IBPS ନିଯୁକ୍ତି, ୪୧ ହଜାରରୁ ଅଧିକ ପଦବୀ, ଜଲଦି କରନ୍ତୁ ଆବେଦନ

ଆପଣ ବ୍ୟାଙ୍କରେ ଚାକିରି କରିବାକୁ ଚାହୁଁଛନ୍ତି କି ? ସରକାରୀ ବ୍ୟାଙ୍କରେ ଚାକିରି ଖୋଜୁଥିବା ଆଇବିପିଏସ୍ ନିଯୁକ୍ତି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ଏସବିଆଇ ଏବଂ ପିଏନବି ସମେତ ସମସ୍ତ ସରକାରୀ ବ୍ୟାଙ୍କରେ ୪୧ ହଜାରରୁ ଅଧିକ ପଦବୀ ଖାଲି ପଡିଛି ।

ibps recruitment 2021

News Summary

ସରକାରୀ ବ୍ୟାଙ୍କରେ କରନ୍ତୁ ଚାକିରି

ବେକାର ଯୁବକ ଓ ଯୁବତୀଙ୍କ ପାଇଁ ଖୁସି ଖବର । IBPS ପକ୍ଷରୁ ୪୧ ହଜାରରୁ ଅଧିକ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ସୂଚନା ଅନୁଯାୟୀ ଏସବିଆଇ ଏବଂ ପିଏନବି ସମେତ ସମସ୍ତ ସରକାରୀ ବ୍ୟାଙ୍କରେ ୪୧ ହଜାରରୁ ଅଧିକ ପଦବୀ ଖାଲି ପଡିଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ତୁରନ୍ତ କରନ୍ତୁ ଆବେଦନ ।

ମୋଟ୍ ପଦବୀ ସଂଖ୍ୟା:

ସରକାରୀ ତଥ୍ୟ ଅନୁଯାୟୀ, ସାର୍ବଜନିକ ଭାବେ ସରକାରୀ ବ୍ୟାଙ୍କ ବା ପବ୍ଲିକ ସେକ୍ଟର ବ୍ୟାଙ୍କ ଗୁଡିକରେ(PSBs) ୮,୦୫,୯୮୬8 ରୁ ଅଧିକ ପଦବୀକୁ ମଞ୍ଜୁର କରାଯାଇଛି । ଏହି ପଦବୀଗୁଡ଼ିକ ମଧ୍ୟରୁ ଅଧିକାଂଶ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ରେ ରହିଛି ୮,୫୪୪ଟି ପଦବୀ । ଏହି ପୋଷ୍ଟଗୁଡିକରେ ବ୍ୟାଙ୍କ ଅଫିସର , କିରାଣୀ ଏବଂ ଉପ-କର୍ମଚାରୀ ମଧ୍ୟ ଅନ୍ତର୍ଭୁକ୍ତ ଅଛି ।

ସମୁଦାୟ ପବ୍ଲିକ ସେକ୍ଟର ବ୍ୟାଙ୍କର (PSBS ) ୧୨ଟି ପଦବୀ ଖାଲି ପଡିଛି । ସେହିପରି ଭାବେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ୬୭୪୩’ଟି ପଦବୀ , ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ୬୨୯୫ଟି ପଦବୀ, ଇଣ୍ଡିଆନ ଓଭରସିସଜ୍‌ ବ୍ୟାଙ୍କରେ ୫୧୧୨ଟି ପଦବୀ ଓ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ୪୮୪୮ ପଦବୀ ଖାଲି ପଡିଛି ।

ଏସବିଆଇରେ ଥିବା ଟୋଟାଲ ପଦବୀ ମଧ୍ୟରୁ କେବଳ ୩୪୨୩ ପୋଷ୍ଟ ହେଉଛି ଅଫିସର ପୋଷ୍ଟ ଓ ୫୧୨୧ ପୋଷ୍ଟ ହେଉଛି କ୍ଲର୍କ ପୋଷ୍ଟ । ଅର୍ଥମନ୍ତ୍ରୀ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ ୨୦୧୬ରେ ପଞ୍ଜାବ ଏବଂ ସିଣ୍ଡ ବ୍ୟାଙ୍କ ବ୍ୟତୀତ ପବ୍ଲିକ ସେକ୍ଟର ବ୍ୟାଙ୍କଗୁଡିକରେ ଗୋଟିଏ ବି ପଦବୀ ରଦ୍ଦ ହୋଇନାହିଁ। ତେଣୁ ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ମାନେ ବ୍ୟାଙ୍କରେ ଚାକିରି ପାଇଁ ଆବେଦନ କରିପାରିବେ ।