Advertisment

ଭାରତୀୟ ସେନାରେ ନିଯୁକ୍ତି ସୁଯୋଗ ; ଦରମା ୯୨ ହଜାରରୁ ଅଧିକ

ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ଆର୍ମି ଅର୍ଡାନ୍ସ ଡିପୋ ଏବଂ ୟୁନିଟ୍ରେ ମେଟେରିଆଲ୍ ଆସିଷ୍ଟାଣ୍ଟ୍ ଯୁକ୍ତିର ବିଜ୍ଞପ୍ତି ପ୍ରକାଶ ପାଇଛି। କେଉଁମାନେ କରିପାରିବେ ଆବେଦନ ଜାଣିବା ପାଇଁ ପଢନ୍ତୁ।

ଅଦ୍ୟତନ ହୋଇଛି
Indian Army AOC Recruitment 2022

Indian army ordnance corps 419 material assistant vacancy

Advertisment

ଭାରତୀୟ ସେନାରେ ବାହାରିଛି ନିଯୁକ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ଆର୍ମି ଅର୍ଡାନ୍ସ ଡିପୋ ଏବଂ ୟୁନିଟ୍‌ରେ ମେଟେରିଆଲ୍ ଆସିଷ୍ଟାଣ୍ଟ୍ ଯୁକ୍ତିର ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ, ଅର୍ଡାନ୍ସ ଡିପୋ ଏବଂ ୟୁନିଟ୍‌ରେ ମୋଟ ୪୧୯ ଟି ପଦବୀ ରହିଛି।

Advertisment

ଏହି ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ଆରମ୍ଭ ହୋଇଯାଇଛି। ଯେଉଁମାନେ ଏହିସବୁ ପଦବୀ ପାଇଁ ଆବେଦନ କରିବାକୁ ଚାହୁଛନ୍ତି ସେମାନେ ଏହାର ଅଫିସିଆଲ୍ ୱେବସାଇଟ୍ www.aocrecruitment.gov.in କୁ ଯାଇ ଆବେଦନ କରିପାରିବେ। ବିଜ୍ଞାପନ ପ୍ରକାଶ ହେବା ତାରିଖ ଠାରୁ ୨୧ ଦିନ ମଧ୍ୟରେ ଆବେଦନ କରିବାକୁ ପଡି।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଆବେଦନ ଆରମ୍ଭ: ୨୩-୧୦-୨୦୨୨
  • ଶେଷ ତାରିଖ: ୧୨-୧୧-୨୦୨୨

ଖାଲି ଥିବା ପଦବୀ:

  • ପୂର୍ବ ଆସାମ, ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, ମଣିପୁର - ୧୦
  • ପଶ୍ଚିମ ଦିଲ୍ଲୀ, ପଞ୍ଜାବ, ହିମାଚଳ ପ୍ରଦେଶ, ହରିୟାଣା - ୧୨୦
  • ଉତ୍ତର ଜାମ୍ମୁ କାଶ୍ମୀର, ଲଦାଖ - ୨୩
  • ଦକ୍ଷିଣ ମହାରାଷ୍ଟ୍ର, ତେଲେଙ୍ଗାନା, ତାମିଲନାଡୁ - ୩୨
  • ଦକ୍ଷିଣ ପଶ୍ଚିମ ରାଜସ୍ଥାନ, ଗୁଜୁରାଟ – ୨୩
  • ମଧ୍ୟ ପଶ୍ଚିମ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ - ୧୮୫
  • ମଧ୍ୟ ପୂର୍ବ ପଶ୍ଚିମବଙ୍ଗ, ଝାଡଖଣ୍ଡ, ସିକ୍କିମ୍ - ୨୬
Advertisment

ଅଧିକ ପଢ଼ନ୍ତୁ: କେବଳ ସାକ୍ଷାତକାର ଦେଇ UPSC ରେ ଅଫିସର୍ ହେବାର ସୁବର୍ଣ୍ଣ ସୁଯୋଗ

ଶିକ୍ଷାଗତ ଯୋଗ୍ୟତା:

  • ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ କୌଣସି ବି ବିଷୟରେ ସ୍ନାତକ
  • ଯେକୌଣସି ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ କୌଣସି ବିଷୟରେ ସାମଗ୍ରୀ ପରିଚାଳନାରେ ଡିପ୍ଲୋମା କିମ୍ବା ଇଞ୍ଜିନିୟରିଂରେ ଡିପ୍ଲୋମା

ବୟସ :

  • ସର୍ବନିମ୍ନ ବୟସ: ୧୮ ବର୍ଷ
  • ସର୍ବାଧିକ ବୟସ: ୨୫ ବର୍ଷ
  • ଏସ୍‌ସି/ଏସ୍‌ଟି: ୫ ବର୍ଷ କୋହଳ
  • ଓବିସି: ୩ ବର୍ଷ କୋହଳ
Advertisment

ଦରମା:

  • ସର୍ବନିମ୍ନ ଦରମା - ୨୯,୨୦୦ ଟଙ୍କା
  • ସର୍ବାଧିକ ଦରମା - ୯୨,୩୦୦ ଟଙ୍କା

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ: ୧୦୦ ଟଙ୍କା
  • ପଛୁଆ ଶ୍ରେଣୀ: ୧୦୦ ଟଙ୍କା
  • SC / ST ବର୍ଗ: ଦେୟ ମୁକ୍ତ

ଚୟନ ପ୍ରକ୍ରିୟା:

  • କେବଳ ଅବଜେକ୍ଟିଭ୍ ଟାଇପ୍ ପ୍ରଶ୍ନକୁ ନେଇ ପରୀକ୍ଷା ହେବ
  • ପ୍ରଶ୍ନଗୁଡିକ ଉଭୟ ଇଂରାଜୀ ଏବଂ ହିନ୍ଦୀରେ ରହିବ
  • ପ୍ରଶ୍ନର ଉତ୍ତର ଅପ୍ଟିକାଲ୍ ମାର୍କ ରିକଗନିସନ୍ (OMR) ସିଟରେ ଦିଆଯିବ
  • ଭୁଲ ଉତ୍ତର ପାଇଁ ଲିଖିତ ପରୀକ୍ଷାରେ ନକାରାତ୍ମକ ମାର୍କିଂ (ପ୍ରତ୍ୟେକ ଭୁଲ ଉତ୍ତର ପାଇଁ ୦.୨୫ ମାର୍କ) ର ବ୍ୟବସ୍ଥା ରହିବ

ଆବେଦନ ପ୍ରକ୍ରିୟା:

  • ଆଗ୍ରହୀ ପ୍ରାର୍ଥୀମାନେ ଏଥିପାଇଁ ଅନଲାଇନରେ ଆବେଦନ କରିପାରିବେ
  • ଏହି ଲିଙ୍କରେ www.aocrecruitment.gov.in କ୍ଲିକ୍ କରନ୍ତୁ
Indian Army Govt Jobs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ