Advertisment

B.Tech କରିଛନ୍ତି କି; BEL ରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ

ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ସରକାରୀ କମ୍ପାନୀ BEL ରେ ନିଯୁକ୍ତି ବାହାରିଛି। ଆବେଦନ କରିବାର ଶେଷ ତାରିଖ ହେଉଛି ୧୫ ମାର୍ଚ୍ଚ।

ଅଦ୍ୟତନ ହୋଇଛି
BEL Project Engineer Recruitment 2023

Notification for trainee and project engineer in BEL

Advertisment

ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ସରକାରୀ କମ୍ପାନୀ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ(BEL)ରେ ନିଯୁକ୍ତି ବାହାରିଛି। ଏହି ନିଯୁକ୍ତି BEL ର ଗାଜିଆବାଦ ୟୁନିଟ୍ ପାଇଁ। ଏହା ଅଧୀନରେ ଟ୍ରେନି ଇଞ୍ଜିନିୟର ଏବଂ ପ୍ରୋଜେକ୍ଟ ଇଞ୍ଜିନିୟର ପଦବୀ ପୂରଣ ହେବ। ପଦବୀ ପାଇଁ ପ୍ରାର୍ଥୀଙ୍କ ଠାରୁ ଅନ୍‌ଲାଇନ୍ ଆବେଦନ ମଗାଯାଇଛି। ପ୍ରାର୍ଥୀମାନେ ଅଫିସିଆଲ୍ ୱେବ୍‌ସାଇଟ୍ bel-india.in କୁ ଯାଇ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ହେଉଛି ୧୫ ମାର୍ଚ୍ଚ।

Advertisment

ଖାଲି ପଦବୀ:

  • ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ମୋଟ ୩୮ଟି ପଦବୀ ବାହାରିଛି
  • ଟ୍ରେନି ଇଞ୍ଜିନିୟର - ୧୨ ଟି ପୋଷ୍ଟ
  • ପ୍ରୋଜେକ୍ଟ ଇଞ୍ଜିନିୟର - ୨୬ଟି ପୋଷ୍ଟ

ଅଧିକ ପଢ଼ନ୍ତୁ: IOCLରେ ପୂରଣ ହେବ ୧୦୬ କାର୍ଯ୍ୟନିର୍ବାହୀ ପଦବୀ: ବର୍ଷକୁ ଦରମା ୧୬ ଲକ୍ଷ

Advertisment

ଶିକ୍ଷାଗତ ଯୋଗ୍ୟତା:

  • ଟ୍ରେନି ଇଞ୍ଜିନିୟର - BE, B.Tech କିମ୍ବା କମ୍ପ୍ୟୁଟର ସାଇନ୍ସରେ ସମକକ୍ଷ ଯୋଗ୍ୟତା
  • ପ୍ରୋଜେକ୍ଟ ଇଞ୍ଜିନିୟର - ସର୍ବନିମ୍ନ ୫୫% ମାର୍କ ସହିତ କମ୍ପ୍ୟୁଟର ସାଇନ୍ସରେ B.Tech

ଦରମା:

  • ଟ୍ରେନି ଇଞ୍ଜିନିୟର - ପ୍ରଥମ ବର୍ଷରେ ମାସିକ ଦରମା ୩୦,୦୦୦ଟଙ୍କା
  • ପ୍ରୋଜେକ୍ଟ ଇଞ୍ଜିନିୟର - ପ୍ରଥମ ବର୍ଷରେ ମାସିକ ଦରମା ୪୦,୦୦୦ଟଙ୍କା
Advertisment

ବୟସ ସୀମା:

  • ଟ୍ରେନି ଇଞ୍ଜିନିୟର - ସର୍ବାଧିକ ବୟସ ୨୮ ବର୍ଷ
  • ପ୍ରୋଜେକ୍ଟ ଇଞ୍ଜିନିୟର - ସର୍ବାଧିକ ବୟସ ୩୦ ବର୍ଷ
  • ବୟସ ଗଣନା ୧ ଜାନୁୟାରୀ ୨୦୨୩ ଅନୁସାରେ କରାଯିବ

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା
  • ସାକ୍ଷାତକାର

ନିଯୁକ୍ତିର ଅନ୍ୟାନ୍ୟ ବିବରଣୀ ଏବଂ ବିଜ୍ଞପ୍ତି ଦେଖିବାକୁ ଏଠାରେ କ୍ଲିକ୍ କରନ୍ତୁ।

Govt Jobs Bharat Electronics Ltd
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ