Advertisment

Indian Navy Recruitment: ଭାରତୀୟ ନୌସେନାରେ ପୂରଣ ହେବ ୭୦୦ରୁ ଅଧିକ ପଦବୀ; ଦଶମ ପିଲା ବି କରିବେ ଆବେଦନ

ଆପଣ ଯଦି ଭାରତୀୟ ନୌସେନାରେ ଚାକିରି କରିବାକୁ ସ୍ୱପ୍ନ ଦେଖିଛନ୍ତି ତେବେ ଏହି ସୁଯୋଗ ହାତଛଡା କରନ୍ତୁ ନାହିଁ। ଏନେଇ ଭାରତୀୟ ନୌସେନା ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛି। ଦଶମ ପାଶ୍ କରିଥିବା ପିଲା ମଧ୍ୟ ଏହାର ସୁଯୋଗ ନେଇପାରିବେ।

ଅଦ୍ୟତନ ହୋଇଛି
Indian Navy Recruitment 2024

Indian Navy Recruitment Apply for 741 posts

Advertisment

ଭାରତୀୟ ନୌସେନାରେ ବିଭିନ୍ନ ପଦବୀରେ ଚାକିରି ପାଇଁ ସୁବର୍ଣ୍ଣ ସୁଯୋଗ ଆସିଛି। ଆପଣ ଯଦି ଭାରତୀୟ ନୌସେନାରେ ଚାକିରି କରିବାକୁ ସ୍ୱପ୍ନ ଦେଖିଛନ୍ତି ତେବେ ଏହି ସୁଯୋଗ ହାତଛଡା କରନ୍ତୁ ନାହିଁ। ଏନେଇ ଭାରତୀୟ ନୌସେନା ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛି।

Advertisment

ଏହି ନିଯୁକ୍ତି ମାଧ୍ୟମରେ ନୌସେନାରେ ଚାର୍ଜମ୍ୟାନ୍, ବୈଜ୍ଞାନିକ ସହାୟକ, ଫାୟାରମ୍ୟାନ୍, ଫାୟାର ଇଞ୍ଜିନ ଡ୍ରାଇଭର, ଟ୍ରେଡ୍ସମ୍ୟାନ୍ ମେଟ୍, କୁକ୍, ମଲ୍ଟିଟାସ୍କିଂ ଷ୍ଟାଫ୍ ଆଦି ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏନେଇ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଦଶମ ପାଶ୍ କରିଥିବା ପିଲା ମଧ୍ୟ ଏହାର ସୁଯୋଗ ନେଇପାରିବେ। ଏହି ନିଯୁକ୍ତି ମାଧ୍ୟମରେ ୭୦୦ରୁ ଅଧିକ ପଦବୀ ପୂରଣ ହେବ।

ଅଧିକ ପଢ଼ନ୍ତୁ: Indian Army Bharti 2024: NCC ଥିଲେ ସେନାରେ ଚାକିରି; ଦରମା ଦେଢ ଲକ୍ଷ ପରେ

Advertisment

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଭାରତୀୟ ନୌସେନାର ଅଫିସିଆଲ୍ ୱେବ୍‌ସାଇଟ୍‌ joinindiannavy.gov.inକୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ Indian Navy Recruitment Apply for 741 posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୨୦ ଜୁଲାଇ ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୦୨ ଅଗଷ୍ଟ ୨୦୨୪
Advertisment

ଖାଲି ପଦବୀ:

  • ଚାର୍ଜମ୍ୟାନ୍ (ଗୁଳି କର୍ମଶାଳା) – ୧ଟି ପୋଷ୍ଟ
  • ଚାର୍ଜମ୍ୟାନ୍ (କାରଖାନା) – ୧୦ଟି ପୋଷ୍ଟ
  • ଚାର୍ଜମ୍ୟାନ୍ (ମେକାନିକ୍) – ୧୮ଟି ପୋଷ୍ଟ
  • ବୈଜ୍ଞାନିକ ସହାୟକ - ୪ଟି ପୋଷ୍ଟ
  • ଡ୍ରଗ୍ଟମ୍ୟାନ୍ (ନିର୍ମାଣ) – ୨ଟି ପୋଷ୍ଟ
  • ଫାୟାରମ୍ୟାନ୍ – ୪୪୪ଟି ପୋଷ୍ଟ
  • ଫାୟାର ଇଞ୍ଜିନ୍ ଡ୍ରାଇଭର – ୫୮ଟି ପୋଷ୍ଟ
  • ଟ୍ରେଡ୍‌ମ୍ୟାନ୍ ମେଟ୍ – ୧୬୧ଟି ପୋଷ୍ଟ
  • କୀଟନାଶକ ନିୟନ୍ତ୍ରଣ କର୍ମୀ – ୧୮ଟି ପୋଷ୍ଟ
  • ରୋଷେୟା – ୯ଟି ପୋଷ୍ଟ
  • MTS (ମନ୍ତ୍ରାଳୟ) – ୧୬ଟି ପୋଷ୍ଟ
  • ମୋଟ – ୭୪୧ଟି ପୋଷ୍ଟ

ଶିକ୍ଷାଗତ ଯୋଗ୍ୟତା:

  • ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ / ପ୍ରତିଷ୍ଠାନରୁ ପ୍ରାସଙ୍ଗିକ ବିଷୟରେ ଦଶମ / ଦ୍ୱାଦଶ / ଡିପ୍ଲୋମା ଇଞ୍ଜିନିୟରିଂ ପାଶ କରିଥିବା ଆବଶ୍ୟକ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଅଧିକ ପଢ଼ନ୍ତୁ: Indian Army AFMS Recruitment 2024: ଭାରତୀୟ ସେନାରେ ନିଯୁକ୍ତି ସୁଯୋଗ, ପୂରଣ ହେବ ଏତେ ମହିଳା ପଦବୀ

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୮ ବର୍ଷ
  • ସର୍ବାଧିକ ବୟସ – ୩୦ ବର୍ଷ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଦରମା:

  • ସର୍ବନିମ୍ନ ଦରମା – ୧୮,୦୦୦ ଟଙ୍କା
  • ସର୍ବାଧିକ ଦରମା – ୧,୧୨,୪୦୦ ଟଙ୍କା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • SC/ST/PwD/ESM/ମହିଳା – ଦେୟମୁକ୍ତ
  • ଅନ୍ୟମାନେ – ୨୯୫ଟଙ୍କା
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା
  • ଶାରିରୀକ ପରୀକ୍ଷା
  • ମେଡିକାଲ୍ ଯାଞ୍ଚ
  • ଡକ୍ୟୁମେଣ୍ଟ୍ ଯାଞ୍ଚ
Govt Jobs Indian Navy Indian Navy Jobs Indian Navy Recruitment Govt Job Notification
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ