Advertisment

IOB LBO Recruitment 2025: ଇଣ୍ଡିଆନ୍ ଓଭର୍‌ସିଜ୍ ବ୍ୟାଙ୍କ୍‌ରେ ପୂରଣ ହେବ ଅଫିସର ପଦବୀ; ଓଡ଼ିଶାରେ ଏତେ ପୋଷ୍ଟ୍ ଖାଲି

IOB ରେ ଚାକିରି ସୁଯୋଗ। ଏନେଇ ବିଭାଗ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

ଅଦ୍ୟତନ ହୋଇଛି
 IOB LBO  Recruitment 2025  apply for 400 post

IOB LBO Recruitment 2025 apply for 400 post

Advertisment

ବ୍ୟାଙ୍କରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଆପଣ ଯଦି କୌଣସି ବ୍ୟାଙ୍କରେ ଚାକିରି କରିବା ନେଇ ସ୍ୱପ୍ନ ଦେଖୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ। ଇଣ୍ଡିଆନ୍ ଓଭର୍‌ସିଜ୍ ବ୍ୟାଙ୍କ୍‌(IOB) ଏହି ସୁଯୋଗ ନେଇଆସିଛି। ଏନେଇ IOB ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

Advertisment

ଏହି ନିଯୁକ୍ତି ମାଧ୍ୟମରେ ଲୋକାଲ୍ ବ୍ୟାଙ୍କ ଅଫିସର ପଦବୀ ପୂରଣ ହେବ। ଏନେଇ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୪୦୦ ପଦବୀ ପୂରଣ ହେବ। ଗ୍ରାଜୁଏସନ୍ କରିଥିବା ପ୍ରାର୍ଥୀ ଏହାର ସୁଯୋଗ ନେବେ। ଏହି ନିଯୁକ୍ତି ମାଧ୍ୟମରେ ଓଡିଶାରେ ୧୦ଟି ପଦବୀ ପୂରଣ ହେବ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ IOBର ଅଫିସିଆଲ୍ ୱେବ୍‌ସାଇଟ୍‌ www.iob.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ IOB LBO Recruitment 2025 apply for 400 post Notificationରେ କ୍ଲିକ୍ କରି ଦେଖିପାରିବେ।

Advertisment

ଅଧିକ ପଢ଼ନ୍ତୁ: ଚାକିରି ହରାଇ ଚାପରେ ଅଛନ୍ତି କି… ଏହି ସମୟରେ କ’ଣ କରିବେ ଜାଣନ୍ତୁ

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୧୨ ମେ ୨୦୨୫
  • ଅନ୍‌ଲାଇନ୍ ଆବେଦନ ଶେଷ – ୩୧ ମେ ୨୦୨୫
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଖାଲି ପଦବୀ:

  • ସାଧାରଣ ବର୍ଗ – ୧୬୨ଟି ପୋଷ୍ଟ୍‌
  • OBC – ୧୦୮ଟି ପୋଷ୍ଟ୍‌
  • SC – ୬୦ଟି ପୋଷ୍ଟ୍‌
  • ST – ୩୦ଟି ପୋଷ୍ଟ୍‌
  • EWS – ୪୦ଟି ପୋଷ୍ଟ୍‌
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
Advertisment

ଯୋଗ୍ୟତା:

  • ଯେକୌଣସି ମାନ୍ୟତାପ୍ରାପ୍ତ ୟୁନିଭର୍ସିଟି/ଅନୁଷ୍ଠାନରୁ ଗ୍ରାଜୁଏସନ୍ ଡିଗ୍ରୀ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୨୦ବର୍ଷ
  • ସର୍ବାଧିକ ବୟସ – ୩୦ ବର୍ଷ
  • ବୟସ ଗଣନା ୦୧ ମେ ୨୦୨୫ ଅନୁସାରେ ହେବ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଦରମା:

  • ସର୍ବନିମ୍ନ ଦରମା – ୪୮,୪୮୦ ଟଙ୍କା
  • ସର୍ବାଧିକ ଦରମା – ୮୫,୯୨୦ ଟଙ୍କା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ/OBC/EWS – ୮୫୦ଟଙ୍କା
  • SC/ST/PwBD – ୧୭୫ଟଙ୍କା
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା
  • ସାକ୍ଷାତକାର
  • ଡକ୍ୟୁମେଣ୍ଟ୍ ଯାଞ୍ଚ

କିପରି କରିବେ ଆବେଦନ:

  • ଅଫିସିଆଲ୍ ୱେବସାଇଟ୍ www.iob.in କୁ ଯାଆନ୍ତୁ
  • ହୋମ୍‌ପେଜ୍‌ରେ ସମ୍ବନ୍ଧିତ ଲିଙ୍କ୍‌ରେ କ୍ଲିକ୍ କରନ୍ତୁ
  • ନିଜକୁ ପଞ୍ଜିକରଣ କରାନ୍ତୁ
  • ଏହା ପରେ ଆବେଦନ ଫର୍ମ ପୂରଣ କରନ୍ତୁ
  • ଫଟୋ ଏବଂ ଡକ୍ୟୁମେଣ୍ଟ୍ ଅପ୍‌ଲୋଡ୍ କରନ୍ତୁ
  • ଆବେଦନ ଫିସ୍ ଦିଅନ୍ତୁ
  • ‘Submit’ ବଟନ୍‌ରେ କ୍ଲିକ୍ କରନ୍ତୁ
  • ଭବିଷ୍ୟତ ପ୍ରମାଣ ପାଇଁ ଦାଖଲ ହୋଇଥିବା ଆବେଦନର ଏକ କପି ପ୍ରିଣ୍ଟ୍ କରି ରଖନ୍ତୁ

ଅଧିକ ପଢ଼ନ୍ତୁ: ଚାକିରି ହୋଇଯିବ ପକ୍କା, ଯଦି ଏହି ଗୋଟିଏ ପ୍ରଶ୍ନର ଠିକ୍ ଉତ୍ତର ଦେଇଦେବେ

Govt Jobs Job Search Job Seekers Job Opportunities Indian Overseas Bank IOB
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ