/odishatv-khabar/media/post_attachments/uploadimage/library/16_9/16_9_0/IMAGE_1653824987.jpg)
Jobs in IOCL apply for senior medical officer and additional chief medical officer
ବରିଷ୍ଠ ମେଡିକାଲ୍ ଅଫିସର ଓ ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ନିଯୁକ୍ତି ପାଇଁ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (IOCL) ଆବେଦନ ଜାରି କରିଛି। ଏହି ନିଯୁକ୍ତି ପାଇଁ ଅନ୍ଲାଇନ୍ ଆବେଦନର ଶେଷ ତାରିଖ ଜୁନ୍ ୭ ଅଛି। ଏଥିପାଇଁ ଇଣ୍ଡିଆନ୍ ଅଏଲ୍, iocl.com ର ୱେବସାଇଟ୍ ପରିଦର୍ଶନ କରି ଆବେଦନ କରିବାକୁ ପଡିବ। ଏହି ୱେବ୍ସାଇଟ୍ରେ ନିଯୁକ୍ତି ବିଜ୍ଞପ୍ତି ମଧ୍ୟ ଉପଲବ୍ଧ ହେବ। ଏଥିରେ ଶିକ୍ଷାଗତ ଯୋଗ୍ୟତା, ବୟସ ସୀମା ଏବଂ ଖାଲି ପଦବୀ ସହିତ ସମସ୍ତ ସୂଚନା ଉପଲବ୍ଧ ହେବ।
ବିଜ୍ଞପ୍ତି ଅନୁଯାୟୀ ସିନିୟର ମେଡିକାଲ ଅଫିସର (SMO) ପାଇଁ ୩୫ ଟି ପଦବୀ ଖାଲି ଥିବା ବେଳେ ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ (ACMO) ପାଇଁ ୮ଟି ପଦବୀ ଖାଲି ଅଛି।
ଦରମା କେତେ:
- ବରିଷ୍ଠ ମେଡିକାଲ୍ ଅଫିସର୍ - ପ୍ରତି ମାସରେ ୬୦,୦୦୦ – ୧,୮୦,୦୦୦
- ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ - ପ୍ରତି ମାସରେ ୯୦,୦୦୦ – ୨,୪୦,୦୦୦
ଶିକ୍ଷାଗତ ଯୋଗ୍ୟତା :
ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ପଦ ପାଇଁ ପ୍ରାର୍ଥୀମାନେ MD / MS କରିବା ଉଚିତ। ପୂରା ସୂଚନା ପାଇଁ IOCL ମେଡିକାଲ୍ ଅଫିସର ନିଯୁକ୍ତି ୨୦୨୨ର ବିଜ୍ଞପ୍ତି ଦେଖନ୍ତୁ।
ବୟସ ସୀମା :
ସିନିୟର ମେଡିକାଲ୍ ଅଫିସର (SMO) ଏବଂ ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ (ACMO) ପାଇଁ ସର୍ବୋଚ୍ଚ ବୟସ ୫୦
ଚୟନ ପ୍ରିକ୍ରିୟା :
ବ୍ୟକ୍ତିଗତ ସାକ୍ଷାତକାର ମାଧ୍ୟମରେ ପ୍ରାର୍ଥୀ ଚୟନ କରାଯିବ। ସାକ୍ଷାତକାର ସମୟରେ ପ୍ରାର୍ଥୀମାନେ କେବଳ ଇଂରାଜୀ କିମ୍ବା ହିନ୍ଦୀ ଭାଷାରେ କହିବାର ବିକଳ୍ପ ପାଇବେ।
ଆବେଦନ ଶୁଳ୍କ :
ଜେନେରାଲ, ଓବିସି ଏବଂ ଇଡବ୍ଲ୍ୟୁଏସ୍ ବର୍ଗ ପ୍ରାର୍ଥୀଙ୍କୁ ଏସ୍ବିଆଇ ଇ-ସଂଗ୍ରହ ମାଧ୍ୟମରେ ୩୦୦ ଟଙ୍କା ଦେବାକୁ ପଡିବ। ପ୍ରକାଶଥାଉ ଯେ ଥରେ ପୈଠ ଟଙ୍କା ଫେରସ୍ତ ହେବ ନାହିଁ।
କେଉଁଠିକୁ ଡକ୍ୟୁମେଣ୍ଟ୍ ପଠାଯିବ :
ଆବେଦନ ଫର୍ମ ଦାଖଲ କରିବା ପରେ, ଦାଖଲ ହୋଇଥିବା ଆବେଦନ ଫର୍ମର ପ୍ରିଣ୍ଟ୍ ଆଉଟ୍ ବାହାର କରନ୍ତୁ ଏବଂ ଆବଶ୍ୟକ ଡକ୍ୟୁମେଣ୍ଟଗୁଡିକୁ ନିମ୍ନ ଠିକଣାରେ ପଠାନ୍ତୁ।
ଦ ଆଡ୍ଭାଇଜର, ପୋଷ୍ଟ୍ ବକ୍ସ ନମ୍ବର ୩୦୯୬,
ହେଡ୍ ପୋଷ୍ଟ୍ ଅଫିସ୍, ଲୋଧି ରୋଡ୍
ନୂଆଦିଲ୍ଲୀ ୧୧୦୦୦୩
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)