fauj Marg, Sector-3, Dwarka,New Delhi- 110078 )
ଅଧିକ ବିବରଣୀ ପାଇଁ ନୋଟିଫିକେସନ୍କୁ ଚେକ୍ କରନ୍ତୁ ।