୧୦ମ ପାସ୍‌ କରିଥିଲେ ମିଳିବ ବ୍ୟାଙ୍କ ଚାକିରି, ତୁରନ୍ତ କରନ୍ତୁ ଆବେଦନ

ବେକାର ଯୁବକ ଯୁବତୀଙ୍କ ପାଇଁ ଖୁସି ଖବର । ଇଣ୍ଡିଆନ ବ୍ୟାଙ୍କ ଆଣିଦେଇଛି ସୁବର୍ଣ୍ଣ ସୁଯୋଗ। ଇଣ୍ଡିଆନ ବ୍ୟାଙ୍କରେ ଖାଲିପଡିଛି ସିକ୍ୟୁରିଟି ଗାର୍ଡ ପଦବୀ । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଏନେଇ ଆବେଦନ କରନ୍ତୁ ।

bank job

News Summary

ଇଣ୍ଡିଆନ ବ୍ୟାଙ୍କରେ ଖାଲିପଡିଛି ସିକ୍ୟୁରିଟି ଗାର୍ଡ ପଦବୀ

ଇଣ୍ଡିଆନ ବ୍ୟାଙ୍କରେ ଖାଲିପଡିଛି ସିକ୍ୟୁରିଟି ଗାର୍ଡ ପଦବୀ। ଇଣ୍ଡିଆନ୍ ବ୍ୟାଙ୍କରେ ସିକ୍ୟୁରିଟି ଗାର୍ଡର ୨୦୨ ପଦବୀରେ ଭର୍ତ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପଦବୀରେ ଆବେଦନ ପାଇଁ ଅନଲାଇନ୍ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ଦିନ ମାର୍ଚ୍ଚ ୯ ତାରିଖ ରହିଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ମାନେ ଆବେଦନ କରିବା ପାଇଁ indianbank.inରେ ଅନଲାଇନ୍ ଆବେଦନ କରିପାରିବେ ।

ଶିକ୍ଷାଗତ ଯୋଗ୍ୟତା ଓ ବୟସ ସୀମା:

ପଦବୀରେ ଆବେଦନ ପାଇଁ ପ୍ରାର୍ଥୀଙ୍କ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଏକ ସ୍ୱୀକୃତିପ୍ରାପ୍ତ ରାଜ୍ୟ ଶିକ୍ଷା ବୋର୍ଡରୁ ଦଶମ ଶ୍ରେଣୀ ପାସ୍ କରିଥିବା ଦରକାର । ଏହି ପଦବୀ ପାଇଁ ଆବେଦନ କରିବାକୁ ପ୍ରାର୍ଥୀ ସେନା, ନୌସେନା ଓ ବାୟୁସେନାର ଜଣେ ପୂର୍ବତନ ଯବାନ ହେବା ଉଚିତ୍ । ପ୍ରାର୍ଥୀଙ୍କ ବୟସ ୨୬ ବର୍ଷ ଏବଂ ଓବିସି ପ୍ରାର୍ଥୀଙ୍କ ପାଇଁ ୨୯ ବର୍ଷ ରହିଛି। ସେହିପରି ଏସଟି ଆବେଦନକାରୀଙ୍କ ପାଇଁ ୩୧ ବର୍ଷ ବୟସ ହେବା ଜରୁରୀ ଅଟେ ।

କିପରି କରିବେ ଆବେଦନ: