Advertisment

କରନ୍ତୁ ଅଟୋମୋବାଇଲ୍ ଡିଜାଇନିଂରେ କ୍ୟାରିଅର୍; ଦରମା ୧୦ ରୁ ୨୦ ଲକ୍ଷ

ଆପଣଙ୍କର ଗାଡି ପ୍ରତି ଆଗ୍ରହ ଅଛି କି? ଏହା ସହ ଆପଣ ପାଖରେ କିଛି କ୍ରିଏଟିଭ୍ ଆଇଡିଆ ଅଛି କି? ତେବେ ଆପଣ ବି ହୋଇପାରିବେ ଅଟୋମୋବାଇଲ୍ ଡିଜାଇନର୍। ୧୦ ରୁ ୨୦ ଲକ୍ଷ ପର୍ଯ୍ୟନ୍ତ ଦରମା ବି ପାଇପାରିବେ।

author-image
Pramod Behera
ଅଦ୍ୟତନ ହୋଇଛି
Career Tips 2022

Career tips in automobile designing

କ୍ରିଏଟିଭ୍ ଏବଂ ଗାଡି ପ୍ରତି ଆଗ୍ରହୀ ଯୁବକମାନେ ଚାହିଁଲେ ଅଟୋମୋବାଇଲ୍ ଡିଜାଇନ୍ କିମ୍ବା କାର୍ ଡିଜାଇନ୍‌ରେ ଏକ ବଡ଼ କ୍ୟାରିଅର୍ କରିପାରିବେ। ତେବେ ଏହି କ୍ଷେତ୍ରରେ କ୍ୟାରିୟର କରିବାକୁ ହେଲେ ପ୍ରାର୍ଥୀଙ୍କୁ ସୃଜନଶୀଳ ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

Advertisment

ଆଜିର ସମୟରେ, ଯୁବକମାନଙ୍କ ମଧ୍ୟରେ ଏହି କ୍ଷେତ୍ରରେ କ୍ୟାରିୟରର ଚାହିଦା ବହୁତ ଦ୍ରୁତ ଗତିରେ ବଢୁଛି। ଆଜିକାଲି କାର୍‌ର ଡିଜାଇନ୍ ଏବଂ କାର୍‌ର ଫିଚର ବିଷୟରେ ଯୁବକମାନଙ୍କ ମଧ୍ୟରେ ଅନେକ କ୍ରେଜ୍ ରହିଛି। ଆଜିକାଲି ଯେଉଁଭଳି ଭାବରେ ଗାଡିର ଡିଜାଇନ୍‌ କରାଯାଉଛି ଏଥିରୁ ଲାଗୁଛି ଯେ ଅଟୋମୋବାଇଲ୍ ଡିଜାଇନ୍‌ରେ ଉଜ୍ଜ୍ୱଳ ଭବିଷ୍ୟତ ଅଛି।

କିଏ ହୋଇପାରିବେ କାର୍ ଡିଜାଇନର୍:

  • କାର୍ ଡିଜାଇନର୍ ହେବାକୁ ପ୍ରାର୍ଥୀ ଦ୍ୱାଦଶ ଶ୍ରେଣୀ ଗଣିତରେ ଭଲ ମାର୍କ ରଖିଥିବା ଉଚିତ।
  • ପ୍ରାର୍ଥୀ ନିଶ୍ଚିତ ଭାବରେ ଦ୍ୱାଦଶ ପରେ ଟ୍ରାସ୍ପିରେସନ୍ ଡିଜାଇନ୍ କିମ୍ବା ଇଣ୍ଡଷ୍ଟ୍ରିଆଲ୍ ଡିଜାଇନ୍‌ରେ ଗ୍ରାଜୁଏସନ୍ ଡିଗ୍ରୀ କରିଥିବେ।
  • ଭଲ ଦକ୍ଷତା ବିକାଶ ପାଇଁ ପ୍ରାର୍ଥୀମାନେ 3D ଚିତ୍ରାଙ୍କନ କ୍ଲାସ୍‌ ମଧ୍ୟ ନେଇପାରିବେ।
  • ଗ୍ରାଜୁଏସନ୍ ପରେ, ପ୍ରାର୍ଥୀମାନେ ଇଣ୍ଡଷ୍ଟ୍ରିଆଲ୍ ଡିଜାଇନ୍‌ରେ ପୋଷ୍ଟ ଗ୍ରାଜୁଏସନ୍ ମଧ୍ୟ କରିପାରିବେ
Advertisment

କେଉଁଠାରେ ମିଳିବ ଚାକିରି:

ଅଟୋମୋବାଇଲ୍ ଡିଜାଇନ୍ ପାଇଁ ଆଗ୍ରହୀ ପ୍ରାର୍ଥୀଙ୍କ ପାଇଁ ଅନେକ କ୍ଷେତ୍ର ଅଛି। ଯେପରିକି ଆର୍କିଟେକ୍ଟ, ପ୍ରଡକ୍ଟ ଡିଜାଇନର୍, ଡ୍ରାଫ୍ଟର୍ସ, ଅଟୋମୋବାଇଲ୍ ଇଞ୍ଜିନିୟର୍, ଗ୍ରାଫିକ୍ ଡିଜାଇନ୍ ସଂସ୍ଥା, ଅଟୋମୋବାଇଲ୍ କମ୍ପାନୀ, ଆଇଟି ଫାର୍ମ, ଆର୍କିଟେକ୍ଟ ଫାର୍ମ, ପ୍ରଡକ୍ଟ ଫାର୍ମ।

କେତେ ମିଳିବ ଦରମା:

ଏ କ୍ଷେତ୍ରରେ ଏକ କିମ୍ବା ଦୁଇ ବର୍ଷ କାମ କରିବା ପରେ ହିଁ ଯେକୌଣସି ପ୍ରାର୍ଥୀଙ୍କ ଦରମା ୮ ରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇପାରେ। ଅନ୍ୟପକ୍ଷରେ, ଜଣେ କାର୍ ଡିଜାଇନର୍ ଚାକିରି ଆରମ୍ଭରେ ବର୍ଷକୁ ଅତି କମରେ ୨,୫୪,୦୦୦ଟଙ୍କା ପାଇପାରିବେ ଏବଂ ଅଭିଜ୍ଞତା ଅନୁଯାୟୀ ୧୦ ରୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିପାରିବେ।

Govt Jobs Career Tips
Advertisment
Advertisment