ଜାତୀୟ ଅନୁସନ୍ଧାନ ଏଜେନ୍ସି(NIA) ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ମାଧ୍ୟମରେ ଆସିଷ୍ଟାଣ୍ଟ, ଷ୍ଟେନୋଗ୍ରାଫର ଏବଂ UDC ପଦବୀ ପୂରଣ ହେବ।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀ ଅଫଲାଇନ୍ରେ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ ୱେବ୍ସାଇଟ୍ ଦେଖିବାକୁ ଚାହାନ୍ତି ସେମାନେ ଏଠାରେ https://nia.gov.in କ୍ଲିକ୍ କରି ଦେଖିପାରିବେ। ଯେଉଁମାନେ ଏହାର ଅଫିସିଆଲ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ NIA Recruitment Apply for 40 Stenographer and other posts ଉପରେ କ୍ଲିକ୍ କରି ଦେଖିପାରିବେ।
Also Read
ଗୁରୁତ୍ୱପୂର୍ଣ୍ଣ ତାରିଖ:
- ଆବେଦନ ଆରମ୍ଭ – ୦୩ ଫେବୃଆରୀ ୨୦୨୪
- ଆବେଦନ ଶେଷ – ଦୁଇ ମାସ ଭିତରେ
ଅଧିକ ପଢ଼ନ୍ତୁ: ରେଳବାଇରେ ଭର୍ତ୍ତିହେବେ ୯୦୦୦ ପ୍ରାର୍ଥୀ; ଅଧିକ ଜାଣିବା ପାଇଁ ଦେଖନ୍ତୁ
ଖାଲି ପଦବୀ:
- ଆସିଷ୍ଟାଣ୍ଟ୍ – ୭ଟି ପୋଷ୍ଟ
- ଷ୍ଟେନୋଗ୍ରାଫର୍ ଗ୍ରେଡ୍ – ୨୪ଟି ପୋଷ୍ଟ
- ଅପର ଡିଭିଜନ୍ କ୍ଲର୍କ – ୯ଟି ପୋଷ୍ଟ
- ମୋଟ୍ – ୪୦ଟି ପୋଷ୍ଟ
ଯୋଗ୍ୟତା ଓ ବୟସ ସୀମା:
ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ଏହାର ବିଜ୍ଞପ୍ତି ମାଧ୍ୟମରେ ଶିକ୍ଷାଗତ ଯୋଗ୍ୟତା ଏବଂ ବୟସ ସୀମା ଯାଞ୍ଚ କରିପାରିବେ।
କେଉଁଠିକୁ ପଠେଇବେ:
ଏମ୍ପ୍ଲୟମେଣ୍ଟ୍ ନ୍ୟୁଜ୍ରେ ଏହି ବିଜ୍ଞାପନ ପ୍ରକାଶିତ ହେବାର ଦୁଇ ମାସ ମଧ୍ୟରେ ଏସ୍ପି (ଆଡମିନି), ଏନ୍ଆଇଏ ମୁଖ୍ୟାଳୟ, ସିଜିଓ କମ୍ପ୍ଲେକ୍ସ, ଲୋଧି ରୋଡ୍, ନୂଆଦିଲ୍ଲୀ-୧୧୦୦୦୩କୁ ନାମାଙ୍କନ ପଠାଯାଇପାରେ।