Advertisment

NALCOରେ ମ୍ୟାନେଜର ପଦବୀ ଖାଲି; ଦରମା ୨,୬୦,୦୦୦

NALCO ଆସିଷ୍ଟାଣ୍ଟ ଜେନେରାଲ୍ ମ୍ୟାନେଜର, ଡେପୁଟି ମ୍ୟାନେଜର ପଦବୀ ପୂରଣ ପାଇଁ ବିଜ୍ଞପ୍ତି ଜାରି କରିଛି। ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହି ଖବର ଦେଖି ତୁରନ୍ତ ଆବେଦନ କରନ୍ତୁ।

ଅଦ୍ୟତନ ହୋଇଛି
NALCO Recruitment 2022

Golden chance to become manager without exam in Nalco

Advertisment

ନ୍ୟାସ୍‌ନାଲ୍‌ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (NALCO) ଆସିଷ୍ଟାଣ୍ଟ ଜେନେରାଲ୍ ମ୍ୟାନେଜର, ଡେପୁଟି ମ୍ୟାନେଜର ପଦବୀ ପୂରଣ ପାଇଁ ବିଜ୍ଞପ୍ତି ଜାରି କରିଛି। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାଁନ୍ତି ସେମାନେ NALCOର ଅଫିସିଆଲ୍ ୱେବସାଇଟ୍, nalcoindia.com କୁ ଯାଇ ଆବେଦନ କରିପାରିବେ। ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

Advertisment

ଅଧିକ ପଢ଼ନ୍ତୁ:୨୫ ଟଙ୍କାରେ UPSC ଚାକିରି; ତୁରନ୍ତୁ କରନ୍ତୁ ଆବେଦନ

ଏହା ବ୍ୟତୀତ ପ୍ରାର୍ଥୀମାନେ ଏହି ଲିଙ୍କ୍ https://nalcoindia.com/ ରେ କ୍ଲିକ୍ କରି ସିଧାସଳଖ ଏହି ପୋଷ୍ଟଗୁଡିକ ପାଇଁ ଆବେଦନ କରିପାରିବେ। ଆହୁରି ମଧ୍ୟ ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହୁଁଛନ୍ତି ସେମାନେ ଏହି ଲିଙ୍କ୍ NALCO Recruitment 2022 Notification PDF ମାଧ୍ୟମରେ ଦେଖିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟା ଅଧୀନରେ ସମୁଦାୟ ୩୯ ଟି ପଦବୀ ପୂରଣ ହେବ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍‌ରେ ଆବେଦନ କରିବାର ଆରମ୍ଭ ତାରିଖ - ୧୧ ନଭେମ୍ବର
  • ଅନ୍‌ଲାଇନ୍ ଆବେଦନ କରିବାର ଶେଷ ତାରିଖ - ୧୦ ଡିସେମ୍ବର
Advertisment

ଖାଲି ପଦବୀ:

ମୋଟ ପୋଷ୍ଟ ସଂଖ୍ୟା – ୩୯

  • ଆସିଷ୍ଟାଣ୍ଟ ଜେନେରାଲ୍ ମ୍ୟାନେଜର(Geology) – ୧
  • ଆସିଷ୍ଟାଣ୍ଟ ଜେନେରାଲ୍ ମ୍ୟାନେଜର(Safety) - ୧
  • ଆସିଷ୍ଟାଣ୍ଟ ଜେନେରାଲ୍ ମ୍ୟାନେଜର(E&I) - ୧
  • ଆସିଷ୍ଟାଣ୍ଟ ଜେନେରାଲ୍ ମ୍ୟାନେଜର(Despatch) - ୧
  • ଆସିଷ୍ଟାଣ୍ଟ ଜେନେରାଲ୍ ମ୍ୟାନେଜର(MechanicalMaintenance) - ୧
  • ଆସିଷ୍ଟାଣ୍ଟ ଜେନେରାଲ୍ ମ୍ୟାନେଜର(Environment) - ୧
  • ଡେପୁଟି ମ୍ୟାନେଜର(HRD) - ୧୩
  • ଡେପୁଟି ମ୍ୟାନେଜର((Refractory)) - ୩
  • ଡେପୁଟି ମ୍ୟାନେଜର(Finance) - ୪
  • ଡେପୁଟି ମ୍ୟାନେଜର(Safety) - ୩
  • ଡେପୁଟି ମ୍ୟାନେଜର(Systems) - ୧
  • ଡେପୁଟି ମ୍ୟାନେଜର(Geology) – ୧
  • ଡେପୁଟି ମ୍ୟାନେଜର(Survey) – ୧
  • ଡେପୁଟି ମ୍ୟାନେଜର(Materials) – ୬
  • ଡେପୁଟି ମ୍ୟାନେଜର(Horticulture) – ୪
  • ଡେପୁଟି ମ୍ୟାନେଜର(Geology) – ୧
  • ଡେପୁଟି ମ୍ୟାନେଜର(Geology) – ୧

ଯୋଗ୍ୟତା:

  • ସରକାରୀ ବିଜ୍ଞପ୍ତିରେ ଦିଆଯାଇଥିବା ସମ୍ପୃକ୍ତ ଯୋଗ୍ୟତା ଆବଶ୍ୟକ
  • ଆସିଷ୍ଟାଣ୍ଟ ଜେନେରାଲ୍ ମ୍ୟାନେଜର ପାଇଁ ପ୍ରାର୍ଥୀମାନଙ୍କର ସର୍ବନିମ୍ନ ଅଭିଜ୍ଞତା ୧୪ ବର୍ଷ
  • ଡେପୁଟି ମ୍ୟାନେଜରଙ୍କ ପାଇଁ ସର୍ବନିମ୍ନ ଅଭିଜ୍ଞତା ୫ ବର୍ଷ
Advertisment

ବୟସ:

  • ସର୍ବନିମ୍ନ ବୟସ ସୀମା: ୩୫ ବର୍ଷ
  • ସର୍ବାଧିକ ବୟସ ସୀମା: ୪୫ ବର୍ଷ

ଆବେଦନ ଶୁଳ୍କ:

  • ପ୍ରାର୍ଥୀଙ୍କ ଠାରୁ କୌଣସି ପ୍ରକାରର ଆବେଦନ ଶୁଳ୍କ ଆଦାୟ କରାଯିବ ନାହିଁ

ଦରମା:

  • ଡେପୁଟି ମ୍ୟାନେଜର (E02): ୭୦,୦୦୦ - ୨,୦୦,୦୦୦ ଟଙ୍କା
  • ଆସିଷ୍ଟାଣ୍ଟ ଜେନେରାଲ୍ ମ୍ୟାନେଜର (E05): ୧,୦୦,୦୦୦ - ୨,୬୦,୦୦୦ ଟଙ୍କା

କିପରି କରିବେ ଆବେଦନ:

  • ସର୍ବପ୍ରଥମେ NALCOର ଅଫିସିଆଲ୍ ୱେବସାଇଟ୍, nalcoindia.com କୁ ଯାଆନ୍ତୁ
  • ହୋମ୍‌ପେଜ୍‌ରେ ଥିବା “ମେନୁ ଆଇକନ୍(Menu Icon)” ଉପରେ କ୍ଲିକ୍ କରନ୍ତୁ
  • ଏଠାରେ ଦିଆଯାଇଥିବା ଅପ୍ସନ୍ସରୁ “କ୍ୟାରିଅର୍(Career)” ଚୟନ କରନ୍ତୁ
  • ଏହା ପରେ କ୍ୟାରିଅର୍ ପୃଷ୍ଠାରେ କରେଣ୍ଟ୍ ଓପେନିଙ୍ଗ୍‌ ଚୟନ କରନ୍ତୁ
  • ଏହି ପୃଷ୍ଠାରେ ଚାକିରି ବିଜ୍ଞପ୍ତି ଖୋଜନ୍ତୁ ଏବଂ ଚୟନ କରନ୍ତୁ
  • କ୍ୟାରିୟର ପେଜ୍‌ରେ " Apply Now " ଉପରେ କ୍ଲିକ୍ କରନ୍ତୁ
  • ପୋର୍ଟାଲରେ ଆପଣଙ୍କର ଆକାଉଣ୍ଟକୁ ଲଗ୍ଇନ୍ କରନ୍ତୁ
  • ଆବଶ୍ୟକ ବିବରଣୀ ଏଣ୍ଟ୍ରି କରନ୍ତୁ ଏବଂ ଅନଲାଇନ୍ ଆବେଦନ ପୂରଣ କରନ୍ତୁ
  • ଯାଞ୍ଚ୍‌ କରି ଅନ୍‌ଲାଇନ୍ ଆବେଦନ ଦାଖଲ(Submit) କରନ୍ତୁ
Govt Jobs NALCO Recruitment 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ