Graduates can get jobs on these posts in iwai
ଡେପୁଟି ଡାଇରେକ୍ଟର, ଏଲଡିସି(LDC), ଇଡିପି(EDP) ଆସିଷ୍ଟାଣ୍ଟ, ଷ୍ଟେନୋଗ୍ରାଫର-ଡି ସମେତ ଅନେକ ପଦବୀ ପୂରଣ କରିବା ପାଇଁ ଭାରତୀୟ ଅନ୍ତର୍ଦେଶୀୟ ଜଳପଥ ପ୍ରାଧିକରଣ (IWAI) ବିଜ୍ଞପ୍ତି ଜାରି କରିଛି। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀ ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାଁନ୍ତି ସେମାନେ IWAI ର ଅଫିସିଆଲ୍ ୱେବସାଇଟ୍ iwai.nic.in କୁ ଯାଇ ଆବେଦନ କରିପାରିବେ।
ଅଧିକ ପଢ଼ନ୍ତୁ: ୧୦ମ ପାଶ୍ କରିଛନ୍ତି କି; ଭାରତୀୟ ଡାକ ବିଭାଗରେ ସରକାରୀ ଚାକିରି
ଏହା ବ୍ୟତୀତ ପ୍ରାର୍ଥୀମାନେ ଏହି ଲିଙ୍କ୍ https://iwai.nic.in/ ରେ କ୍ଲିକ୍ କରି ସିଧାସଳଖ ଏହି ପୋଷ୍ଟଗୁଡିକ ପାଇଁ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ IWAI Recruitment 2022 Notification PDFରେ କ୍ଲିକ୍ କରି ଦେଖିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୧୪ଟି ପଦବୀ ପୂରଣ ହେବ।
ଗୁରୁତ୍ୱପୂର୍ଣ୍ଣ ତାରିଖ:
- ଆବେଦନ କରିବାର ଆରମ୍ଭ ତାରିଖ - ନଭେମ୍ବର ୧୮
- ଆବେଦନ କରିବାର ଶେଷ ତାରିଖ – ଡିସେମ୍ବର ୧୭
ଖାଲି ପଦବୀ:
- ମୋଟ ପୋଷ୍ଟ ସଂଖ୍ୟା - ୧୪
ଯୋଗ୍ୟତା :
- ବିଜ୍ଞପ୍ତି ଅନୁସାରେ ପ୍ରାର୍ଥୀମାନଙ୍କର ସମ୍ପୃକ୍ତ ଯୋଗ୍ୟତା ରହିବା ଉଚିତ।
ଆବେଦନ ଶୁଳ୍କ:
- ସାଧାରଣ ବର୍ଗ / ଓବିସି ପାଇଁ ଆବେଦନ ଶୁଳ୍କ: ୫୦୦ ଟଙ୍କା
- SC / ST / PWD / EWS ପାଇଁ ଆବେଦନ ଶୁଳ୍କ: ୨୫୦ ଟଙ୍କା
ବୟସ ସୀମା:
- ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ – ୨୭
- ପ୍ରାର୍ଥୀଙ୍କ ସର୍ବୋଚ୍ଚ ବୟସ – ୪୦
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1667994019.jpg)