ଲାଇଫ୍ ଇନସୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ (LIC) ସହକାରୀ ପ୍ରଶାସନିକ ଅଧିକାରୀ(AAO) ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ଏଥିପାଇଁ LIC ପ୍ରାର୍ଥୀମାନଙ୍କ ଠାରୁ AAO (ଜେନେରାଲିଷ୍ଟ) ପଦବୀରେ ନିଯୁକ୍ତି ପାଇଁ ଆବେଦନ ମାଗିଛି। ଯୋଗ୍ୟ ପ୍ରାର୍ଥୀମାନେ ଏହାର ଅଫିସିଆଲ୍ ୱେବସାଇଟ୍ licindia.in କୁ ଯାଇ ଏହି ପଦବୀଗୁଡିକ ପାଇଁ ଆବେଦନ କରିପାରିବେ।
ପ୍ରାର୍ଥୀମାନେ ଏହି ଲିଙ୍କ୍ https://ibpsonline.ibps.inକୁ ଯାଇ ମଧ୍ୟ ପୋଷ୍ଟଗୁଡିକ ପାଇଁ ଆବେଦନ କରିପାରିବେ। ଏହା ବ୍ୟତୀତ ଯେଉଁ ପ୍ରାର୍ଥୀମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ LIC AAO Recruitment 2023 Notification PDF ଉପରେ କ୍ଲିକ୍ କରି ଦେଖିପାରିବେ। LIC ନିଯୁକ୍ତି ଅଧୀନରେ ଏହି ପୋଷ୍ଟଗୁଡିକ ପାଇଁ ମୋଟ ୩୦୦ ପୋଷ୍ଟ ପୂରଣ ହେବ।
ଦରମା:
- ଯେଉଁ ପ୍ରାର୍ଥୀମାନେ ଏହି ପଦବୀରେ ମନୋନୀତ ହେବେ ସେମାନେ ମାସକୁ ୫୬,୦୦୦ ଟଙ୍କା ଓ ଭତ୍ତା ପାଇବେ।
ଆବେଦନ ଶୁଳ୍କ:
- ଜେନେରାଲ / OBC / EWS – ୭୦୦ ଟଙ୍କା
- SC / ST / PWD - ୮୫ ଟଙ୍କା
ଅଧିକ ପଢ଼ନ୍ତୁ: BOBରେ ସିନିୟର ମ୍ୟାନେଜର ପଦବୀ ଖାଲି: ଦରମା ଦେଢ ଲକ୍ଷ ଉପରେ
ବୟସ ସୀମା:
- ସର୍ବନିମ୍ନ ବୟସ – ୨୧ ବର୍ଷ
- ସର୍ବାଧିକ ବୟସ – ୩୦ ବର୍ଷ
- ୦୧।୦୧।୨୦୨୩ କୁ ଆଖିରେ ରଖି ବୟସ ହିସାବ କରାଯିବ।
ଯୋଗ୍ୟତା:
- ପ୍ରାର୍ଥୀମାନେ ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ଅନୁଷ୍ଠାନରୁ ଯେକୌଣସି ଷ୍ଟ୍ରିମ୍ରେ ସ୍ନାତକ ହାସଲ କରିବା ଜରୁରୀ।
ଚୟନ ପ୍ରକ୍ରିୟା:
- ପ୍ରିଲିମିନାରୀ ଲିଖିତ ପରୀକ୍ଷା
- ମୁଖ୍ୟ ଲିଖିତ ପରୀକ୍ଷା
- ସାକ୍ଷାତକାର
- ଡକ୍ୟୁମେଣ୍ଟ୍ ଯାଞ୍ଚ
- ଡାକ୍ତରୀ ପରୀକ୍ଷା