Advertisment

ଇଣ୍ଡିଆନ୍ କୋଷ୍ଟ୍‌ଗାର୍ଡ ଆସିଷ୍ଟାଣ୍ଟ୍‌ କମାଣ୍ଡାଣ୍ଟ୍‌ ପଦ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ

ଇଣ୍ଡିଆନ୍ କୋଷ୍ଟଗାର୍ଡ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ପଦ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ କରିଦେଇଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ୍‌ ପଦ ପାଇଁ ହେଉଛି। ଚୟନ ପ୍ରାର୍ଥୀମାନେ ମାସକୁ ୫୬,୧୦୦ ଟଙ୍କା ଦରମା ପାଇବେ।

ଅଦ୍ୟତନ ହୋଇଛି
Indian Coast Guard recruitment 2023

Indian Coast Guard Recruitent 2023 Posts of assistant commandant registration starts

Advertisment

ଇଣ୍ଡିଆନ୍ କୋଷ୍ଟଗାର୍ଡ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ପଦ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ କରିଦେଇଛି। ଆଜି ବା ୨୫ ଜାନୁୟାରୀ ୨୦୨୩ରୁ ଏହା ଆରମ୍ଭ ହୋଇଛି। ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ଇଣ୍ଡିଆନ୍ କୋଷ୍ଟଗାର୍ଡର ଅଫିସିଆଲ୍ ସାଇଟ୍ joinindiancoastguard.cdac.in ମାଧ୍ୟମରେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ: ୨୫ ଜାନୁୟାରୀ ୨୦୨୩
  • ଅନ୍‌ଲାଇନ୍ ଆବେଦନ ଶେଷ: ୦୯ ଫେବୃଆରୀ ୨୦୨୩

ଖାଲି ପଦବୀ:

ଏହି ନିଯୁକ୍ତି ପ୍ରକ୍ରିୟାରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ୍‌ - ଜେନେରାଲ୍ ଡ୍ୟୁଟି, କମର୍ସିଆଲ୍ ପାଇଲଟ୍ ଲାଇସେନ୍ସ (CPL-SSA), ବୈଷୟିକ (ଇଞ୍ଜିନିୟରିଂ ଆଣ୍ଡ୍‌ ଇଲେକ୍ଟ୍ରିକାଲ୍ / ଇଲେକ୍ଟ୍ରୋନିକ୍ସ) ଏବଂ ଆଇନିର ୦୧/୨୦୨୪ ବ୍ୟାଚ୍‌ର ୭୧ଟି ପଦ ପୂରଣ ହେବ।

Advertisment

ଅଧିକ ପଢ଼ନ୍ତୁ: OMCରେ ଚାକିରି ସୁଯୋଗ; ଦରମା ୧,୧୨,୪୦୦ ଟଙ୍କା, ତୁରନ୍ତ ଆବେଦନ କରନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୮ ବର୍ଷ
  • ସର୍ବାଧିକ ବୟସ – ୨୮ ବର୍ଷ

ଶିକ୍ଷାଗତ ଯୋଗ୍ୟତା:

  • ପ୍ରାୟ ପଦବୀ ପାଇଁ ୧୨ଶ, ସ୍ନାତକ, ଇଂଜିନିୟରିଂ ଡିଗ୍ରୀ ରହିଛି
  • ଅଧିକ ଜାଣିବାକୁ ବିଜ୍ଞପ୍ତି ଦେଖନ୍ତୁ
Advertisment

ଦରମା:

  • ସର୍ବନିମ୍ନ ମାସିକ ଦରମା ୫୬,୧୦୦ ଟଙ୍କା ରହିଛି
  • ଅଧିକ ଜାଣିବାକୁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • ଆବେଦନକାରୀଙ୍କୁ ଶୁଳ୍କଭାବେ ୨୫୦ ଟଙ୍କା ଦେବାକୁ ପଡିବ
  • ଏସ୍‌ସି / ଏସ୍‌ଟି ପ୍ରାର୍ଥୀ ଏଥିରୁ ମୁକ୍ତ ହେବେ
  • ପ୍ରାର୍ଥୀମାନେ ନେଟ୍‌ ବ୍ୟାଙ୍କିଙ୍ଗ ବ୍ୟବହାର କରି କିମ୍ବା ଭିସା / ମାଷ୍ଟର / ମେଷ୍ଟ୍ରୋ / ରୁପେ / କ୍ରେଡିଟ୍ / ଡେବିଟ୍ କାର୍ଡ / UPI ବ୍ୟବହାର କରି ଅନ୍‌ଲାଇନ୍ ମୋଡ୍ ମାଧ୍ୟମରେ ଦେୟ ଦେବେ।

ପ୍ରାର୍ଥୀମାନେ ଧ୍ୟାନ ଦେବେ:

  • ଶାରୀରିକ ମାପ ପରୀକ୍ଷା ପାଇଁ ହାଜର ହେବାକୁ ପଡ଼ିବ
  • ଦୃଷ୍ଟି ଶକ୍ତି ସମ୍ପୂର୍ଣ୍ଣ ଠିକ୍ ହେବା ଉଚିତ
  • ଶରୀରର ଯେକୌଣସି ଅଙ୍ଗରେ ଟାଟୁ ଥିଲେ ପ୍ରାର୍ଥୀ ଅଯୋଗ୍ୟ ହେବ
  • ଆଦିବାସୀ ପ୍ରାର୍ଥୀଙ୍କୁ ଏହି ନିୟମରୁ ମୁକ୍ତ କରାଯିବ
  • ଅନ୍ୟାନ୍ୟ ସୂଚନା ପାଇଁ ବିଜ୍ଞପ୍ତି ଯାଞ୍ଚ କରିପାରିବେ

କିପରି କରିବେ ଆବେଦନ:

  • ଇଣ୍ଡିଆନ୍ କୋଷ୍ଟଗାର୍ଡର ଅଫିସିଆଲ୍ ସାଇଟ୍ Indianindiancoastguard.cdac.in କୁ ଯାଆନ୍ତୁ
  • ହୋମ୍‌ପେଜ୍‌ରେ ଥିବା ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ୍‌ ପୋଷ୍ଟଗୁଡିକ ପାଇଁ ଲିଙ୍କ୍‌ରେ କ୍ଲିକ୍ କରନ୍ତୁ
  • ପଞ୍ଜୀକରଣ କରି ଆବେଦନ ଫର୍ମ ପୂରଣ କରନ୍ତୁ
  • ଆବଶ୍ୟକ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ ଏବଂ ଦେୟ ଦିଅନ୍ତୁ
  • Submit ଉପରେ କ୍ଲିକ୍ କରନ୍ତୁ
  • ପରବର୍ତ୍ତୀ ଆବଶ୍ୟକତା ପାଇଁ ଏହାର ଏକ ହାର୍ଡ କପି ରଖନ୍ତୁ

ବିଜ୍ଞାପନ ଦେଖିବା ପାଇଁ ଏଠି କ୍ଲିକ୍ କରନ୍ତୁ

ଆବେଦନ ଫର୍ମ ପୂରଣ ପାଇଁ ଏଠି କ୍ଲିକ୍ କରନ୍ତୁ

Govt Jobs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ