Advertisment

HPCLରେ ଖାଲିପଡ଼ିଛି ପଦବୀ, ତୁରନ୍ତ କରନ୍ତୁ ଆବେଦନ

ଆପଣ ଇଞ୍ଜିନିୟରିଂ କରିଛନ୍ତି କି ? ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍‌(HPCL) ଆଣିଦେଇଛି ସୁବର୍ଣ୍ଣ ସୁଯୋଗ । ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍‌ ଖାଲିପଡିଛି ଅନେକ ପଦବୀ । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ଏ ନେଇ ଆବେଦନ କରିପାରିବେ ।

hpcl recruitmen

hpcl recruitmen

Advertisment

ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍‌(HPCL), ମୁମ୍ବାଇ ରିଫାଇନାରୀରେ ଗ୍ରାଜୁଏଟ୍‌ ଅପାରଣ୍ଟିସ ପଦବୀରେ ଭର୍ତ୍ତି ପାଇଁ ଅନଲାଇନ ଆବେଦନ ଗ୍ରହଣ କରୁଛି। ସମସ୍ତ ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ୨୮ ଫେବୃଆରୀ ୨୦୨୨ ପର୍ଯ୍ୟନ୍ତ ଆବେଦନ କରିପାରିବେ ।

Advertisment

ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍‌(HPCL)ର ବି‌ଜ୍ଞପ୍ତି ଅନୁଯାୟୀ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍‌ରେ ଗ୍ରାଜୁଏଟ ଇଂଜିନିୟରିଂ ଅପାରଣ୍ଟିସରେ ୧୦୦ଟି ପଦବୀରେ ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଆବେଦନ କରିପାରିବେ ।

ଶିକ୍ଷାଗତ ଯୋଗ୍ୟତା:

ଅପାରଣ୍ଟିସ ପଦବୀ ପାଇଁ ଆବେଦନ କରିବା ପାଇଁ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଇଂଜିନିୟରିଂ/କେମିକାଲ ଇଂଜିନିୟରିଂ/ଇଲେକ୍ଟ୍ରିକାଲ ଆଣ୍ଡ ଇଲେକ୍ଟ୍ରୋନିକ୍ସ ଇଂଜିନିୟରି/ କମ୍ପ୍ୟୁଟର ଇଂଜିନିୟରିଂ/ ସିଭିଲି ଇଂଜିନିୟରିଂ/ ମେକାନିକାଲ ଇଂଜିନିୟରିଂରେ ଡିଗ୍ରୀ ରଖିଥିବା ଜରୁରୀ ଅଟେ ।

Advertisment

ବୟସ ସୀମା:

ପ୍ରାର୍ଥୀଙ୍କ ବୟସ ସର୍ବନିମ୍ନ ୧୮ ଓ ସର୍ବାଧିକ ୨୫ ବର୍ଷ ହୋଇଥିବା ଜରୁରୀ।

ଜରୁରୀ ତାରିଖ:

ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍‌(HPCL)ଆବେଦନ କରିବାର ଶେଷ ତାରିଖ ୨୮ ଫେବୃଆରୀ ୨୦୨୨ ରହିଛି।

ଚୟନ ହେବା ଆବେଦନକାରୀ ମାସକୁ ୨୫ ହଜାର ଟଙ୍କାର ଷ୍ଟାଇପେଣ୍ଡ ଦିଆଯିବ।

ପଦବୀ ପାଇଁ ଚୟନ ପ୍ରକ୍ରିୟା:

ଏହି ପଦବୀରେ ଭର୍ତ୍ତି ଇଣ୍ଟରଭ୍ୟୁ ଏବଂ ମେରିଟ ଆଧାରରେ କରାଯିବ। ସମସ୍ତ ଯୋଗ୍ୟ ପ୍ରାର୍ଥୀଙ୍କୁ ଏଚପିସିଏଲ୍‌ ଗ୍ରାଜୁଏଟ ଅପାରଣ୍ଟିସ ରିକ୍ର୍ୟୁଟମେଣ୍ଟ ୨୦୨୨ ପାଇଁ ନ୍ୟାସନାଲ ଅପାରଣ୍ଟିସସିପ୍‌ ଟ୍ରେନିଂ ସ୍କିନ (NATS) ପୋର୍ଟାଲ mhrdnats.gov.inକୁ ଯାଇ ରେଜିଷ୍ଟ୍ରସନ କରିପାରିବେ।

Advertisment
HPCL Recruitment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ