Advertisment

ASO ମାମଲାର ଅନ୍ତ ଘଟାଇଲେ ହାଇକୋର୍ଟ

ଆବେଦନକୁ ଅଗ୍ରାହ୍ୟ ସହ ମାମଲାର ଅନ୍ତ ଘଟାଇଲେ ହାଇକୋର୍ଟ।

ଅଦ୍ୟତନ ହୋଇଛି
ASO Result

ASO Result

Advertisment

ASO ରେଜଲ୍ଟ ବିଭ୍ରାଟ ଅଭିଯୋଗ ନେଇ ମାମଲା ପ୍ରସଙ୍ଗ। ଆବେଦନକୁ ଅଗ୍ରାହ୍ୟ ସହ ମାମଲାର ଅନ୍ତ ଘଟାଇଲେ ହାଇକୋର୍ଟ। ୨୦୧୬ ପଲିସି ଅନୁସାରେ ରେଜଲ୍ଟ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସବୁ ପରୀକ୍ଷାର୍ଥୀଙ୍କ ମାର୍କ ମଧ୍ୟ ପ୍ରକାଶ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନିଯୁକ୍ତି ପ୍ରକ୍ରିୟା ଶେଷ ପରେ ମାର୍କ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଓଡିଶା ଲୋକ ସେବା ଆୟୋଗ ପକ୍ଷରୁ କରାଯାଇଥିବା ଏଏସଓ ପରୀକ୍ଷା ରେ ହୋଇଥିବା ମୂଲ୍ୟାୟନ ପ୍ରକ୍ରିୟାରେ ତ୍ରୁଟି ଥିବା ଅଭିଯୋଗ କରିଥିଲେ ପରୀକ୍ଷାର୍ଥୀ | ପରୀକ୍ଷା ଦେଇ ନଥିବା ପିଲା ପରୀକ୍ଷାରେ ପାସ କରିବା, ମାର୍କସିଟ, କଟଅଫ ମାର୍କ ଆସିବାରେ ବିଳମ୍ବ ନେଇ ଅଭିଯୋଗ କରିଥିଲେ ଛାତ୍ରଛାତ୍ରୀ। ତୁରନ୍ତ ଏହି ଦିଗରେ ପଦକ୍ଷେପ ନିଆଯିବା ନେଇ ଦାବି କରିଥିଲେ | ଏନେଇ ଅନେକ ଛାତ୍ର ଛାତ୍ରୀ OPSC କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଥିଲେ। ଶେଷରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପରୀକ୍ଷାର୍ଥୀ।

ସେପଟେ OPSC କର୍ତ୍ତୃପକ୍ଷ କହିଥିଲେ ଯେ ଛାତ୍ର ଛାତ୍ରୀଙ୍କ ଏହି ଅଭିଯୋଗ ସମ୍ପୂର୍ଣ ଭିତ୍ତିହୀନ। କଟ ଅପ ମାର୍କ ଏବଂ ଉତ୍ତର ଖାତା ନିର୍ଧାରିତ ସମୟରେ କମିଶନଙ୍କ ପକ୍ଷରୁ ପ୍ରକାଶିତ କରାଯିବ ବୋଲି opsc ସଚିବ କହିଥିଲେ। ତେବେ ଏ ସମ୍ପର୍କରେ ବିଜ୍ଞପ୍ତିରେ ପୂର୍ବରୁ ସ୍ପଷ୍ଟ କରାଯାଇ ଥିଲା ବୋଲି ସଚିବ କହିଥିଲେ।

Advertisment
High Court ASO Exam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ