DRDO ଆପ୍ରେଣ୍ଟିସ୍ ନିଯୁକ୍ତି ୨୦୨୧: ଖାଲି ପଡିଛି ପଦବୀ, ତୁରନ୍ତୁ କରନ୍ତୁ ଆବେଦନ

ବେକାର ଯୁବକ ଓ ଯୁବତୀଙ୍କ ପାଇଁ ଖୁସି ଖବର । (DRDO) ବା ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । DRDO ଆପ୍ରେଣ୍ଟିସ୍ ପଦବୀ ପାଇଁ ଆବେଦନ କରିବାକୁ ପ୍ରାର୍ଥୀଙ୍କୁ ଆମନ୍ତ୍ରଣ କରିଛି । ଆବେଦନ ପ୍ରକ୍ରିୟା ନଭେମ୍ବର ୧ରୁ ଆରମ୍ଭ ହେଉଥିବା ବେଳେ ଆବେଦନ କରିବାର ଶେଷ ତାରିଖ ୧୫ ନଭେମ୍ବର ୨୦୨୧ ରହିଛି ।

DRDO Apprentice Recruitment 2021

News Summary

DRDOରେ ଖାଲି ପଡିଛି ପଦବୀ

ନଭେମ୍ବର ୧୫ ସୁଦ୍ଧା କରନ୍ତୁ ଆବେଦନ

DRDO Apprentice Recruitment 2021:ନୂଆଦିଲ୍ଲୀ: ବେକାର ଯୁବକ ଓ ଯୁବତୀଙ୍କ ପାଇଁ ଖୁସି ଖବର । (DRDO) ବା ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ(DRDO) ଆପ୍ରେଣ୍ଟିସ୍ ପଦବୀ ପାଇଁ ଆବେଦନ କରିବାକୁ ପ୍ରାର୍ଥୀଙ୍କୁ ଆମନ୍ତ୍ରଣ କରିଛି । ଯୋଗ୍ୟ ଓ ଇଛୁକ ପ୍ରାର୍ଥୀମାନେ drdo.gov.in ରେ DRDOର ଅଫିସିଆଲ୍ ସାଇଟ୍ ମାଧ୍ୟମରେ ଏହି ପଦବୀ ପାଇଁ ଆବେଦନ କରିପାରିବେ । ଆବେଦନ ପ୍ରକ୍ରିୟା ନଭେମ୍ବର ୧ରୁ ଆରମ୍ଭ ହେଉଥିବା ବେଳେ ଆବେଦନ କରିବାର ଶେଷ ତାରିଖ ୧୫ ନଭେମ୍ବର ୨୦୨୧ ରହିଛି ।

କିପରି କରିବେ ଆବେଦନ

ଆଗ୍ରହୀ ଓ ଇଛୁକ ପ୍ରାର୍ଥୀମାନେ ବୟସ, ଯୋଗ୍ୟତା ଏବଂ ଜାତିର ପ୍ରଯୁଜ୍ୟ ପ୍ରମାଣପତ୍ର ଏବଂ ପ୍ରଶଂସା ପତ୍ରର କପି ଅପଲୋଡ୍ କରି ୱେବସାଇଟ୍ ମାଧ୍ୟମରେ ଅନଲାଇନ୍ ଆବେଦନ କରିପାରିବେ ।

ସମୁଦାୟ ୧୧୦ଟି ପଦବୀ ପାଇଁ ଉଛୁକ ପାର୍ଥୀ ମାନେ ଆବେଦନ କରିପାରିବେ । ଗ୍ରାଜୁଏଟ ଆପରଣ୍ଟିସ ପାଇଁ ୫୦ଟି,ଟେକ୍ନିସିଆନ୍ ପଦବୀ ପାଇଁ ୩୦ଟି,ଟ୍ରେଡ ଆପରଣ୍ଟିସ ପଦବୀ ପାଇଁ୩୦ଟି ପଦବୀ ଖାଲି ରହିଛି । ଆବେଦନ କରିଥିବା ପ୍ରାର୍ଥୀଙ୍କ ପାଇଁ ଡିପ୍ଲୋମା, ଆଇଟିଆଇ, ବିକମ୍,ବି-ଟେକ୍ ଆଦି ଶିକ୍ଷାଗତ ଯୋଗ୍ୟତା ଥିବା ଦରକାର । ଏହାଛଡ଼ା ବିଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ବୟସ ସୀମା ନିର୍ଦ୍ଧାରଣ କରାଯାଇଛି।

ଆବେଦନ ପାଇଁ ପ୍ରକ୍ରିୟା:

ଏହି ପଦବୀ ପାଇଁ ଯେଉଁ ପ୍ରାର୍ଥୀମାନଙ୍କୁ ଚୟନ କରାଯିବ, ପ୍ରଥମେ ସେ ବର୍ଷେ ପାଇଁ ଚୁକ୍ତିଭିତ୍ତିକ ଭାବେ ଚାନ୍ଦିପୁର (ଓଡିଶା)ରେ ନିଯୁକ୍ତି ପାଇବେ । ପ୍ରାର୍ଥୀଙ୍କ ଚୟନ ଆବଶ୍ୟକତା ଯୋଗ୍ୟତା ସ୍ତରରେ କରାଯିବ । ଏହାପରେ ସର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀଙ୍କୁ ଭିଡିଓ କନଫରେନ୍ସି ଜରିଆରେ ପର୍ସନାଲ ଇଣ୍ଟରଭ୍ୟୁ ମାଧ୍ୟମରେ ନିଯୁକ୍ତି କରାଯିବ ।