Advertisment

ଆପଣ ବାରମ୍ବାର ଚାକିରି ପରିବର୍ତ୍ତନ କରୁଛନ୍ତି କି; ହେଇପାରେ କ୍ୟାରିଅର୍ ନଷ୍ଟ

ଅନେକ ନିଜ କ୍ୟାରିଅରରେ ଆଗକୁ ବଢିବା ପାଇଁ ବାରମ୍ବାର ଚାକିରି ପରିବର୍ତ୍ତନ କରନ୍ତି। ସେମାନେ ଭାବନ୍ତି ଏହା କରିବା ଦ୍ୱାରା ଭଲ ଦରମା ହୋଇଥାଏ। କିନ୍ତୁ ଏହା କ୍ୟାରିଅରକୁ କ୍ଷତି ପହଞ୍ଚାଇ ପାରେ।

author-image
Pramod Behera
ଅଦ୍ୟତନ ହୋଇଛି
Disadvantages of changing jobs too soon

Disadvantages of changing jobs too soon

ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ କ୍ୟାରିଅରରେ ଆଗକୁ ବଢିବା ପାଇଁ ବାରମ୍ବାର ଚାକିରି ପରିବର୍ତ୍ତନ କରନ୍ତି। ସେମାନେ ଭାବନ୍ତି ଯେ ଏମିତି କରିବା ଦ୍ୱାରା ସେମାନେ ନିଜ କ୍ୟାରିୟରରେ ବହୁତ ଲାଭ ପାଇବେ। ଆହୁରି ମଧ୍ୟ, ସେମାନଙ୍କର ଦରମା ଭଲ ବଢିବ। ଏହା ବ୍ୟତୀତ ସେମାନେ ଏକ ଭଲ ପଦବୀ ମଧ୍ୟ ପାଇପାରିବେ ବୋଲି ଚିନ୍ତା କରନ୍ତି। କିନ୍ତୁ ଏହା ଆଦୌ ସେପରି ନୁହେଁ। ଶୀଘ୍ର ଚାକିରି ବଦଳାଇବା କେବଳ ଜଣଙ୍କର କ୍ୟାରିଅରକୁ ଖରାପ ହିଁ କରିଥାଏ।

Advertisment

କ୍ୟାରିୟରର ଆରମ୍ଭରୁ ଲୋକମାନେ ଶୀଘ୍ର ସର୍ବୋତ୍ତମ ପଦ ପାଇବାକୁ ଇଛା କରନ୍ତି। କିନ୍ତୁ ଯେପର୍ଯ୍ୟନ୍ତ କାମକୁ ଧୈର୍ଯ୍ୟ, କଠିନ ପରିଶ୍ରମ ଏବଂ ନିଷ୍ଠା ସହିତ କରାଯାଇ ନଥାଏ, କ୍ୟାରିୟରରେ କୌଣସି ଅଭିବୃଦ୍ଧି ହୋଇ ନଥାଏ। ଏହାକୁ ଦୃଷ୍ଟିରେ ନଥିଲେ ଅନେକ ନିଜ କ୍ୟାରିୟରରେ ଦ୍ରୁତ ଅଭିବୃଦ୍ଧି ପାଇଁ ଶୀଘ୍ର ଚାକିରି ବଦଳାନ୍ତି। କିନ୍ତୁ ଏହା କେବଳ କ୍ଷଣିକ ପାଇଁ ନିଜ କ୍ୟାରିୟର କୁଶଳ କରିଥାଏ କିନ୍ତୁ ଦୀର୍ଘକାଳୀନ କ୍ୟାରିୟର ପାଇଁ ଏହା ଅତ୍ୟନ୍ତ କ୍ଷତିକାରକ ହୋଇପାରେ।

କମ୍ପାନୀର ଯାଞ୍ଚ୍:

ନିଯୁକ୍ତି ସମୟରେ, ପ୍ରତ୍ୟେକ କମ୍ପାନୀ ବିଚାର କରନ୍ତି ଯେ ଏହି ବ୍ୟକ୍ତି କାହିଁକି ବାରମ୍ବାର ଚାକିରି ବଦଳଉଛନ୍ତି। ସେମାନେ ବିଶ୍ୱାସ କରନ୍ତି ଯେ ବୋଧହୁଏ ବ୍ୟକ୍ତି ଜଣଙ୍କ କାମକୁ ଠକୁଛନ୍ତି ନଚେତ କୌଣସି କମ୍ପାନୀ ପାଇଁ ସେ ଗମ୍ଭୀର ନୁହଁନ୍ତି। ଏଭଳି ପରିସ୍ଥିତିରେ ହୁଏତ ଅନେକ କମ୍ପାନୀ ଚାକିରି ଦେବାକୁ ମନା କରିଦିଅନ୍ତି।

Advertisment

ସୃଷ୍ଟିହୁଏ ନକାରାତ୍ମକ ପ୍ରତିଛବି:

ପ୍ରାର୍ଥୀମାନେ କାମକୁ ଏଡ଼ାଇବା ପାଇଁ ବେଳେବେଳେ ଚାକିରି ବଦଳାଇଥାନ୍ତି। ଏପରି ପରିସ୍ଥିତିରେ, ସବୁ କୌଣସି ଜାଣିବାକୁ ଚେଷ୍ଟା କରନ୍ତି ଯେ ପ୍ରାର୍ଥୀଙ୍କ ଶେଷ ଚାକିରି ଛାଡିବାର କାରଣ କ’ଣ ହୋଇପାରେ? ଏଭଳି ପରିସ୍ଥିତିରେ ପ୍ରାର୍ଥୀଙ୍କ କ୍ୟାରିୟର ପାଇଁ ଏହା ଅତ୍ୟନ୍ତ କ୍ଷତିକାରକ ହୋଇପାରେ ଏବଂ କମ୍ପାନୀରେ ଏକ ନକାରାତ୍ମକ ପ୍ରତିଛବି ସୃଷ୍ଟି ହୋଇପାରେ।

Jobs Career Tips
Advertisment
Advertisment