Advertisment

ପୁଣି ମେଟାରେ ବଡ଼ ଧରଣର ଛଟେଇ: ବିଦା ହେଲେ ୧୦,୦୦୦ କର୍ମଚାରୀ; ଭାରତର ଟପ୍‌ ଅଧିକାରୀଙ୍କ ଚାକିରି ଗଲା...

ମେଟା ପୁଣିଥରେ ଛଟେଇ ଘୋଷଣା କରିଛି। ତୃତୀୟ ରାଉଣ୍ଡ ଛଟେଇରେ କମ୍ପାନୀ ୧୦ ହଜାର କର୍ମଚାରୀଙ୍କୁ ଚାକିରିରୁ ବିଦା କରିଛି।

ଅଦ୍ୟତନ ହୋଇଛି
Meta Layoffs 2023

In Latest Meta Layoffs Top Executives In India Among 10000 Employees Lose Job

Advertisment

ଫେସ୍‌ବୁକ୍‌ (Facebook), ହ୍ୱାଟ୍ସଆପ୍‌ (Whatsapp) ଓ ଇନଷ୍ଟାଗ୍ରାମ(Instagram) ଭଳି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମର ପ୍ୟାରେଣ୍ଟ କମ୍ପାନୀ ମେଟା(Meta) ପୁଣିଥରେ ଛଟେଇ ଘୋଷଣା କରିଛି। ତୃତୀୟ ରାଉଣ୍ଡ ଛଟେଇରେ କମ୍ପାନୀ ୧୦ ହଜାର କର୍ମଚାରୀଙ୍କୁ ଚାକିରିରୁ ବିଦା କରିଛି। ଏ ସମ୍ପର୍କରେ କମ୍ପାନୀ ପକ୍ଷରୁ ମାର୍ଚ୍ଚରେ ଘୋଷଣା କରାଯାଇଥିବା ବେଳେ ଏବେ ଆକ୍ସନ ନିଆଯାଇଛି। ତେବେ ମେଟା ପକ୍ଷରୁ ହୋଇଥିବା ଏହି ଛଟେଇର ପ୍ରଭାବ ଭାରତର ଅନେକ ଟପ୍‌ ଅଧିକାରୀଙ୍କ ଉପରେ ପଡ଼ିଛି। ବଡ଼ ବଡ଼ ପଦବୀରେ କାର୍ଯ୍ୟ କରୁଥିବା ଅନେକ ବ୍ୟକ୍ତିଙ୍କୁ କମ୍ପାନୀ ଛଟେଇ କରିଛି। 

Advertisment

ଭାରତର ଏହି ଟପ୍‌ ଅଧିକାରୀଙ୍କୁ ଛଟେଇ କରାଯାଇଛି...

ମେଟାର ଏହି ଲାଟେଷ୍ଟ ରାଉଣ୍ଡ ଛଟେଇରେ ଭାରତର ଅନେକ ଟପ୍‌ ଅଧିକାରୀଙ୍କ ନାଁ ସାମିଲ ଅଛି। ଭାରତରେ ଥିବା ମେଟାର ମାର୍କେଟିଂ ନିର୍ଦ୍ଦେଶକ ଅବିନାଶ ପନ୍ତ ଓ ମିଡିଆ ପାର୍ଟନରଶିପ୍‌ ନିର୍ଦ୍ଦେଶକ ଓ ମୁଖ୍ୟ ସାକେତ ଝା ସୌରଭଙ୍କୁ ମେଟା ଚାକିରିରୁ ବିଦା କରିଛି। 

ଏହି ବିଭାଗରୁ ସବୁଠୁ ଅଧିକ ଛଟେଇ ହୋଇଛି...

Live Mint ରିପୋର୍ଟ ଅନୁସାରେ, ମେଟାର ଏହି ରାଉଣ୍ଡ ଛଟେଇରେ କମ୍ପାନୀ ମାର୍କେଟିଂ, ସାଇଟ ସିକ୍ୟୁରିଟି, ଇଣ୍ଟରପ୍ରାଇଜେସ୍‌ ଇଞ୍ଜିନିୟରିଂ, ପ୍ରୋଗ୍ରାମ ମ୍ୟାନେଜମେଣ୍ଟ, କଣ୍ଟେଣ୍ଟ ଷ୍ଟ୍ରାଟେଜି ଓ କର୍ପୋରେଟ କମ୍ୟୁନିକେସନରେ କାମ କରୁଥିବା କର୍ମଚାରୀଙ୍କୁ ସବୁଠୁ ଅଧିକ ସଂଖ୍ୟାରେ ବାହାରର ରାସ୍ତା ଦେଖାଇଛି। ଛଟେଇର ଶିକାର ହୋଇଥିବା ଅନେକ କର୍ମଚାରୀ ଲିଙ୍କଡିନ୍‌ (LinkedIn)ରେ ଏସମ୍ପର୍କରେ ସୂଚନା ଦେଇଛନ୍ତି। 

Advertisment

ଏହା ପୂର୍ବରୁ କମ୍ପାନୀ ୨୦୨୨ ମସିହା ନଭେମ୍ବରରେ ମୋଟ୍‌ ୧୧ ହଜାର ଲୋକଙ୍କୁ ଚାକିରିରୁ ବାହାର କରିଥିବା ବେଳେ ୧୦ ହଜାର କର୍ମଚାରୀଙ୍କୁ ଗତ ମାର୍ଚ୍ଚରେ ବାହାର କରିଦେଇଥିଲା। ସବୁଠାରୁ ବଡ଼ କଥା, ମେଟାର ଏହି ବଡ଼ ଧରଣର ଛଟେଇ ପରେ ମଧ୍ୟ କମ୍ପାନୀର ମୋଟ କର୍ମଚାରୀଙ୍କ ସଂଖ୍ୟା ୨୦୨୧ ମସିହା ଜୁଲାଇରେ କମ୍ପାନୀରେ ଥିବା କର୍ମଚାରୀଙ୍କ ସଂଖ୍ୟା ସହ ସମାନ ହୋଇ ଯାଇଛି । କରୋନା ସମୟରେ ୨୦୨୦ ମସିହାରେ କମ୍ପାନୀ ବହୁ କର୍ମଚାରୀଙ୍କୁ ନିଯୁକ୍ତି ଦେଇଥିବା ବେଳେ ଏବେ ଛଟେଇକୁ ଜୋରଦାର କରୁଛି।

କାହିଁକି ଛଟେଇ କରୁଛି ମେଟା ?

ଗତ କିଛି ମାସରେ ମେଟାର ରେଭିନ୍ୟୁ ବହୁତ୍‌ କମି ଯାଇଥିବା ଜଣାପଡ଼ିଛି। ଏହାସହ ମହଙ୍ଗା, ଡିଜିଟାଲ ବିଜ୍ଞାପନ କମ୍‌ ଯୋଗୁ କମ୍ପାନୀ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି। ଏଥିସହ କମ୍ପାନୀ ନିଜ ଖର୍ଚ୍ଚ କମ୍‌ କରି ଆର୍ଟିଫିସିଆଲ ଇଣ୍ଟେଲଜେନ୍ସ ଉପରେ ବି ଗୁରୁତ୍ୱାରୋପ କରିବା ଲାଗି ପ୍ରୟାସ କରୁଛି

Advertisment

ସୂଚନାଥାଉ କି, ବିଶ୍ୱରେ ଏବେ ମାନ୍ଦାବସ୍ଥା ଚାଲିଥିବାରୁ ମେଟା ବ୍ୟତୀତ ବହୁ ବଡ଼ ବଡ଼ କମ୍ପାନୀ ଯଥା- ଗୁଗଲ, ମାଇକ୍ରୋସଫ୍ଟ, ଆମାଜନ ଆଦି ଗତ କିଛି ମାସ ଧରି ବହୁ ବଡ଼ ଧରଣର ଛଟେଇ କରିବାରେ ଲାଗିଛନ୍ତି।

ଅନ୍ୟପକ୍ଷେ, କର୍ମଚାରୀଙ୍କ ଭବିଷ୍ୟତକୁ ନେଇ ମେଟା CTO କହିଛନ୍ତି ଯେ, ଆମର ସେମିତି କିଛି ଯୋଜନା ନାହିଁ। କେବଳ କମ୍ପାନୀକୁ ଦୀର୍ଘଜୀବୀ ଓ ଆଗକୁ ବଢାଇବା ଆମର ଲକ୍ଷ୍ୟ।ସେଥିପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ସେପଟେ ଏତେ ବଡ଼ଧରଣର ଛଟେଇ କରାଯିବାକୁ ନେଇ ଜବାବରେ କମ୍ପାନୀର ସିଇଓ କହିଛନ୍ତି ଯେ, ଆର୍ଥିକ ମାନ୍ଦାବସ୍ଥା କାରଣରୁ ମେଟାର ବ୍ୟବସାୟରେ ଅଗ୍ରଗତି କମିଛି।

Mass Layoffs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ