Advertisment

MCLରେ ପୂରଣ ହେବ ୨୯୫ ପଦବୀ; ତୁରନ୍ତ ଆବେଦନ କରନ୍ତୁ

ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ନୂଆବର୍ଷରେ ମିଳିଯାଇପାରେ ସରକାରୀ ଚାକିରି। MCLରେ ଏହିସବୁ ପଦବୀ ପାଇଁ ବାହାରିଛି ନିଯୁକ୍ତି।

ଅଦ୍ୟତନ ହୋଇଛି
MCL Recruitment 2023

Mahanadi coalfields limited recruitment for 295 posts

Advertisment

ନୂଆବର୍ଷରେ ଆପଣ ଚାକିରି ଖୋଜୁଛନ୍ତି, ତେବେ ମହାନଦୀ କୋଲ୍‌ଫିଲ୍ଡସ୍ ଲିମିଟେଡ୍(MCL) ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ନେଇ ଆସିଛି। ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାର କରିଛି। ଆଗ୍ରହୀ ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ।

Advertisment

ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ୨୯୫ଟି ପଦବୀ ପୂରଣ ହେବ। ଏଥିପାଇଁ ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ MCLର ଅଫିସିଆଲ୍ ୱେବସାଇଟ୍ mahanadicoal.in କୁ ଯାଇ ଆବେଦନ କରିପାରିବେ। ଏହି ପୋଷ୍ଟଗୁଡିକ ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ୨୩ ଜାନୁଆରୀ ୨୦୨୩।

ମୋଟ୍ ପଦବୀ:

  • ଜୁନିଅର ଓଭର୍‌ମ୍ୟାନ୍(T&S Gr-C) - ୮୨ ଟି ପୋଷ୍ଟ
  • ମାଇନିଂ ସିର୍‌ଦାର୍‌(T&S Gr-C) – ୧୪୫ ଟି ପୋଷ୍ଟ
  • ସର୍ଭେୟର(T&S Gr-B) – ୬୮ ଟି ପୋଷ୍ଟ୍
Advertisment

ଅଧିକ ପଢ଼ନ୍ତୁ: ସୁବର୍ଣ୍ଣ ସୁଯୋଗ; ବିନା ପରୀକ୍ଷାରେ NHAI ରେ ମ୍ୟାନେଜର୍‌

ଦରମା:

  • ଜୁନିଅର ଓଭର୍‌ମ୍ୟାନ୍(T&S Gr-C) - ୩୧,୮୫୨.୫୬
  • ମାଇନିଂ ସିର୍‌ଦାର୍‌(T&S Gr-C) – ୩୧,୮୫୨.୫୬
  • ସର୍ଭେୟର୍‌(T&S Gr-B) – ୩୪,୩୯୧.୬୫

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୮
  • ସର୍ବାଧିକ ବୟସ – ୩୦
  • ଇଡବ୍ଲ୍ୟୁଏସ୍ – ବୟସର କୋହଳ କରାଯିବ
  • ବୟସର ହିସାବ ୨୩/୦୧/୨୦୨୩ ଅନୁସାରେ ହେବ
Advertisment

ଆବେଦନ ଶୁଳ୍କ:

  • ଜେନେରାଲ୍, ଓବିସି, ଇଡବ୍ଲ୍ୟୁଏସ୍ – ୧,୦୦୦ ଟଙ୍କା ଏବଂ ଜିଏସ୍‌ଟି ୧୮୦ ଟଙ୍କା
  • ଏସ୍‌ସି, ଏସ୍‌ଟି, ପିଡବ୍ଲୁବିଡି, ଇଏସ୍‌ଏମ୍‌, ମହିଳା ପ୍ରାର୍ଥୀ, MCL ଏବଂ ଏହାର ସହାୟକ କମ୍ପାନୀର କର୍ମଚାରୀମାନଙ୍କୁ କୌଣସି ଆବେଦନ ଶୁଳ୍କ ଦେବାକୁ ପଡିବନି
  • ପ୍ରାର୍ଥୀମାନେ ଡେବିଟ୍ କାର୍ଡ / କ୍ରେଡିଟ୍ କାର୍ଡ / ନେଟ୍ ବ୍ୟାଙ୍କିଙ୍ଗ୍ ଇତ୍ୟାଦି ମାଧ୍ୟମରେ ଆବେଦନ ଶୁଳ୍କ ପ୍ରଦାନ କରିପାରିବେ

ଚୟନ ପ୍ରକ୍ରିୟା:

  • କମ୍ପ୍ୟୁଟର ଆଧାରିତ ପରୀକ୍ଷା (CBT)
  • ଏହି ନିଯୁକ୍ତି ପାଇଁ କୌଣସି ବ୍ୟକ୍ତିଗତ ସାକ୍ଷାତକାର କରାଯିବ ନାହିଁ
  • ସିବିଟିରେ ବହୁବିକଳ୍ପିୟ ଉତ୍ତର ସହିତ ଅବଜେକ୍ଟିଭ୍ ପ୍ରକାରର ପ୍ରଶ୍ନଗୁଡ଼ିକ ରହିବ
  • ଭୁଲ ଉତ୍ତର ପାଇଁ କୌଣସି ନକାରାତ୍ମକ ମାର୍କ ରହିବ ନାହିଁ
  • ପ୍ରଶ୍ନପତ୍ର ଉଭୟ ହିନ୍ଦୀ ଏବଂ ଇଂରାଜୀ ଭାଷାରେ ରହିବ
Govt Jobs MCL Recruitment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ