Advertisment

ଭାରତୀୟ ନାରୀର ଆଉ ଏକ ରୂପ; ଅଗ୍ନିବୀରରେ ମହିଳା

ଅଗ୍ନିପଥ ଯୋଜନା ଘୋଷଣା ହେବା ପରେ ତିନି ସେନା ମଧ୍ୟରୁ ପ୍ରଥମେ ଆଗକୁ ବଢ଼ି ନୌସେନା ଅଗ୍ନିବୀରଙ୍କ ନିଯୁକ୍ତିର ପ୍ରକ୍ରିୟା ଆରମ୍ଭ କରିଥିଲା.... ଆଉ ଏକମାତ୍ର ଆର୍ମଡ ଫୋର୍ସ ଭାବେ କେବଳ ନୌସେନା ହିଁ ମହିଳାମାନଙ୍କୁ ଅଗ୍ନିବୀର ଭାବେ ତାଲିମ୍ ଦେବା ଶେଷ କରିଛି INS ଚିଲିକାରେ ।

undefined

Agniveer

Advertisment

ଜନନୀ, ଭଗିନୀ, ଜାୟାରୁ ସିଧା ଅଗ୍ନିବୀର । ଭାରତୀୟ ନାରୀର ଏ ଆଉ ଏକ ରୂପ । ପୁରାଣ ଓ ଇତିହାସ ପୃଷ୍ଠାର ବୀରାଙ୍ଗନାଠୁ ଆଉ ପାଦେ ଆଗେଇ ଯାଇ ଶତ୍ରୁ ସଂହାରରେ ସାମିଲ ହୋଇଛି ଆଧୁନିକ ଭାରତୀୟ ନାରୀ । INS ଚିଲିକାରେ ସରିଛି ମହିଳା ଅଗ୍ନିବୀରଙ୍କ ଟ୍ରେନିଂ। ନୌସେନାରେ ଯୋଗଦେଇ ଦେଶ ମାତୃକାର ସେବା କରିବାର, ବଳିଦାନ ଦେବାର ସୁଯୋଗ ପାଇଥିବାରୁ ଏମାନେ ବହୁତ ଖୁସି । ଆସନ୍ତା ୨୮ରେ ପ୍ରଥମ ଅଗ୍ନିବୀର ବ୍ୟାଚ୍ ଆନୁଷ୍ଠାନିକ ଭାବେ ନୌସେନାରେ ସାମିଲ ହେବ ।

Advertisment

ଆମେ କାହାଠୁ କମ୍ ନାହୁଁ... କାହାଠୁ ପଛରେ ନୁହେଁ.... ଆଜିର ନାରୀ ଅବଳା ନୁହେଁ, ଦୁର୍ବଳା ନୁହେଁ... ଆଉ କଥା ଯେବେ ଦେଶମାତୃକାର ସୁରକ୍ଷା ପାଇଁ ଉଠେ, ଆଜିର ନାରୀ ବି ସାଜିଛି ଅଗ୍ନିବୀର ।

INS ଚିଲିକାରେ ପ୍ରଥମ ବ୍ୟାଚ୍ ଅଗ୍ନିବୀରଙ୍କ ପ୍ରଶିକ୍ଷଣ ସରିଲାଣି... ଆଉ ଏ ବ୍ୟାଚରେ ଦେଶ ସୁରକ୍ଷା ପାଇଁ ସଂକଳ୍ପ ନେଇଛନ୍ତି ୨୭୩ ଜଣ ମହିଳା ଅଗ୍ନିବୀର.... ପୁରୁଷଙ୍କ ଭଳି ଅବିଶ୍ରାନ୍ତ ପରିଶ୍ରମ, ଅଦମ୍ୟ ଦମ୍ଭ ଓ ମାତୃଭୂମିର ସେବା ପାଇଁ ଦୃଢ଼ ସଂକଳ୍ପକୁ ଆଧାର କରି ଦେଶର କୋଣକୋଣରୁ ବାଳିକାମାନେ ଯୋଗ ଦେଇଛନ୍ତି ଭାରତୀୟ ନୌସେନାର ଅଗ୍ନିବୀର ପ୍ରଶିକ୍ଷଣରେ ଯେବେ ଆସିଥିଲେ, ସେବେ କେବଳ ସ୍ୱପ୍ନ ଥିଲା ଦେଶ ସେବା କରିବାର, ଆଜି ସେମାନେ କହୁଛନ୍ତି, ଗର୍ବ ଲାଗୁଛି, ଦେଶ ପାଇଁ ବଳିଦାନ ଦେବାରେ ଆମେ କେବେ ବି ପଛରେ ରହିବୁନି

Advertisment

ପରିବର୍ତ୍ତନ.... ଏ ଶବ୍ଦ ନୌସେନା ପାଇଁ ଖୁବ୍ ମହତ୍ତ୍ୱ ରଖେ...ଆଉ କଥା ନୁହେଁ, ଏହାକୁ କାର୍ଯ୍ୟରେ ବି ପ୍ରତିପାଦିତ କରିପାରିଛି ଭାରତୀୟ ନୌସେନା... ଅଗ୍ନିପଥ ଯୋଜନା ଘୋଷଣା ହେବା ପରେ ତିନି ସେନା ମଧ୍ୟରୁ ପ୍ରଥମେ ଆଗକୁ ବଢ଼ି ନୌସେନା ଅଗ୍ନିବୀରଙ୍କ ନିଯୁକ୍ତିର ପ୍ରକ୍ରିୟା ଆରମ୍ଭ କରିଥିଲା.... ଆଉ ଏକମାତ୍ର ଆର୍ମଡ ଫୋର୍ସ ଭାବେ କେବଳ ନୌସେନା ହିଁ ମହିଳାମାନଙ୍କୁ ଅଗ୍ନିବୀର ଭାବେ ତାଲିମ୍ ଦେବା ଶେଷ କରିଛି INS ଚିଲିକାରେ ।

ସେ ନାରୀ, କେବେ ଭଗିନୀ, କେବେ ଜନନୀ, କେବେ ଜାୟା... କିନ୍ତୁ ଆଜିର ନାରୀ କେବଳ ମମତାମୟୀ ନୁହେଁ, ସେ ଶକ୍ତିରୂପିଣୀ, ଆଉ ଅଗ୍ନିବୀର ବି ।

Advertisment

ଚିଲିକାରୁ ଭିଡିଓ ଜର୍ଣ୍ଣାଲିଷ୍ଟ ଅବଦୁଲ୍ ଅଜିଜ୍ ଓ ସମରେନ୍ଦ୍ର ସାମନ୍ତରାୟଙ୍କ ସହ ବଳରାମ ଲେଙ୍କା ଓ ସୁନନ୍ଦନ ମିଶ୍ରଙ୍କ ରିପୋର୍ଟ, ଓଟିଭି

Indian Navy Agniveer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ