Advertisment

ଓଡ଼ିଆରେ ଆସିବନି ଓଏଏସ୍ ପରୀକ୍ଷାର ପ୍ରଶ୍ନ

୧୯୮୦ ମସିହାରୁ ସବୁ ରାଜ୍ୟରେ ଆଞ୍ଚଳିକ ଭାଷାରେ ରାଜ୍ୟ ପ୍ରଶାସନିକ ସେବା ପରୀକ୍ଷା ଅନୁଷ୍ଠିତ ହେଉଛି।

undefined

Despite cabinet decision of OCS exam in Odia language

Advertisment

ଓଡ଼ିଆରେ ଆସିବନି ଓଏଏସ୍ ପରୀକ୍ଷାର ପ୍ରଶ୍ନ। ଆଶାୟୀ, ପୂର୍ବପରି ଇଂରାଜୀ ପ୍ରଶ୍ନ ପଢି ଓଡିଆରେ ଉତ୍ତର ଲେଖିପାରିବେ। ଗତ ଡିସେମ୍ବର ୩୦ରେ ୬୮୩ ପର୍ଦ୍ଦ ଲାଗି ପ୍ରକାଶିତ ଓଡ଼ିଶା ଲୋକସେବା ଆୟୋଗ, ଓପିଏସସି ବିଜ୍ଞପ୍ତିରେ ଏହା ଉଲ୍ଲେଖ ରହିଛି ଯାହାକୁ ନେଇ ଓଡ଼ିଆ ଭାଷାପ୍ରେମୀ ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରିଛନ୍ତି। ରାଜ୍ୟ କ୍ୟାବିନେଟ୍‌ର ନିଷ୍ପତ୍ତି କିନ୍ତୁ କହୁଛି, ବିଭିନ୍ନ ଚୟନ ପ୍ରକ୍ରିୟାର ପରୀକ୍ଷା ଲାଗି ଉଭୟ ଓଡିଆ ଓ ଇଂରାଜୀ ଭାଷାରେ ପ୍ରଶ୍ନପତ୍ର ପ୍ରସ୍ତୁତି କରିବା ବ୍ୟବସ୍ଥା ହୋଇଛି କିନ୍ତୁ ଗେଜେଟ ନୋଟିଫିକେସନ୍‌ରେ କିନ୍ତୁ ଏହି ନିୟମଟି ଆଦୌ ନାହିଁ। ତେବେ କ୍ୟାବିନେଟ୍ ନିଷ୍ପତ୍ତି ପରେ ବି ଗେଜେଟ୍ ନୋଟିଫିକେସନ୍‌ରେ କିପରି ଏହା ସ୍ଥାନିତ ହେଲାନି? ଏଭଳି ସାମ୍ବିଧାନିକ ସଂକଟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଭାଷା ପ୍ରେମୀ। ଏହାଦ୍ୱାରା ଛାତ୍ରଛାତ୍ରୀ ପ୍ରଭାବିତ ହେବେ ବୋଲି ମତ ପ୍ରକାଶ ପାଇଛି।

Advertisment

ସେପଟେ ବହୁବାର ଭାଷାବିତଙ୍କ ଦାବି ଓ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଓଏଏସ୍ ପରୀକ୍ଷାରେ ଓଡିଆରେ ଉତ୍ତର ଲେଖିବା ପାଇଁ ୨୦୧୩ ରୁ ବ୍ୟବସ୍ଥା ହୋଇଛି। ୧୯୮୦ ମସିହାରୁ ସବୁ ରାଜ୍ୟରେ ଆଞ୍ଚଳିକ ଭାଷାରେ ରାଜ୍ୟ ପ୍ରଶାସନିକ ସେବା ପରୀକ୍ଷା ଅନୁଷ୍ଠିତ ହେଉଛି। ତେବେ ଅନ୍ୟ ରାଜ୍ୟ ଭଳି ଓଡିଶାରେ ଓଡିଆ ଭାଷାରେ କାହିଁକି ପ୍ରଶ୍ନ ଆସୁ ନାହିଁ ବୋଲି ପ୍ରଶ୍ନ ଉଠିଛି। ଓଡିଆରେ ପ୍ରଶ୍ନପତ୍ର ଆସିଲେ ଉପାନ୍ତ ତଥା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଛାତ୍ରଛାତ୍ରୀ ବିଶେଷ ଭାବେ ଉପକୃତ ହେବେ। ଜେଇଇ, ନିଟ୍  ଓ ରେଲେଓ୍ୱ ପରୀକ୍ଷାରେ ଓଡିଆରେ ପ୍ରଶ୍ନପତ୍ର ଆସୁଛି। ତେବେ କ୍ୟାବିନେଟ୍ ନିଷ୍ପତ୍ତି ସତ୍ତ୍ୱେ ଓଡିଆ ଭାଷାରେ ପ୍ରଶ୍ନ ନଆସିବା ଆଶାୟୀଙ୍କୁ ନିରାଶ କରିଛି।

ଓଡ଼ିଆ ଭାଷାରେ ଉତ୍ତର ଦେଇପାରିବେ। ତେବେ ଓଡ଼ିଆ ଭାଷାରେ ପ୍ରଶ୍ନପତ୍ର କାହିଁକି ଆସିବନି? ଏପ୍ରଶ୍ନକୁ ନେଇ ଭାଷାବିତମାନେ କଡା ସମାଲୋଚନା କରିଥିବାବେଳେ ଓପିଏସ୍‌ସି ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Advertisment

(ଭୁବନେଶ୍ୱରରୁ ଜଗଦୀଶ ଦାସଙ୍କ ରିପୋର୍ଟ)

Student OCS
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ