Advertisment

New Post Created: ପୁଣି ସୃଷ୍ଟି ହେଲା ନୂଆ ପଦବୀ, ସୁଧୁରିବ ଟ୍ରାଫିକ୍ ସମସ୍ୟା

New Post Created: ସରକାର ପୁଣି ଘୋଷଣା କରିଛନ୍ତି ନୂଆ ପଦବୀ । ଟ୍ରାଫିକ ଦାୟିତ୍ୱରେ ରହିବେ ଜଣେ ଆଡିସନାଲ୍ ଡିଜିପି । ତାଙ୍କ ଅଧିନରେ ରହିବେ ଜଣେ ଡିଆଇଜି ଓ ଦୁଇଜଣ ଏସପି । ସୃଷ୍ଟି ହେଲା ୨ ହଜାର ନୂତନ ପଦବୀ ।

ଅଦ୍ୟତନ ହୋଇଛି
traffic

traffic

Advertisment

୨ ହଜାର ନୂତନ ପଦବୀ ସୃଷ୍ଟି ହୋଇଛି ।  ଟ୍ରାଫିକ୍ ଓ ସଡକ ସୁରକ୍ଷା ବ୍ୟବସ୍ଥା ସୁୁଦୃଢ଼ କରିବାକୁ ସରକାର ନେଉଛନ୍ତି ପଦକ୍ଷେପ । ରାଜ୍ୟରେ ଟ୍ରାଫିକ୍ ଏବଂ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ଶୃଙ୍ଖଳିତ ଓ ସୃଦୃଢ଼ କରିବା ପାଇଁ ରାଜ୍ୟର ଟ୍ରାଫିକ୍ ଶାଖାରେ ୨ ହଜାର ନୂତନ ପଦବୀ ସୃଷ୍ଟି କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନୂତନ ପଦବୀକୁ ଅନୁମୋଦନ ଦେଇଛନ୍ତି।

Advertisment

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ, ରାଜ୍ୟସ୍ତରୀୟ ଟ୍ରାଫିକ୍ ବ୍ୟବସ୍ଥାରେ ୭୦ ଟି ନୂତନ ପଦବୀ ସୃଷ୍ଟି ହୋଇଥିବା ବେଳେ ଜିଲ୍ଲାସ୍ତରରେ ୧୯୩୦ଟି ପଦବୀ ସୃଷ୍ଟି କରାଯାଇଛି । ସୃଷ୍ଟି ହୋଇଥିବା ରାଜ୍ୟସ୍ତରୀୟ ପଦବୀ ମଧ୍ୟରେ ADGP/IGP ଗୋଟିଏ ପଦବୀ, DIG (ପୋଲିସ) ଗୋଟିଏ ପଦବୀ, SP ୨ଟି ପଦବୀ, DSP ୪ଟି, Inspector ୬ଟି, SI ୮ଟି, ASI ୮ଟି, କନେଷ୍ଟବଲ ୨୨ଟି, ଡ୍ରାଇଭର ୧୦ଟି, ଏଷ୍ଟାବ୍ଲିସମେଣ୍ଟ ଅଫିସର ଗୋଟିଏ, ସେକ୍ସନ ଅଫିସର ଗୋଟିଏ, ଏ.ଏସ୍.ଓ ୩ ଟି ଓ ଜୁନିଅର ଆସିଷ୍ଟାଣ୍ଟ ପାଇଁ ୩ଟି ପଦବୀ ସୃଷ୍ଟି ହୋଇଛି।

ସମୁଦାୟ ୭୦ଟି ପଦବୀ ସୃଷ୍ଟି ହୋଇଛି । ଜିଲ୍ଲାସ୍ତରରେ ଡି.ଏସ୍‍.ପି. ୫ଟି ପଦବୀ, ଇନ୍‍ସପେକ୍ଟର ୪୧ଟି ପଦବୀ, ସବ୍‍- ଇନ୍‍ସପେକ୍ଟର ୮୩ ଟି ପଦବୀ, ଏ.ଏସ୍‍.ଆଇ. ୮୩ଟି ପଦବୀ, ହାବିଲ୍‍ଦାର ୩୧୦ ଓ କନଷ୍ଟେବଲ ପାଇଁ ୧୪୦୮ଟି ପଦବୀ ନୂତନ ଭାବେ ସୃଷ୍ଟି କରାଯାଇଛି। ସମୁଦାୟ ୧୯୩୦ଟି ପଦବୀ ସୃଷ୍ଟି ହୋଇଛି। ଏହାଦ୍ୱାରା ରାଜ୍ୟର ଟ୍ରାଫିକ୍ ବ୍ୟବସ୍ଥା ସୁଦୃଢ଼ ହେବ ଏବଂ ସଡକ ସୁରକ୍ଷା କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ଅନ୍ୟ ରାଜ୍ୟ ମାନଙ୍କ ପାଇଁ ଅନୁକରଣୀୟ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

Advertisment

ଅଧିକ ପଢ଼ନ୍ତୁ : ‘ଲକ୍ଷପତି ଦିଦି’ରେ ଓଡ଼ିଶା ନମ୍ବର ୱାନ୍’

Police Traffic Rules Road Safety Mohan Majhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ