Advertisment

DRDO Recruitment: ଇଞ୍ଜିନିୟରିଂ କରିଥିଲେ ସୁବର୍ଣ୍ଣ ସୁଯୋଗ; DRDOରେ ମିଳିବ ନିଯୁକ୍ତି

DRDOରେ ଶିକ୍ଷାଦାନ କରିବାର ଏକ ସୁଯୋଗ। ସଂଗଠନ ଅଧୀନରେ କାମ କରୁଥିବା ସେଣ୍ଟର ଫର୍ ହାଇ ଏନର୍ଜୀ ଆଣ୍ଡ ସାଇନ୍ସ (CHESS) ହାଇଦ୍ରାବାଦରେ ଏହି ନିଯୁକ୍ତି ବାହାରିଛି। ଏନେଇ DRDO ଏକ ବିଜ୍ଞପ୍ତି ପ୍ରକାଶ କରିଛି।

ଅଦ୍ୟତନ ହୋଇଛି
DRDO CHESS Recruitment 2024

DRDO Recruitment Apply For 25 Posts

Advertisment

ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ରେ ଶିକ୍ଷାଦାନ କରିବାର ଏକ ସୁଯୋଗ। ସଂଗଠନ ଅଧୀନରେ କାମ କରୁଥିବା ସେଣ୍ଟର ଫର୍ ହାଇ ଏନର୍ଜୀ ଆଣ୍ଡ ସାଇନ୍ସ (CHESS) ହାଇଦ୍ରାବାଦରେ ଏହି ନିଯୁକ୍ତି ବାହାରିଛି। ଏନେଇ DRDO ଏକ ବିଜ୍ଞପ୍ତି ପ୍ରକାଶ କରିଛି।

Advertisment

ଏହି ନିଯୁକ୍ତି ନିୟମିତ ନୁହେଁ। ଏହା ଏକ ବର୍ଷିଆ ନୁଯୁକ୍ତି। ଏହି ନିଯୁକ୍ତି ମାଧ୍ୟରେ ମାଧ୍ୟମରେ ଗ୍ରାଜୁଏଟ୍ ଆପ୍ରେଣ୍ଟିସିପ୍ ଓ ଟେକ୍ନିକାଲ୍ ଆପ୍ରେଣ୍ଟିସିପ୍ ପଦବୀ ପୂରଣ ହେବ। ଆପଣ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ଏନେଇ ଉଭୟ ମହିଳା ଓ ପୁରୁଷ ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୨୫ଟି ପଦବୀ ପୂରଣ ହେବ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ DRDOର ଅଫିସିଆଲ୍ ୱେବ୍‌ସାଇଟ୍‌ https://drdo.gov.in/drdo/ କୁ ଯାଇ ଯାଞ୍ଚ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ DRDO Recruitment Apply For 25 Posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

Advertisment

ଅଧିକ ପଢ଼ନ୍ତୁ: Railway Recruitment 2024: ରେଳବାଇରେ ମ୍ୟାନେଜର୍ ହେବାର ସୁଯୋଗ

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଶେଷ – ବିଜ୍ଞାପନ ପ୍ରକାଶର ୨୧ ଦିନ ମଧ୍ୟରେ

ଖାଲି ପଦବୀ:

  • ଗ୍ରାଜୁଏଟ୍ ଆପ୍ରେଣ୍ଟିସିପ୍ – ୧୦ଟି ପୋଷ୍ଟ
  • ଟେକ୍ନିକାଲ୍ ଆପ୍ରେଣ୍ଟିସିପ୍ – ୧୫ଟି ପୋଷ୍ଟ

ଶିକ୍ଷାଗତ ଯୋଗ୍ୟତା:

  • ଗ୍ରାଜୁଏଟ୍ ଆପ୍ରେଣ୍ଟିସିପ୍ – ଇଞ୍ଜିନିୟରିଂର ପ୍ରାସଙ୍ଗିକ ବ୍ରାଞ୍ଚ୍‌ରେ BE / B.Tech
  • ଟେକ୍ନିସିଆନ୍ ଆପ୍ରେଣ୍ଟିସିପ୍ – ଇଞ୍ଜିନିୟରିଂର ପ୍ରାସଙ୍ଗିକ ବ୍ରାଞ୍ଚ୍‌ରେ ଡିପ୍ଲୋମା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
Advertisment

ଦରମା:

  • ଗ୍ରାଜୁଏଟ୍ ଆପ୍ରେଣ୍ଟିସିପ୍ – ୯୦୦୦ ଟଙ୍କା
  • ଟେକ୍ନିସିଆନ୍ ଆପ୍ରେଣ୍ଟିସିପ୍ – ୮୦୦୦ଟଙ୍କା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଅଧିକ ପଢ଼ନ୍ତୁ: NHPC Recruitment 2024: NHPCରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ

ଚୟନ ପ୍ରକ୍ରିୟା:

  • ସାକ୍ଷାତକାରରେ ମିଳିଥିବା ମାର୍କ (ପ୍ରତିଶତ) ଆଧାରରେ ପ୍ରାର୍ଥୀ ଚୟନ
  • ସାକ୍ଷାତକାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ହେବ

କିପରି କରିବେ ଆବେଦନ:

  • NATS 2.0 ପୋର୍ଟାଲ https://nats.education.gov.in କୁ ଯାଇ ରେଜିଷ୍ଟ୍ରେସନ କରନ୍ତୁ
  • DRDO ୱେବସାଇଟ୍ https://drdo.gov.in/drdo/ କୁ ଯାଆନ୍ତୁ ଏବଂ ଫର୍ମ ଡାଉନଲୋଡ୍ କରନ୍ତୁ
  • ଏହା ପରେ, ଏହାକୁ ପୂରଣ କରନ୍ତୁ ଏବଂ ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ସହିତ hrd.chess@gov.in କୁ ମେଲ୍ କରନ୍ତୁ
DRDO Govt Jobs DRDO Recruitment DRDO Jobs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ